ପାକିସ୍ତାନରୁ ସିଦ୍ଧୁ ନିର୍ବାଚନ ଲଢିଲେ ସେ ନିଶ୍ଚିତ ବିଜୟ ହେବେ : ଇମ୍ରାନ ଖାନ

ପାକିସ୍ତାନରେ ଥିବା ଲୋକମାନେ ଅନେକ ପଜାଂବ ସହରକୁ ଭଲ ପାଆନ୍ତି

124

କନକ ବ୍ୟୁରୋ : ପୂର୍ବତନ କ୍ରିକେଟର ତଥା ପଜାଂବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଯଦି କେବେ ପାକିସ୍ତାନରେ ନିର୍ବାଚନ ଲଢନ୍ତି ତେବେ ସେ ସେଠାରୁ ମଧ୍ୟ ନିର୍ବାଚନ ଜିତିବାରେ କୌଣସି ଅସୁବିଧା ନାହିଁ ବୋଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି । ଏହାସହ ସେ କହିଛନ୍ତି ଯେ, ପାକିସ୍ତାନରେ ଥିବା ଲୋକମାନେ ଅନେକ ପଜାଂବ ସହରକୁ ଭଲ ପାଆନ୍ତି । ତେଣୁ କେବେ ଯଦି ସିଦ୍ଧୁ ଏଠାରୁ ଲଢିବେ ତେବେ ଜିତିବେ ବୋଲି ସେ କହିଛନ୍ତି । ଅନେକ ଦିନ ଅପେକ୍ଷା ପରେ ପାକିସ୍ତାନରେ କର୍ତାର କରିଡର ନିର୍ମାଣରେ ଯୋଗ ଦେଇଥିବା ବେଳେ ଏପରି କହିଛନ୍ତି ଇମ୍ରାନ । କେବଳ ଏତିିକି ନୁହେଁ ବରଂ ଇମ୍ରାନ କହିଛନ୍ତି ଯେ, ପାକିସ୍ତାନ ସବୁବେଳେ ନିଜର ପଡୋଶୀଙ୍କ ସହ ବନ୍ଧୁତା ସ୍ଥାପନ କରିବା ପାଇଁ ଚାହେଁ ।

 

ତେଣୁ ପଡୋଶୀ ଦେଶ ମଧ୍ୟ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଅଗଷ୍ଟ ମାସରେ ସିଦ୍ଧୁ ପାକିସ୍ତାନ ଗସ୍ତରେ ଯାଇଥିବା ସମୟରେ ସେଠାକାର ଆର୍ମୀ ମୁଖ୍ୟଙ୍କ ସହ ଆଲିଙ୍ଗନ କରିଥିଲେ ଯାହାକୁ ନେଇ ଅନେକ ନକରାତ୍ମକ କଥା ତାଙ୍କ ଉଦ୍ଦେଶ୍ୟରେ କୁହାଯାଇଥିଲା । ଏହାପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଥିଲେ କି, ମତେ ଜଣାନାହିଁ ସିଦ୍ଧୁ ଏଠାକୁ ଆସିବା ପରେ ତାଙ୍କୁ କାହିଁକି ଏପରି ଭାବରେ କୁହାଯାଉଛି । ସେ କେବଳ ୨ ଦେଶ ସମ୍ପର୍କ କିପରି ଭାବରେ ସୁଦୃଢ ହେବ ସେନେଇ ସେ ଆଲୋଚନ କରିଥିଲେ । ତେଣୁ ଏପରି କହିବା ଠିକ ନୁହେଁ ବୋଲି ସେ କହିଛନ୍ତି ।

 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ଦେଶର ଲୋକମାନେ ଚାହାଁନ୍ତି କି ସମସ୍ତେ ଶାନ୍ତିରେ ରୁହନ୍ତୁ ତେଣୁ ଆମେ ମାନେ ମଧ୍ୟ ସେହି ଦିଗରେ କାମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇମ୍ରାନ କହିଛନ୍ତି ଆମେ ମାନେ ଅପେକ୍ଷା କରିବା ନାହିଁ କି ସିଦ୍ଧୁ କେବେ ପ୍ରଧାନମନ୍ତ୍ରୀ ହେବେ । ବର୍ତମାନ ସମୟରୁ ହିଁ ଉଭୟ ଦେଶ ମଧ୍ୟରେ କିପରି ଭାବରେ ସୁ ସମ୍ପର୍କ ରହିବ ତାହା ପାଇଁ ଆମେ କାମ କରିବାର ଆବଶ୍ୟକତା ରହିଛି ବୋଲି ଇମ୍ରାନ କହିଛନ୍ତି । ତେବେ ଏପରି ମନ୍ତବ୍ୟ ଦେବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ଉପରେ ଭାରତ ସରକାରଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।