ଆକ୍ରମଣକୁ ଖାତିର କଲେନି ମୁଖ୍ୟମନ୍ତ୍ରୀ, କୁମ୍ଭାରୀ ଗାଁରେ ବୁଲିଲେ ନବୀନ! ବିନା ମାଇକରେ ରୀତା ସାହୁଙ୍କ ପାଇଁ ମାଗିଲେ ଭୋଟ

43

କନକ ବ୍ୟୁରୋ : ଗାଁ ବୁଲି ଭୋଟ ମାଗିଲେ ବିଜେଡି ସୁପ୍ରିମୋ । ବିଜେପୁର କୁମ୍ଭାରୀ ଗାଁ ବୁଲି ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପ୍ରଚାର ପୂର୍ବରୁ କୁମ୍ଭାରୀରେ ହେଉଥିବା ଏକ ନିର୍ବାଚନ ସଭାରେ ଭାଷଣ ଦେଉଥିବା ବେଳେ ଏକ ଯୁବକ ନବୀନଙ୍କ ଉପରକୁ ଚପଲ ପକାଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଦେହରେ ଏହି ଚପଲ ବାଜିବା ପୂର୍ବରୁ ଏହାକୁ ସୁରକ୍ଷାକର୍ମୀ ଧରି ପକାଇଥିଲେ । ଏଭଳି ଘଟଣା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

bijepurଚପଲ ମାଡ ଉଦ୍ୟମ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାରରେ ବ୍ରେକ ଲାଗିନଥିଲା । ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । କୁମ୍ଭାରୀ ଗାଁରେ ଚାଲି ଚାଲି ବୁଲିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଲୋକଙ୍କୁ କହିଥିଲେ ନବୀନ । ଏପରିକି ବିନା ମାଇକରେ ନବୀନ ପ୍ରଚାର କରିବା ଲୋକଙ୍କୁ ଆଶ୍ଚଯ୍ୟ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚପଲ ମାଡ ଉଦ୍ୟମ ପରେ ମଧ୍ୟ କୁମ୍ଭାରୀ ଗାଁକୁ ମୁଖ୍ୟମନ୍ତ୍ରୀ ସୁରକ୍ଷାକର୍ମୀଙ୍କ ବିନା ଯାଇ ଲୋକଙ୍କୁ ଭୋଟ ମାଗିବା ପୁଣିଥରେ ନବୀନଙ୍କୁ ଚର୍ଚ୍ଚାକୁ ଆଣିଛି । ନବୀନ ଯେଉଁ ଗାଁରେ ପ୍ରଚାର କରିଛନ୍ତି ସେଠାକାର ବାସିନ୍ଦା ଚପଲ ମାଡ ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ।

ଏହି ଘଟଣା ବିଜେପି କରିଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି । ବିଜେପୁର ଭଳି ଶାନ୍ତିପ୍ରିୟ ସ୍ଥାନରେ ଗୁଣ୍ଡାରାଜ ବିଜେପି କରୁଛି ବୋଲି ବିଜେଡି କହିଛି । ପରାଜୟର ବାସ୍ନା ପାଇବା ପରେ ନିର୍ବାଚନକୁ ବନ୍ଦ କରିବା ପାଇଁ ବିଜେପି ଏଭଳି କରୁଛି ।ତେଣୁ ବିଜେପୁର ବାସୀ ଏହାର ଉଚିତ ଜବାବ ବାଲାଟରେ ଦେବେ ବୋଲି ବିଜେଡି କହିଛି ।