ଖୁବ ଶୀଘ୍ର ମୋଦି ସରକାର ଆଣୁଛନ୍ତି ନୂଆ ନିୟମ ! ରାସ୍ତାରେ ଗାଡିର ସ୍ପିଡ ୮୦ ଛୁଇଁଲା ମାତ୍ରେ ବାଜିବ ଆଲାର୍ମ

140

କାର ଚାଳକ ସାବଧାନ । ସଡକ ଦୁର୍ଘଟଣା ରୋକିବା ପାଇଁ ମୋଦି ସରକାର ନୂଆ ନିୟମ ଆଣିବାକୁ ଯାଉଛନ୍ତି । ନୂଆ ନିୟମ ଅନୁଯାୟୀ ରାସ୍ତାରେ କାରର ସ୍ପିଡ ୮୦ ଛୁଇଁଲା ମାତ୍ରେ ଏଥିରେ ଥିବା ଆର୍ଲାମ ଆପଣାରଛାଏଁ ବାଜି ଉଠିବ । କାରର ସ୍ପିଡ ୮୦ରୁ କମ ନ ହେବା ପର୍ଯ୍ୟନ୍ତ ଆର୍ଲାମ ଲଗାତାର ଭାବେ ବାଜିବ । ଏଭଳି ମଡେଲ ପ୍ରସ୍ତୁତ କରିବାକୁ ଏବେ କାର ନିର୍ମାଣ କରୁଥିବା କମ୍ପାନିଙ୍କୁ କୁହାଯାଉଛି । ଏହି ନିୟମ ଆଣିବା ପାଇଁ ସରକାର ଫାଇନାଲ ଡ୍ରାଫଟ ପ୍ରସ୍ତୁତ କରିସାରିଲେଣି ।

ସଡ଼କ ଓ ପରିବହନ ମନ୍ତ୍ରଣାଳୟର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଆଗାମୀ ୩ରୁ ୬ ମାସ ମଧ୍ୟରେ ଏହି ନୂଆ ଲାଗୁ କରିପାରନ୍ତି ସରକାର । ଏହି ନିୟମ ଆସିବା ଦ୍ୱାରା ସଡ଼କ ଦୁର୍ଘଟଣାକୁ ରୋକା ଯାଇପାରିବ । ଏଥିପାଇଁ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଏକ ଡ୍ରାଫଟ ପ୍ରସ୍ତୁତ କରିଛି । ଏଥିରେ କାଟାଗୋରୀ ଏମ ଓ ଏନ୍ ଶ୍ରେଣୀର ଗାଡି ପାଇଁ ନୂଆ ଫିଚର୍ସ ଯୋଡାଯାଇଛି ।

ଏମ-୧ କାଟାଗୋରୀରେ ଯାତ୍ରୀବାହୀ ଗାଡି ଗୁଡିକରେ ସ୍ପିଡ ଆଲର୍ଟ ସିଷ୍ଟମ ଲଗାଯିବ । ଏହଦ୍ୱାରା ଗାଡି ନିର୍ଦ୍ଧାରିତ ବେଗ ଠାରୁ ଅଧିକ ସ୍ପିଡରେ ଯିବା କ୍ଷଣି ଡ୍ରାଇଭରକୁ ସୂଚିତ କରିବ । ତେବେ ପୋଲିସ ଗାଡି, ଆମ୍ବୁଲାନ୍ସ ଭଳି କିଛି ଗାଡିରେ ଏଭଳି ନିୟମ ଲାଗୁ କରାଯିବ ନାହିଁ । ଏହାଛଡା ଡ୍ରାଇଭରଙ୍କ ପାଖ ସିଟରେ ବସିଥିବା ବ୍ୟକ୍ତି ଯଦି ସିଟ ବେଲ୍ଟ ପିନ୍ଧିନଥାନ୍ତି ତେବେ ତାଙ୍କୁ ଆଲର୍ଟ କରିବା ପାଇଁ ମଧ୍ୟ ଗାଡିରେ ବ୍ୟବସ୍ଥା ରହିବ । ପ୍ରଥମେ ଲାଇଟ ଦ୍ୱାରା ସୂଚିତ କରାଯିବ । ଏଥିରେ ଯଦି ଗାଡି ଚାଳକ ଆଲର୍ଟ ନ ହୁଅନ୍ତି ତେବେ ଦ୍ୱିତୀୟ ଲେଭଲରେ ଅଡ଼ିଓ ଆକାରରେ ଆଲର୍ଟ କରାଯିବ ।

ଏହାଛଡା ସବୁ ଗାଡିରେ ହ୍ୱିଲ ରିର୍ଭସ ପାର୍କିଙ୍ଗ ଆଲର୍ଟକୁ ମଧ୍ୟ ବାଧ୍ୟତାମୂଳକ କରାଯିବ । ଏହାଦ୍ୱାରା କାରର ପଛରେ ଏକ ସେନସର ରହିବ ଯାହା ଏକ ନିର୍ଦ୍ଧାରିତ ରେଞ୍ଜ ମଧ୍ୟରେ କୌଣସି ବ୍ୟକ୍ତି ଆସିଲେ ଆର୍ଲାମ ବାଜି ଉଠିବ । ସଡ଼କ ଓ ପରିବହନ ମନ୍ତ୍ରଣାଳୟ ସୁରକ୍ଷା ସମ୍ବନ୍ଧୀୟ ନୂଆ ଫିଚର୍ସର ଫାଇନାଲ ଡ୍ରାଫ୍ଟ ଏହାର ଅଫିସିଆଲ ୱେବସାଇଟରେ ଅପଲୋଡ କରିଛି । ଏହା ଉପରେ ସାଧାରଣ ଲୋକଙ୍କ ମତାମତ ମଗାଯାଇଛି ।