ସହିଦ ଅମର ରହେ: ହେମନ୍ତ ପଣ୍ଡାଙ୍କର ଆଜି ହେବ ଅନ୍ତିମ ସଂସ୍କାର,ପୈତୃକ ଗାଁରେ ଦିଆଯିବ ଶେଷ ସଲାମ

ଗତରାତିରେ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ନିଆଯାଇଥିଲା ଜନ୍ମମାଟି ବେଗୁନିଆ 

562

କନକ ବ୍ୟୁରୋ: ଜମ୍ମୁକଶ୍ମୀରରେ ଶହୀଦ ହୋଇଥିବା ହେମନ୍ତ ପଣ୍ଡାଙ୍କର ଆଜି  ଶେଷ କୃତ୍ୟ ସମ୍ପନ୍ନ କରାଯିବ । ତାଙ୍କ ଜନ୍ମମାଟି ବେଗୁନିଆର ଅଠରାଙ୍ଗରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ । ଗତରାତିରେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ସହିଦଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା । ପରେ ଏକ ଶୋଭାଯାତ୍ରାରେ ହେମନ୍ତ ପଣ୍ଡାଙ୍କ ମରଶରୀରକୁ ପୈତୃକ ଗ୍ରାମ ବେଗୁନିଆର ଅଠରାଙ୍ଗକୁ ନିଆଯାଇଥିଲା ।

ସେପଟେ ସହିଦଙ୍କ ବାପା କହିଛନ୍ତି, ତାଙ୍କ ପୁଅ ସହିଦ ହୋଇଥିବାରୁ ସେ ଗର୍ବିତ । ଗଣତନ୍ତ୍ର ଦିବସରେ ସୀମାରେ ସହିଦ ହୋଇଥିଲେ ବୀର ଯବାନ ହେମନ୍ତ ପଣ୍ଡା । ଜାମ୍ମୁ-କାଶ୍ମୀରର ବାରାମୁଲାରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ପ୍ରାଣ ହରାଇଥିଲେ ଖୋର୍ଦ୍ଧା ବେଗୁନିଆ ଅଂଚଳର ହେମନ୍ତ କୁମାର ପଣ୍ଡା । ହେମନ୍ତଙ୍କ ମରଶରୀର ଗାଁରେ ପହଁଚିବା ପରେ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।