ଗୁଳି କିମ୍ବା ଗାଳି ନୁହେଁ, କେବଳ ଆଲିଙ୍ଗନ କରି କାଶ୍ମୀର ସମସ୍ୟାର ସମାଧାନ ସମ୍ଭବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

33

ସ୍ୱାଧିନତାର ୭୦ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଚତୁର୍ଥ ଥର ପାଇଁ ଅଭିଭାଷଣ ଦେଇଛନ୍ତି । ସେ ଏଥିରେ ୧୨୦କୋଟିରୁ ଉର୍ଦ୍ଧ ଭାରତୀୟମାନଙ୍କୁ ନୂତନ ଭାରତ ଗଠନକୁ ନେଇ ସଂଙ୍କଳ୍ପ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ନିକଟରେ ୟୁପିର ଗୋରଖପୁରରେ ହୋଇଥିବା ଶିଶୁମୃତ୍ୟୁ ଘଟଣାରେ ମୋଦି ମଧ୍ୟ ନିଜର ଦୁଃଖ ପ୍ରକାଶ କରିବା ସହ ତିନି ତଲାକ ମାମଲା ଉପରେ ମଧ୍ୟ ଆଲୋଚନା କରିଛନ୍ତି । ତେବେ ସବୁଠାରୁ ସମ୍ୱେଦନଶୀଳ ପ୍ରସଙ୍ଗ, କାଶ୍ମୀରର ସମସ୍ୟାକୁ ସଜାଡ଼ିବା ପାଇଁ ମୋଦି ନିଜର ଅଭିଭାଷଣରେ ଏକ ଗୁରତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି।  ମୋଦି କହିଛନ୍ତି, ନା ଗୁଳିରେ ନା ଗାଳିରେ, ଏହି ସମସ୍ୟା କେବଳ କେବଳ କାଶ୍ମୀରବାସୀଙ୍କୁ ଆଲିଙ୍ଗନ କରି ସମାଧାନ କରିହେବ ।

ଏହାକୁ ମୋଦିଙ୍କର ସବୁଠାରୁ ଛୋଟ ଭାଷଣ ବୋଲି କୁହାଯାଉଛି । ପୂର୍ବରୁ ମୋଦି ୨୦୧୬ ମସିହାରେ ୯୬ ମିନିଟର ଭାଷଣ ଦେଇଥିବା ବେଳେ ୨୦୧୫ରେ ୮୬ମିନିଟ ଓ ୨୦୧୪ରେ ୬୫ ମିନିଟ ଭାଷଣ ଦେଇଥିଲେ । କିନ୍ତୁ ଏବର୍ଷ ମୋଦିଙ୍କ ମାତ ୫୭ ମିନିଟ ଅଭିଭାଷଣର ଦେଇଛନ୍ତି । ଏହି ଅଭିଭାଷଣରେ ଆଉ କ’ଣ କ’ଣ କହିଛନ୍ତି ମୋଦି ଆସନ୍ତୁ ଜାଣିବା ।

– ନା ଗାଳିରେ ନା ଗୁଳିରେ କଶ୍ମୀର ସମାଧାନ ହେବ, କେବଳ ଆଲିଙ୍ଗନ କରି ହିଁ ସମାଧାନ ହୋଇପାରିବ ।

– ଏହାସହ ସେ କହିଛନ୍ତି ପୂର୍ବରୁ ଭାରତ ଛାଡ଼ ସ୍ଲୋଗାନ ଥିଲା, ଆଜି ରହିଛି ଭାରତ ଯୋଡ଼ ସ୍ଳୋଗାନ  ।

– ଏପରି ଦେଶ ତିଆରି କରବା, ଯେଉଁଠାରେ କୃଷକ ଚିନ୍ତାରେ ନୁହେଁ ଶାନ୍ତିରେ ଶୋଇବ ।

– ଶହେ କୋଡ଼ିଏ କୋଟି ଭାରତୀୟମାନଙ୍କୁ ନ୍ୟୁ ଇଣ୍ଡିଆ ପାଇଁ ସଙ୍କଳ୍ପ ନେବାକୁ ପଡ଼ିବ ।

– ଗୋରଖପୁର ବାବା ରାଘବ ଦାସ ମେଡିକାଲ କଲେଜରେ ଶିଶୁ ମୃତ୍ୟୁ ଘଟଣାକୁ ଏହା ଏକ ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି ମୋଦି ।

– ଆସ୍ଥା ନାଁରେ ହିଂସା କରାଯିବ ନାହିଁ ଏବଂ ଦୁର୍ନୀତିମୁକ୍ତ ଭାରତ ଗଠନ ପାଇଁ ପ୍ରୟାସ ଜାରି ରହିଛି ।

 – ଯେତେବେଳେ ସାମର୍ଥ୍ୟଧାରୀ ଲୋକ ତ୍ୟାଗ ଏବଂ ତପସ୍ୟା ସହ ଯୋଡ଼ି ହୋଇଯାଇଥାନ୍ତି, ସେମାନେ ସବୁକିଛି କରିବାରେ ସଫଳ ହୋଇଥାନ୍ତି ।

– ଚଳିବର ସମୟ ଯାଇଛି ,ଏବେ ବଦଳିଛି, ବଦଳୁଛି ଏବଂ ବଦଳି ପାରିବାର ସ୍ୱର ଉଠିବା ଆବଶ୍ୟକ ।