୧୭ତମ ଲୋକସଭାର ଛଅଟି କଥା ! ଯାହାକୁ ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ

167

ଚଳତି ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଅକ୍ତିଆର କରି ବିରୋଧୀଙ୍କୁ ମାତ୍ ଦେଇ ପୁଣି ଥରେ ଶାସନ ଗାଦିରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଜି ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଉଛି । ଯାହାକି ଜୁଲାଇ ୨୬ ତାରିଖ ଯାଏଁ ଚାଲିବ । ଏବଂ ୫ ଜୁଲାଇରେ ସଂସଦ ଗୃହରେ ବଜେଟ୍ ଉପସ୍ଥାପନା ମଧ୍ୟ କରାଯିବ । ତେବେ ବଜେଟ ଅଧିବେଶନର ଆଜି ପ୍ରଥମ ଦିନ ହୋଇଥିବା ବେଳେ ନବନିର୍ବାଚିତ ସାଂସଦ ନେବେ ଶପଥ । ପ୍ରୋଟେମ ସ୍ପିକର ନବ ନିର୍ବାଚିତ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଜୁନ ୧୯ ତାରିଖରେ ଲୋକକସଭା ବାଚଷ୍ପତିଙ୍କର ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଉଭୟ ସଦନର ସଂଯୁକ୍ତ ଅଧିବେଶନର ବୈଠକରେ ରାଷ୍ଟ୍ରପତ ଅଭିଭାଷଣ ଦେବେ । ସେହିଭଳି ଚଳିତ ତଥା ୧୭ତମ ଲୋକସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ତେବେ ଆସନ୍ତୁ ଜାଣିବା ୧୭ତମ ଲୋକସଭାର କିଛି ଗୁରୁତ୍ୱପୂର୍ଣ୍ଣ କଥା

ନଜର ଆସିବେନି ଦିଗଜ ନେତା

୧୭ ତମ ଲୋକସଭାରେ ଅନେକ ଦିଗଜ ନେତାଙ୍କ ଅନୁସ୍ଥିତି ଦେଖିବାକୁ ମିଳିବ । ଏଥିରେ ସେ ସମସ୍ତ ନେତାମାନେ ବି ସାମିଲ ରହିଛନ୍ତି । ଯେଉଁମାନଙ୍କର ସ୍ୱର ଗତ ତିନି ଦଶକରୁ ବି ଅଧିକ ସମୟ ପର୍ଯ୍ୟନ୍ତ ସଂସଦ ଗୃହରେ ଗୁଂଜରିତ ହେଉଥିଲା । ବିଜେପିର ସବୁଠାରୁ ବରିଷ୍ଠ ନେତା ଲାଲକୃଷ୍ଣ ଆଡବାଣୀ, ମୁରଲୀ ମନୋହର ଯୋଶୀ, ସୁଷମା ସ୍ୱରାଜ, ସୁମିତ୍ରା ମହାଜନ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା, ମଲ୍ଲିକାର୍ଜୁନ ଖଡଗେ, ଜ୍ୟୋତିରାଦିତ୍ୟ ସିନ୍ଧିୟା ଭଳି ତୁଙ୍ଗ ନେତାଙ୍କୁ ଚଳିତ ଲୋକସଭାରେ ଆଉ ଦେଖିବାକୁ ମିଳିବ ନାହିଁ ।

ସ୍ୱାଧିନତା ପରେ ସବୁଠୁ ଅଧିକ ମହିଳା

ଚଳିତ ଲୋକସଭାରେ ୭୮ ଜଣ ମହିଳା ସାଂସଦ ହୋଇଛନ୍ତି । ତେବେ ସ୍ୱାଧିନତା ପରଠୁ ଏହି ସଂଖ୍ୟା ସର୍ବାଧିକ ରହିଛି । ମୋଟ ସଦନ ସଂଖ୍ୟାର ୧୪.୮ପ୍ରତିଶତ ହେଉଛନ୍ତି ମହିଳା । ୨୦୧୪ରେ ମହିଳା ସାଂସଦମାନଙ୍କର ସଂଖ୍ୟା ୬୨ ଥିଲା । ଚଳିତ ଲୋକସଭା ନିର୍ବାଚନରେ ମୋଟ ୭୧୯ ଜଣ ମହିଳା ନିର୍ବାଚନ ମୈଦାନରେ ଓହ୍ଲାଇଥିଲେ । ଯେଉଁମାନଙ୍କ ମଧ୍ୟରୁ ୭୮ ଜଣ ୨୦୧୯ ପରୀକ୍ଷାରେ ଉତିର୍ଣ୍ଣ ହେବାରେ ସଫଳ ହୋଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ୨୬୭ ସାଂସଦ ପ୍ରଥମ ଥର ନିର୍ବାଚନ ଜିତିଛନ୍ତି ।

ଯୁବ ସାଂସଦ

୨୦୧୪ ଲୋକସଭା, ଦେଶର ସଂସଦୀୟ ଇତିହାସରେ ସବୁଠାରୁ ବଡ ସାଂସଦ ବିଶିଷ୍ଟ ଲୋକସଭା ମଧ୍ୟରେ ଗୋଟିଏ । ସେତେବେଳେ ୫୪୩ ଜଣ ସାଂସଦଙ୍କ ମଧ୍ୟରୁ ୨୫୩ ଜଣଙ୍କ ବୟସ ଆନୁମାନିକ ୫୫ ବର୍ଷରୁ ଅଧିକ ଥିଲା । ଚଳିତ ସାଂସଦମାନଙ୍କର ବୟସ ରହିଛି ୫୪ ବର୍ଷ । ଏଭଳି ପ୍ରକାରରେ ଦେଖିଲେ ୨୦୧୪ ତୁଳନାରେ ଚଳିତ ଲୋକସଭାରେ ଯୁବା ସାଂସଦଙ୍କ ସଂଖ୍ୟା ରହିଛି ଅଧିକ । ତେବେ ସବୁଠାରୁ କନିଷ୍ଠ ସାଂସଦ ହେଉଛନ୍ତି ଓଡିଶାର ଚନ୍ଦ୍ରାଣୀ ମୂର୍ମୁ । ମାତ୍ର ୨୫ ବର୍ଷ ୧୧ ମାସର ବୟସରେ ସେ ସାଂସଦ ବନିଛନ୍ତି ।

ଖାତା ଖୋଲିପାରିଲାନି କଂଗ୍ରେସ

୧୭ ତମ ଲୋକସଭାରେ ବିରୋଧୀ ଦଳର ନେତା କିଏ ହେବେ, ଏହାକୁ ନେଇ କଂଗ୍ରେସ ପକ୍ଷରୁ ଏଯାବତ୍ ସ୍ପଷ୍ଟ ହୋଇପାରିନାହିଁ । ସେପଟେ ବିଜେପି ବି ବର୍ତ୍ତମାନ ଲୋକସଭା ବାଚଷ୍ପତିକୁ ନେଇ ନିଜ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ ଚର୍ଚ୍ଚା ହେଉଛି କି, ପ୍ରୋଟେମ ସ୍ପିକର ବିରେନ୍ଦ୍ର କୁମାରଙ୍କୁ ହିଁ ବାଚଷ୍ପତି କରାଯାଇପାରେ ।

ଦାଗୀ ସାଂସଦଙ୍କର ସଂଖ୍ୟା ବୃଦ୍ଧି

୧୭ତମ ଲୋକସଭାରେ ୮୮ ପ୍ରତିଶତ ସାଂସଦ ହେଉଛନ୍ତି କୋଟିପତି । ଚଳିତ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ୫୪୨ ଜଣଙ୍କ ମଧ୍ୟରୁ ୪୭୫ ଜଣ ହେଉଛନ୍ତି କୋଟିପତି ସାଂସଦ । ଏମାନଙ୍କ ମଧ୍ୟରୁ ବିଜେପିର ସର୍ବାଧିକ ୨୬୫ ଜଣ କୋଟିପତି ନେତା ହୋଇଥିବା ବେଳେ କଂଗ୍ରେସର ୪୩ ଜଣ ସାଂସଦ ହେଉଛନ୍ତି କୋଟିପତି । ବିଜେପିର ସହଯୋଗୀ ଦଳ ତଥା ଶିବସେନାର ୧୮ ଏବଂ ଜେଡିୟୁର ୧୫ ଜଣ ସାଂସଦ ହେଉଛନ୍ତି କୋଟିପତି । ଯେବେକି ଡିଏମକେର ୨୨,ତୃଣମୂଳ କଂଗ୍ରେସର ୨୦ ଏବଂ ଜଗନ ମୋହନ ରେଡ୍ଡିଙ୍କ ଦଳ ଓାଇଏସଆଇର ୧୯ ଜଣ ସାଂସଦ ହେଉଛନ୍ତି କୋଟିପତି । ସେହିଭଳି ଗତ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ଦାଗି ନେତାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଏଥିରେ ସର୍ବାଗ୍ରେ ରହିଛି ବିଜେପି । ବିଜେପିର ୧୧୬ ଜଣ ସାଂସଦଙ୍କ ନାଁରେ ବିଭିନ୍ ଅପରାଧିକ ମାମଲା ରହିଥିବା ବେଳେ ୨୯ ଦାଗି ନେତାଙ୍କ ସହିତ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି ।

ଗୁରୁତ୍ୱପୂର୍ଣ୍ଣ ବିଲ୍

୧୬ତମ ଲୋକସଭାରେ ପାରିତ ହୋଇପାରିନଥିବା ୪୬ଟି ବିଲ୍ ଚଳିତ ଥର ତଥା ୧୭ତମ ଲୋକସଭାରେ ପାରିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଥିରେ ତିନି ତଲାକ୍, ମୋଟର ହ୍ୱିଲର ବିଲ, ଆଧାର ନମ୍ବର ପରିଚୟ ପତ୍ର ଭାବେ ବ୍ୟବହାର ସହ ସଂଯୋଗ ବିଲ, ଚିକିତ୍ସା ଶିକ୍ଷାରେ ପାରଦର୍ଶିତା ସହ ଜଡିତ ମେଡିକାଲ କାଉଂସିଲ ବିଲ ବେଶ୍ ଗୁରୁତ୍ୱ ବହନ କରୁଛି ।