କାର୍ କୁ ୮ ଫୁଟ୍ ଉଚ୍ଚରେ ଝୁଲାଇ ସଫା କରୁଥିଲେ ମେକାନିକ୍, ହଠାତ୍ ଖସିପଡିଲା ଗାଡି । ଆଉ ତା’ପରେ…

214

ସୋସିଆଲ ମିଡିଆରେ ଏକ ହୃଦୟ ଥରାଇବା ଭଳି ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଦୁଇ ମେକାନିକ୍ ଦୁନିଆର ସବୁଠାରୁ ମହଙ୍ଗା କାର୍ ମଧ୍ୟରେ ଆସୁଥିବା ରୋଲ୍ସ ରଏସର ସଫେଇ କରୁଛନ୍ତି । ଭଲ ଭାବରେ ସଫା କରିବା ପାଇଁ କାରକୁ ତଳୁ ୮ଫୁଟ ଉଚ୍ଚରେ ଝୁଲାଇ ରଖାଯାଇଛି । ଦୁହେଁ ସଫେଇ କାମରେ ବ୍ୟସ୍ତ ଥିବା ବେଳେ ହଠାତ୍ କାର୍ ର ନିୟନ୍ତ୍ରଣ ବିଗିଡ଼ିବା ସହ କାରଟି ଉପରକୁ ଉଠିବାକୁ ଲଗୁଛି । ଦୁଇ ମେକାନିକଙ୍କ ମଧ୍ୟରେ ଜଣେ ବାହାରକୁ ଆସିଯାଇଥିବା ବେଳେ ଆଉ ଜଣେ ଉପରକୁ ଉଠୁଥିବା କାରକୁ ତଳକୁ ଟାଣୁଥିବା ଦେଖାଯାଇଛି । ଠିକ୍ ସେତିକି ବେଳେ କାରଟି ହଠାତ୍ ତଳକୁ ଖସି ପଡ଼ିବା ସହ ତଳେ ଥିବା ମେକାନିକ୍ ଜଣଙ୍କ ତଳେ ଚାପି ହୋଇ ଯାଉଛନ୍ତି ।

 

ଏହି ଘଟଣାଟି ଘଟିବା ପରେ ପାଖରେ ଥିବା ଲୋକ ତୁରନ୍ତ ଆସି ତଳେ ଫସି ରହିଥିବା ମେକାନିକଙ୍କୁ ବାହାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓଟି ଚୀନର ବୋଲି ଜଣା ପଡ଼ିଥିବା ବେଳେ ମେକାନିକଙ୍କ ପରର ଅବସ୍ଥା କ’ଣ ତାହା ଜଣା ପଡ଼ିନି ।