ବନ୍ୟା ପ୍ରଭାବିତ ରାଜ୍ୟଙ୍କୁ ମିଳିବ ସହାୟତା ! ପ୍ରଧାନମନ୍ତ୍ରୀଙ୍କ ଦେଲେ ପ୍ରତିଶ୍ରୁତି

13

କନକ ବ୍ୟୁରୋ : ବନ୍ୟା ପ୍ରଭାବିତ ରାଜ୍ୟମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଏଥି ସହିତ ସେ ବନ୍ୟା ଏବଂ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି । ଆଜି ‘ପ୍ରଗତି’ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ୧୦ଟି ରାଜ୍ୟର ଭିତ୍ତିଭୂମି ବିକାଶର ଅଗ୍ରଗତି କରିବା ସମୟରେ ସେ ଏହା କହିଛନ୍ତି ।

ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି)ର ଅଗ୍ରଗତି ବିଷୟରେ ସେ ସମୀକ୍ଷା କରିଛନ୍ତି । ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ବ୍ୟବସାୟୀ ଯେଭଳି ଜିଏସ୍‌ଟିରେ ପଞ୍ଜୀକୃତ ହେବେ ତାହା ନିଶ୍ଚିତ କରିବାକୁ ସେ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କହିଛନ୍ତି । ଭିଡିଓ କନ୍‌ଫରେନ୍ସି ଜରିଆରେ ସେ ମୁଖ୍ୟ ସଚିବମାନଙ୍କୁ ରେଳବାଇ, ଜାତୀୟ ରାଜପଥ ଏବଂ ପେଟ୍ରୋଲିୟମ୍‌ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ବିଷୟରେ ପଚାରି ବୁଝିଥିଲେ ।

ପ୍ରକଳ୍ପ ବିଳମ୍ବିତ ହେଲେ ଖyð ପରିମାଣ ବଢ଼ିଯାଉଛି । ତେଣୁ ସଡ଼କ, ରେଳ ଏବଂ ପେଟ୍ରୋଲିୟମ୍‌ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ସହରାଞ୍ଚଳ ଆବାସ ଯୋଜନାର ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା । ଇ-ବଜାର ପ୍ଲାଟଫର୍ମ ଜରିଆରେ ସରକାରୀ ସାମଗ୍ରୀ କିଣିବା କରିବା ଉପରେ ସେ ଜୋର ଦେଇଥିଲେ।