ସାଧାରଣ ବର୍ଗଙ୍କୁ ମିଳିଥିବା ୧୦ ପ୍ରତିଶତ ସଂରକ୍ଷଣ ବିଲ ଉପରେ ଆଜି ରାଷ୍ଟ୍ରପତିଙ୍କ ଲାଗିପାରେ ମୋହର

୧୦ ପ୍ରତିଶତ ସଂରକ୍ଷଣ ବିଲ ଉପରେ ଆଜି ରାଷ୍ଟ୍ରପତିଙ୍କ ଲାଗିପାରେ ମୋହର

94

କନକ ବ୍ୟୁରୋ : ସାଧାରଣ ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ସରକାର ଲୋକସଭାରେ ବିଲ ଆଗତ କରିଥିଲେ । ଏହାପରେ ଲୋକସଭାରେ ବିଲ ପାସ ହୋଇ ରାଜ୍ୟସଭାରେ ଗୃହୀତ ହୋଇଥିଲା  । ରାଜ୍ୟସଭାରେ ଆଲୋଚନା ପରେ ବିଲ ପାସ ହୋଇଥିଲା । ଏହାପରେ ବିଲକୁ ଆଇନରେ ପରିଣତ କରିବା ପାଇଁ ଦେଶର ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି । ଏହି ୧୦ ପ୍ରତିଶତ ସଂରକ୍ଷଣ ଉପରେ କେନ୍ଦ୍ର ସରକାର ଚଳିତ ବର୍ଷଠାରୁ ହିଁ କାର୍ଯ୍ୟକାରୀ କରିବା ପାଇଁ ଇଚ୍ଛା ରଖିଛନ୍ତି । ତେଣୁ ଏହାକୁ ଯଥାଶୀଘ୍ର ଏହା ଆଇନରେ ପରିଣତ କରିବା ପାଇଁ ସରକାର ଆଶା ରଖିଛନ୍ତି । ଏହି ବିଲକୁ ଆଇନରେ ପରିଣତ କରିବା ପାଇଁ ହେଲେ ରାଜ୍ୟସଭାର ସଭାପତିଙ୍କ ଦସ୍ତଖତ ଆବଶ୍ୟକତା ରହିଛି ।

 

ଏହାପରେ ରାଷ୍ଟ୍ରପତି ଅନୁମୋଦନ କଲେ ତାହା ଆଇନରେ ପରିଣତ ହେବ ବୋଲି ସୂଚନା ମିଳିଛି । ଏହା ରାଜ୍ୟସଭାରେ ପାସ ହୋଇଥିଲେ ମଧ୍ୟ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିଲ୍ଲୀରେ ଉପସ୍ଥିତ ନଥିଲେ ତେଣୁ ତାଙ୍କର ଦସ୍ତଖତ ଏହି ବିଲ ଉପରେ ହୋଇପାରିନଥିଲା । ମିଳିଥିବା ସୂଚନା ଅନୁସାରେ ଉପରାଷ୍ଟ୍ରପତି ନିଜ ପରିବାରର ସମ୍ପର୍କୀୟଙ୍କ ଦଶାହ କାମରେ ଯୋଗ ଦେବା ପାଇଁ ଆନ୍ଧ୍ରପ୍ରଦେଶ ଗସ୍ତରେ ଅଛନ୍ତି । ତେଣୁ ତାଙ୍କର ଦସ୍ତଖତ ପାଇଁ ବିଲକୁ ଆନ୍ଧ୍ର ପଠାଯାଇଥିବା ଜଣାପଡିଛି । ତେବେ ସେ ଦସ୍ତଖତ କରିବା ପରେ ସେ ବିଲ ଉପରେ ରାଷ୍ଟ୍ରପତି ଦସ୍ତଖତ କରିବେ ଏହାପରେ ଆଇନ ଅନୁସାରେ ସାଧାରଣ ବର୍ଗ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାର ଲାଭ ଉଠାଇପାରିବେ ବୋଲି ଜଣାପଡିଛି ।