ଭାରତରେ କାମ କରିପାରିବେନି ପାକିସ୍ତାନୀ କଳାକାର : ମୁମ୍ବାଇ ଫିଲ୍ମ ସିଟିକୁ ନବଜୋତ୍ ସିଂହ ସିଦ୍ଧୁଙ୍କ ଏଣ୍ଟ୍ରି ଉପରେ ମଧ୍ୟ ବ୍ୟାନ୍ 

453

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସୋସିଆଲ ମିଡିଆର ଟାର୍ଗେଟକୁ ଆସୁଥିବା ନବଜୋତ୍ ସିଂହ ସିଦ୍ଧୁଙ୍କ ପାଇଁ ଆଉ ଏକ ଝଟକା । ପ୍ରଥମେ ସେ କପିଲ ଶର୍ମା ସୋ’ରୁ ବାହାର ହେଲେ, ଏବେ ଆଉ ଏକ ଖବର ତାଙ୍କୁ ଝଟକା ଦେଇପାରେ । ରିପୋର୍ଟ ମୁତାବକ, ମୁମ୍ବାଇ ଫିଲ୍ମ ସିଟିରେ ନବଜୋତ୍ ସିଂହ ସିଦ୍ଧୁଙ୍କ ଏଂଟ୍ରି ଉପରେ ବ୍ୟାନ୍ ଲାଗିଯାଇଛି । ମୁମ୍ବାଇରେ ଗୁରୁବାର ଦିନ ହୋଇଥିବା ବୈଠକ ପରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ଲୋୟେଜ୍ ଏହି ନିଷ୍ପତ୍ତି ନେଇଛି ।

୨୧ ଫେବୃୟାରରେ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା । ଏଥିରେ ସ୍ପଷ୍ଟ ଭାବେ ଲେଖା ଥିଲା କି, ଆତଙ୍କବାଦୀ ଆକ୍ରମଣ ଉପରେ ସିଦ୍ଧୁଙ୍କ ବୟାନ୍ ପରେ ସୋନି ଚ୍ୟାନେଲରୁ ସିଦ୍ଧୁଙ୍କୁ ବାହାର କରିଦିଆଗଲା । ଏହା ସହିତ ହିଁ ପାକିସ୍ତାନର କଳାକାର, ଗାୟକଙ୍କୁ ଫିଲ୍ମ, ଟିଭି ଓ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ବ୍ୟାନ୍ କରିବାର ନିଷ୍ପତ୍ତି ନିଆଯାଇଛି । ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଡାଇରେକ୍ଟର୍ସ ଆସୋସିଏସନ୍ ବ୍ୟତୀତ ଫିଲ୍ମ ଡିଭିଜନ୍ ବୋର୍ଡ ମଧ୍ୟ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନେଇଛି ।

ଦୁଇ ଦିନ ଲଗାତାର ଫିଲ୍ମ ଓ ସିରିଏଲ ସହିତ ଜଡିତ ଆସୋସିଏସନ୍ ଚିଠି ଲେଖୁଥିଲା । ଏହାପରେ ଫିଲ୍ମ ସିଟି ବୋର୍ଡ ମଧ୍ୟ ବୟାନ ଜାରି କଲା । ଏବେ ବୋର୍ଡ ବିଦେଶ ମନ୍ତ୍ରାଳୟକୁ ଚିଠି ଲେଖିବ ଓ ଭାରତକୁ ଭିଜା ନଦେବା ପାଇଁ ଅନୁରୋଧ କରିବ ।