ବିଜେପୁରରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର ! କହିଲେ, ଗୋଟିଏ ବର୍ଷ ମଧ୍ୟରେ ବିଜେପୁରକୁ ନୂଆ ପରିଚୟ ଦେବେ ରୀତା

20

କନକ ବ୍ୟୁରୋ : ବିଜେପୁର ପାଇଁ ବିଜେଡି ସୁପ୍ରିମୋଙ୍କ ଜବରଦସ୍ତ ପ୍ରଚାର । ଆଜି ୬ କିଲୋମିଟର ଧରି ରୋଡ୍ ସୋ କରିଛନ୍ତି ନବୀନ । ବରପାଲିରେ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି ଏବଂ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୀତାଙ୍କୁ ଭୋଟ ଦେଇ ବିଜେପୁରବାସୀ ନୂଆ ପରିଚୟ ସୃଷ୍ଟି କରନ୍ତୁ ବୋଲି ନବୀନ କହିଛନ୍ତି ।

bijepurବିଜେପୁର ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚାର ଲଢେଇର ଶେଷ ପର୍ଯ୍ୟାୟରେ ଦଳର ଟ୍ରମ୍ପକାର୍ଡ ନବୀନଙ୍କୁ ଓହ୍ଲାଇଛି ଦଳ । ବିଜେପୁରର ଏହି ଲଢେଇର ପରିଣାମ ନା ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ନା ସରକାର ପ୍ରତି ବିପଦ ସାଜିବାକୁ ଯାଉଛି । କିନ୍ତୁ ୧୯ର ସେମିଫାଇନାଲ ଫାଇଟ କୁହାଯାଉଥିବା ଏହି ଲଢେଇ ସମ୍ମାନର ପ୍ରଶ୍ନ ହୋଇ ଠିଆ ହୋଇଛି ।ସେଥିପାଇଁ ସବୁ ଦଳ ତାଙ୍କର ପୂରା ସାମର୍ଥ୍ୟ ଲଗାଇ ଦେଇଛନ୍ତି ବିଜେପୁର ପାଇଁ । ଆଜି ପ୍ରଚାର ମୈଦାନକୁ ଓହ୍ଲାଇ ନବୀନ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ କଥା ଉଠାଇଛନ୍ତି ।ପ୍ରଚାର ବେଳେ କେନ୍ଦ୍ରକୁ ଟାର୍ଗେଯ କରିବାକୁ ଭୁଲିନଥିଲେ ନବୀନ ।

ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପଛରେ ବିଜେପୁରର ଏକ ଜନସମର୍ଥନ ଗତ ଦେଢ ଦଶନ୍ଧି ଧରି ରହିଥିଲା । ତେଣୁ ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ସହ ବିଜେପୁର ଲଢେଇ ଜିତିବାକୁ ଜୋରଦାର ଉଦ୍ୟମ କରିଛି । କିନ୍ତୁ ଏଥିରେ ବାଧକ ସାଜଛି ବିଜେପି । ଗତ ପଞ୍ଚାୟତ ନିର୍ବାଚନରେ ଏହା କଂଗ୍ରେସ ଗଡ ଥିଲେ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନରେ ଏହି ଅଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିବା ପରେ ସର୍ତକ ହୋଇ ଉଠିଛି ବିଜେଡି । ଆଉ ଦୀର୍ଘ ଦିନ ଧରି କଂଗ୍ରେସ ହାତରୁ ଏହି ଗଡ ଛଡାଇ ନେବାକୁ ଚାଲିଛି ଜୋରଦାର ପ୍ରୟାସ ।
୧୮ ବର୍ଷ ହେଲା ଓଡ଼ିଶା ରାଜନୀତିରେ ଅପ୍ରତିଦ୍ୱନ୍ଦୀ ନେତା ଭାବେ ଗରା ହୋଇ ଆସୁଥିବା ନବୀନ ବାବୁଙ୍କ ଆଗରେ ବିଜେପୁର ଏବେ ଏକ ଆହ୍ୱାନ ହୋଇ ଛିଡା ହୋଇଛି ।