ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇକଲ୍ ଉପହାର ଦେଲେ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ !

50

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ସାଇକଲ ଉପହାର । ଆଉ ଏହି ଉପହାର ଦେଇଛନ୍ତି ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ । ବିଦେଶ ଗସ୍ତ ଶେଷ କରି ଭାରତ ଫେରିବା ପରେ ଆଜି ପ୍ରଧାନମନ୍ତ୍ରୀ ୨ଟି ଫଟୋ ଟ୍ୱିଟ୍ କରିଛନ୍ତି । ଗୋଟିଏ ଫଟୋରେ ମୋଦି ସାଇକଲ ଧରି ଠିଆ ହୋଇଛନ୍ତି ଓ ପାଖରେ ଅଛନ୍ତି ମାର୍କ ରୁଟ୍ ।

ଅନ୍ୟ ଫଟୋରେ ମୋଦି ସାଇକଲରେ ବସିଥିବା ଦେଖିବାକୁ ମିଳୁଛି । ଟ୍ୱିଟରରେ ଫଟୋକୁ ସେୟାର କରି ମୋଦି ସାଇକେଲ ପାଇଁ ମାର୍କ ରୁଟକୁ ଧନ୍ୟବାଦ ଦେଇଛନ୍ତି । ନେଦରଲାଣ୍ଡର ରାଜଧାନୀ ଦ ହେଗରେ ମୋଦି ଓ ମାର୍କ ରୁଟ୍ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏଥିରେ ୩ଟି ବୁଝାମଣା ସ୍ୱାକ୍ଷର ହୋଇଛି । ଆଲୋଚନା ପରେ ମୋଦିଙ୍କୁ ମାର୍କ ରୁଟ ଏହି ସାଇକେଲ ଉପହାର ଦେଇଥିବା ଜଣାପଡିଛି ।