ପୁରୁଣା ହେଲା ଗୁଗଲ ମ୍ୟାପ୍ ! ଏବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ଭାରତରେ ବିକଶିତ ହୋଇଥିବା ନାବିକ

55

ଆମ ଦେଶ ଭାରତ ହେଉ କିମ୍ବା ବିଦେଶରେ ହେଉ ଗୁଗଲ ମ୍ୟାପ୍ ବସ୍, ଟ୍ରେନ୍ ଓ କାର ଆଦିର ରାସ୍ତା ଦେଖାଇବା ପାଇଁ ସବୁଠାରୁ ଭଲ ବିକଳ୍ପ । ବର୍ତ୍ତମାନ ସମୟରେ ଯଦି ଆପଣ କୌଣସି ନୂଆ ସ୍ଥାନକୁ ଯାଉଛନ୍ତି କିମ୍ବା ଆପଣଙ୍କୁ ନୂଆ ଜାଗା ବିଷୟରେ କିଛି ଜଣା ନାହିଁ ତେବେ ସେଥିପାଇଁ ଚିନ୍ତା କରିବା ଦରକାର ନାହିଁ । ଖୁବ ସହଜରେ ଗୁଗଲ ମ୍ୟାପ ସାହାଯ୍ୟରେ ଆମେ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଯାଉଛେ ।

କିନ୍ତୁ ଏବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଗୁଗଲ ମ୍ୟାପ୍ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ । କେବଳ ଗୋଟିଏ କ୍ଲିକରେ ଆପଣ ଦେଶୀ ଦେଶୀ ଡିଜିଟାଲ ମ୍ୟାପ୍ ସାହାରାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଓ ଇନଫରମେସନ ଟେକ୍ନାଲୋଜି (ଆଇଟି) ବିଭାଗ ମିଳିତ ଭାବେ ଭାରତୀୟ କ୍ଷେତ୍ରୀୟ ନାଭିଗେସନ ସାଟେଲାଇଟ୍ ସିଷ୍ଟମର କାମ କରୁଛନ୍ତି । ଏହି ପ୍ରକ୍ତଳ୍ପ ଶେଷ ହେବା ଉପରେ । ଏହାକୁ ନାବିକ ନାମ ଦିଆଯାଇଛି ।

isro

ଚୀନ ସୁରକ୍ଷା ଦୃଷ୍ଟିରୁ ଗୁଗଲ ଉପରୁ ବ୍ୟାନ ଲଗାଇଛି । ତେଣୁ କୁହାଯାଉଛି ଭାରତ ମଧ୍ୟ ସୁରକ୍ଷାକୁ ଧ୍ୟାନରେ ରଖି ନିଜର ଡିଜିଟାଲ ମ୍ୟାପ୍ ପ୍ରସ୍ତୁତ କରୁଛି । ଏହି ପ୍ରୋଜେକ୍ଟ ସହ ଜଡ଼ିତ ଜଣେ ଅଧିକାରୀଙ୍କ କହିବା ଅନୁସାରେ ଗୁଗଲ ଓ ନାବିକ ଆପ୍ ବ୍ୟବହାର କରିବାର ଉପାୟରେ କୌଣସି ବିଶେଷ ପରିବର୍ତ୍ତନ ଆସିବ ନାହିଁ । ତେବେ ନାବିକ ଆପ୍ କେବଳ ଭାରତରେ ନୁହେଁ, ଭୂଟାନ, ପାକିସ୍ତାନ ଓ ଶ୍ରୀଲଙ୍କା ପରି ପଡ଼ୋଶୀ ଦେଶରେ ମଧ୍ୟ ବ୍ୟବହାର କରାଯିବ ।

ସୂଚନା ଅନୁସାରେ ନାବିକ ଆପ ପାଇଁ ୨୦୧୩ରୁ କାମ ଆରମ୍ଭ ହୋଇଥିଲା । ଏବେ ପର୍ଯ୍ୟନ୍ତ ୭ଟି ସାଟେଲାଇଟ୍ ଜରିଆରେ ନାବିକ ପାଇଁ ଜରୁରୀ ସୂଚନା ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ପରୀକ୍ଷା ନିରୀକ୍ଷା ଶେଷ ହେବ । ଆଶା କରାଯାଉଛି ଆଗାମୀ ବର୍ଷ ଭିତରେ ସାଧାରଣ ଲୋକେ ଏହି ଆପକୁ ବ୍ୟବହାର କରିପାରିବେ ।