ଲୋକଙ୍କ ସେବାରେ ଭାରତୀୟ ରେଳବାଇ ! ଯାତ୍ରୀଙ୍କ ସୁବିଧା ପାଇଁ ମାତ୍ର ୭ ଦିନରେ ନେଲା ୪ଟି ବଡ଼ ନିଷ୍ପତ୍ତି

47

ଭାରତୀୟ ରେଳବାଇ ନିୟମିତ ବ୍ୟବଧାନରେ ଯାତ୍ରୀଙ୍କ ସୁବିଧା ପାଇଁ କିଛି ନା କିଛି ପରିବର୍ତ୍ତନ କରୁଛି । ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ସୁବିଧା ଦୃଷ୍ଟିରୁ ଭାରତୀୟ ରେଳବାଇ ଠାରୁ ଲୋକେ ଅଧିକ ଆଶା ରଖିଥାଆନ୍ତି । ତେବେ ଭାରତୀୟ ରେଳବାଇର ଛବି ସାଧାରଣତଃ ଏତେ ଭଲ ନୁହେଁ । ରେଳବାଇ ବିରୋଧରେ ଅନେକ ସମୟରେ ଅଭିଯୋଗ ଆସୁଥିବାର ଦେଖାଯାଏ । ଏହା ବ୍ୟତୀତ ସଂରକ୍ଷିତ ଟିକେଟ୍ ଅସୁବିଧା ମଧ୍ୟ ଖୁବ ସାଧାରଣ । ତେବେ ଏସବୁକୁ ସୁଧାରିବା ପାଇଁ ବର୍ତ୍ତମାନ ଭାରତୀୟ ରେଳବାଇ ଅଂଟା ଭିଡ଼ିଛି । ମାତ୍ର ୭ ଦିନରେ ଭିତରେ ଲୋକଙ୍କ ସୁବିଧା ପାଇଁ ଅନେକ ପରିବର୍ତ୍ତନ ଆଣିଛି । ଆସନ୍ତୁ ଜାଣିବା କେଉଁ କେଉଁ ଦିଗରେ ପରିବର୍ତ୍ତନ ଆଣିଛି ଭାରତୀୟ ରେଳବାଇ ?

ଦ୍ରୁତ ଗତିରେ ଯିବ ଭାରତୀୟ ରେଳ, ବଞ୍ଚିବ ସମୟ !

ଭାରତୀୟ ରେଳବାଇ ଦୂର ସ୍ଥାନକୁ ଯାତ୍ରା କରୁଥିବା ଟ୍ରେନର ଗତିରେ ବୃଦ୍ଧି କରିବା ଉପରେ କାମ ଆରମ୍ଭ କରିଛି । ୨୦୨୨ ମସିହା ସୁଦ୍ଧା ଟ୍ରେନର ଗତିରେ ୨୫ କିଲୋମିଟର ପ୍ରତି ଘଣ୍ଟା ବୃଦ୍ଧି କରାଯିବ । ଏହା ଦ୍ୱାରା ଯାତ୍ରୀମାନଙ୍କର ସମୟ ବଞ୍ଚିବା ସହ ପୂର୍ବ ନିର୍ଦ୍ଧାରିତ ସମୟ ଅପେକ୍ଷା ଖୁବ ସମୟରେ ଯାତ୍ରା ଶେଷ ହେବ । ହାୱଡାରେ ସାନ୍ତରାଗାଛି-ଚେନ୍ନାଇ ସେଣ୍ଟ୍ରାଲ ସୁପର ଫାଷ୍ଟ ସାପ୍ତାହିକ ଅନ୍ୟୋଦୟ ଏକ୍ସପ୍ରେସର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ରେଳ ରାଜ୍ୟ ମନ୍ତ୍ରୀ ରାଜେନ ଗୋହେନ ଏହା କହିଛନ୍ତି । ସେ କହିଛନ୍ତି ଯେ, ଟ୍ରେନର ଗତି ବଢାଇବା ପାଇଁ ରେଳ ଲାଇନ ଗୁଡିକୁ ସୁଧାରିବା କାମ ଦ୍ରୁତ ଗତିରେ ଚାଲିଛି । ୨୦୨୨ ମଧ୍ୟରେ ଭାରତୀୟ ରେଳବାଇରେ ଅନମେଡ ଗେଟ ଗୁଡିକୁ ବନ୍ଦ କରିବାର ଲକ୍ଷ୍ୟ ରଖାଯାଇଛି ।

train
image courtesy – www.indiatoday.in

ସେ କହିଛନ୍ତି ଯେ, ନିକଟରେ ଦିଲ୍ଲୀରେ ଜୋନାଲ ରେଲୱେର ମହାପ୍ରବନ୍ଧକଙ୍କ ସହ ହୋଇଥିବା ବୈଠକରେ ଟ୍ରେନର ଗତି କିଭଳି ବଢାଯିବ ସେନେଇ ଆଲୋଚନା କରାଯାଇଥିଲା । ଆଲୋଚନାରେ କୁହାଯାଇଥିଲା ଯେ, ପ୍ରତିବର୍ଷ ଟ୍ରେନ ଗୁଡିକରେ ପ୍ରତିବର୍ଷ ୫ କିଲୋମିଟରର ବୃଦ୍ଧି କରାଯିବ । ଟ୍ରେନର ଗତି ବଢିବା ଦ୍ୱାରା ଯାତ୍ରୀମାନେ ଏକ ନିଶ୍ଚିତ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ରାଜେନ ଗୋହେନ କହିଛନ୍ତି ଯେ, ଗତ ୪ ବର୍ଷରେ ରେଲୱେରେ ବହୁତ ଉନ୍ନତ୍ତି ହୋଇଛି । କିନ୍ତୁ ଭାରତୀୟ ରେଳବାଇକୁ ଆହୁରି ଅଧିକ ବିକଶିତ ହେବାର ଆବଶ୍ୟକତା ରହିଛି । ଟ୍ରେନରେ ଲାଗିଥିବା କାଚ ଗୁଡିକୁ ଉନ୍ନତ୍ତିକରଣ କରାଯାଉଛି ।

ଟ୍ରେନରେ ଅଧିକ ଲଗେଜ ନେଲେ ଯାତ୍ରୀଙ୍କୁ ଦେବାକୁ ପଡିବ ଜରିମାନା !

ଏଣିକି ଟ୍ରେନରେ ଅଧିକ ଲଗେଜ ନେଲେ ଯାତ୍ରୀଙ୍କୁ ଦେବାକୁ ପଡିବ ଜରିମାନା । ବିମାନ ଯାତ୍ରୀଙ୍କ ପରି ଟ୍ରେନ ଯାତ୍ରୀଙ୍କୁ ମଧ୍ୟ ଅଧିକ ଲଗେଜ ପାଇଁ ଜରିମାନା ଦେବାକୁ ପଡିବ । କିନ୍ତୁ ଏଥିପାଇଁ ରେଳବିଭାଗ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରାଯାଇଛି । ସ୍ଲିପରରେ ଯାତ୍ରା କରୁଥିବା ଯାତ୍ରୀମାନେ ୪୦ କେଜି ଓ ଦ୍ୱିତିୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ ୩୫ କେଜି ଲଗେଜ ମାଗଣାରେ ନେଇପାରିବେ ।ଯେଉଁ ଯାତ୍ରୀମାନେ ଅଧିକ ଓଜନର ବ୍ୟାଗ୍ ନେଇ ଯାତ୍ରା ପରିବେ ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଅଧିକ ଲଗେଜ ନେବା ପାଇଁ ହେଲେ ଯାତ୍ରୀଙ୍କୁ ଆଗୁଆ ବୁକିଙ୍ଗ କରିବାକୁ ପଡିବ ।ବଡ ବଡ ଲଗେଜଗୁଡିକୁ ଲଗେଜ ଭ୍ୟାନରେ ପଠାଇବାର ବ୍ୟବସ୍ଥା କରାଯିବ ।ଏସବୁ ନିୟମ ଉଳ୍ଲଂଘନ କଲେ ଯାତ୍ରୀଂକୁ ୬ଗୁଣା ଅର୍ଥ ଜରିମାନା ଦେବାକୁ ପଡିବ ।

ଆଇଆରସିଟିସିର ନୂଆ ୱେବସାଇଟରେ ସଂଶୋଧନ !

ଆଇଆରସିଟିସି ଇ-ଟିକେଟିଂ ୱେବସାଇଟର ସଂଶୋଧନ କରିଛି । ଏଥିରେ ନୂଆ ୟୁଜର ଇଂଟରଫେସ୍ (ୟୁଆଇ) ଯୋଡ଼ାଯାଇଛି । ଏହି ସୂଚନା ପିଆଇବି ତରଫରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁସାରେ ସାମ୍ନାକୁ ଆସିଛି । ବିଜ୍ଞପ୍ତି ଅନୁସାରେ କୁହାଯାଇଛି, ୱେବସାଇଟରେ ୟୁଜରଙ୍କ ଅନୁଭବକୁ ସୁଧାରିବା ପାଇଁ ଅନେକ ସୁଧାର କରାଯାଇଛି । ୱେବସାଇଟର ବିଟା ଭର୍ସନ ପାଇଁ ୟୁଜରକୁ ଆମନ୍ତ୍ରିତ କରାଯାଇଛି । ଯଦ୍ୱାରା ୧୫ ଦିନ ପାଇଁ ନୂଆ ଲୁକକୁ ଦେଖିପାରିବେ । ଏହି ସମୟରେ ଭାରତୀୟ ରେଳବାଇ ୱେବସାଇଟରେ ପରିବର୍ତ୍ତନ ଓ ସୁଧାର ପାଇଁ ୟୁଜରଙ୍କ ପରାମର୍ଶ ନେବ । ଏହାପରେ ନୂଆ ଇଂଟରଫେସର ବିଟା ଭର୍ସନ ଆଇଆରସିଟିସିକୁ ଇ-ଟକେଟିଂ ପୋର୍ଟାଲ ପାଇଁ ପୁରୁଣା ଇଂଟରଫେସ୍ ସ୍ଥାନ ନେବ ।

ଜାଣନ୍ତୁ ଏଥି ସମ୍ମନ୍ଧିତ କିଛି ଜରୁରୀ କଥା –

– ପ୍ରେସ ବିଜ୍ଞପ୍ତି ଅନୁସାରେ ୟୁଜର୍ସ ବିନା ଲଗ୍ ଇନ୍ ଦ୍ୱାରା ଇନକ୍ୱ୍ୟାରି, ଟ୍ରେନ୍ ସର୍ଚ୍ଚ ଓ ସିଟକୁ ଉପଲବ୍ଧତା ବିଷୟରେ ପଚାରି ପାରିବେ ।

– ୟୁଜର୍ସ ଆଇଆରସିଟିସିର ୱେବସାଇଟ୍ରେ ଫଂଟ ସାଇଜରେ ମଧ୍ୟ ପରିବର୍ତ୍ତନ କରିପାରିବେ ।

– ନୂଆ ଲୁକର ଆଧାରରେ, ଟ୍ରେନ ଆଧାରେ, ଗନ୍ତବ୍ୟ ଆଧାରରେ, ଅନ୍ୟ ସଂରକ୍ଷଣ ଆଧାରରେ ଫିଲଟରରେ ସୁଧାର କରାଯାଇଛି ।

– ଟ୍ରେନ୍ ବିଷୟରେ ଯେପରି ଟ୍ରେନ୍ ନମ୍ବର, ଟ୍ରେନ୍ ପହଞ୍ଚିବା ସମୟ, ଗନ୍ତବ୍ୟ ଷ୍ଟେସନ ଓ ଉଭୟଙ୍କ ମଧ୍ୟରେ ଦୂରତା ଆଦି ବ୍ୟବସ୍ଥିତ ହୋଇଯାଇଛି ।

– ମାଇଁ ଟ୍ରାନଜାକ୍ସନ ଅନ୍ତର୍ଗତ ଦିଆଯାଇଥିବା ନୂଆ ଫିଲଟରକୁ ଯୋଡ଼ାଯାଇଛି କାରଣ ୟୁଜର ଯାତ୍ରା ତାରିଖ, ବୁକିଂ କାରିଖ, ଫେରିବା ତାରିଖ ଆଧାରେ ବୁକ ହୋଇଥିବା ଟିକେଟ ଦେଖିପାରିବେ ।

– ଏଥିରେ ୱେଟଲିଷ୍ଟ ପ୍ରେଡ଼ିକ୍ସନ ମଧ୍ୟ ଯୋଡ଼ାଯାଇଛି । ୱେବସାଇଟକୁ ଯାଇ ୟୁଜର ସଂରକ୍ଷଣ ତଥା ୱେଟଲିଷ୍ଟ ବିଷୟରେ ଟିକେଟ୍ କନଫର୍ମ ହେବାର ସମ୍ଭାବନା ବଢ଼ିଯିବ ।

ଟ୍ରେନରେ ଦିଆଯାଉଥିବା ଖାଦ୍ୟର ମାନ ବଢ଼ିବ !

ଟ୍ରେନରେ ଦିଆଯାଉଥିବା ଖାଦ୍ୟକୁ ନେଇ ସବୁବେଳେ ଯାତ୍ରୀମାନେ ଅଭିଯୋଗ କରିଥାନ୍ତି । ଖାଦ୍ୟର ଗୁଣାବତ୍ତା ନେଇ ମଧ୍ୟ ଅନେକ ସମୟରେ ପ୍ରଶ୍ନ ସୃଷ୍ଟି ହୋଇଥାଏ । ତେବେ ସରକାରୀ ଅଡିଟରଙ୍କ ପକ୍ଷରୁ ଏନେଇ ତାଗିଦ କରାଯିବା ପରେ ଏବଂ ଭାରତୀୟ ରେଳବାଇ ଖାଦ୍ୟର କ୍ୱାଣ୍ଟିଟି ଅପେକ୍ଷା କ୍ୱାଲିଟି ଉପରେ ଗୁରୁତ୍ୱ ଦେବାକୁ ଯାଉଛି । ତେବେ ଏହାର ଅର୍ଥ ହେଉଛି ଟ୍ରେନରେ ପୂର୍ବରୁ ଦିଆଯାଉଥିବା ଖାଦ୍ୟ ତୁଳନାରେ ଏବେ କମ ଖାଦ୍ୟ ମିଳିବ ।

ଏହାର ଆରମ୍ଭ ପ୍ରିମିୟମ ଟ୍ରେନ ଯେପରି ରାଜଧାନୀ ଏବଂ ଶତାବ୍ଦୀ ଠାରୁ ଆରମ୍ଭ କରାଯିବ । ଏବଂ ପରେ ପରେ ଏହାକୁ ସମସ୍ତ ଟ୍ରେନ ଗୁଡିକରେ ଲାଗୁ କରାଯାଇପାରେ । ତବେ କୁହାଯାଉଛି ଯେ, ରେଲୱେ ଏବେ ୧୫୦ ଗ୍ରାମର ଖାଦ୍ୟ କମ କରିଦେଇପାରେ । ସୂଚନା ଅନୁଯାୟୀ, ଭାରତୀୟ ରେଳବାଇ ଖାଦ୍ୟର କ୍ୱାଲିଟିକୁ ଅଧିକ ପ୍ରାଥମିକତା ଦେବା ପାଇଁ ଭୋଜନର ମାତ୍ରା କରିବା ପାଇଁ ଚିନ୍ତା କରୁଛି ।

ଆଇଆରସିଟିସି ଏହି ମାମଲାରେ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି । ଯେଉଁଥିରେ ସୁପ, ବ୍ରେଡଷ୍ଟିକ୍ସ, ସ୍ୟାଣ୍ଡୱିଚ ଭଳି ଖାଦ୍ୟ ପଦାର୍ଥକୁ ପ୍ଲେଟରୁ କମ କରାଯାଇପାରିବ । ରିପୋର୍ଟରେ କୁହାଯାଇଛି ଯେ, ଟ୍ରେନରେ ଦିଆଯାଉଥିବା ଭୋଜନ ସମ୍ବନ୍ଧରେ କ୍ୟାଟରିଙ୍ଗ ଏକ୍ସପର୍ଟ ଆଇଆରସିଟିସିକୁ କହିଛି ଯେ, ଥାଳିରେ ଅଏଧିକ ଖାଦ୍ୟ ପରଷା ଯାଇଥାଏ । ଏଥିରେ ପାଖାପାଖି ୯୦୦ ଗ୍ରାମ ପର୍ଯ୍ୟନ୍ତ ଖାଦ୍ୟ ରହିଥାଏ । କିନ୍ତୁ ଭାରତୀୟ ଆହାର ମାନକଙ୍କ ଅନୁଯାୟୀ, ୭୫୦ ଗ୍ରାମ ପର୍ଯ୍ୟନ୍ତ ଥାଳି ପର୍ଯ୍ୟାପ୍ତ ଅଟେ । ଆଉ ଏଥିପାଇଁ ଭାରତୀୟ ରେଳବାଇକୁ କ୍ଷତି ସହିବାକୁ ପଡିଥାଏ । ରେଳବାଇ ଯାତ୍ରୀମାନଙ୍କୁ ୧୧୨ ଟଙ୍କାରେ ଥାଳି ଦେଇଥାଏ । କିନ୍ତୁ ଏହାର ପ୍ରକୃତ ମୂଲ୍ୟ ୧୫୦ ଟଙ୍କାରୁ ଅଧିକ ହୋଇଥାଏ । ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭୋଜନର କ୍ୱାଲିଟି ବଜାୟ ରଖିବା ଅତ୍ୟନ୍ତ କଷ୍ଟକର ଅଟେ କାରଣ ରେଳବାଇ ଯାତ୍ରୀମାନଙ୍କୁ ଅତି ଶସ୍ତାରେ ଖାଦ୍ୟ ଦେଇଥାଏ ।