ବିହାରରେ ଗମ୍ଭୀର ଜ୍ୱର ନେଲାଣି ୮୩ କଅଁଳ ଜୀବନ ! ତଦାରଖ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପହଂଚିଲେ ମୁଜଫରପୁର

102

ବିହାରର ମୁଜଫରପୁରରେ ଏକ୍ୟୁଟ୍ ଇନ୍ସେଫେଲାଇଟିସ୍ ସିଣ୍ଡ୍ରୋମ୍ କାରଣରୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ ଏବେ ପର୍ଯ୍ୟନ୍ତ ୮୩ ପିଲାଙ୍କ ମୃତ୍ୟୁ ହୋଇଯାଇଛି । ଶ୍ରୀକୃଷ୍ଣ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ ର ସୁପରିଟେଣ୍ଡେଟ୍ ସୁନୀଲ୍ କୁମାର ଶାହି ଏ ବିଷୟରେ ସୂଚନା ଦେଇଛନ୍ତି । ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମୁଜଫରପୁର ପହଂଚି ସାରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନିତିଶ୍ କୁମାର ଏହି ଗମ୍ଭୀର ଜ୍ୱରରେ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବାପାଇଁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ବିହାରର ଗୟାରେ ଅନୁଗ୍ରହ ନାରାୟଣ ମେଡିକାଲ୍ କଲେଜରେ ଭୀଷଣ ଗରମ କାରଣରୁ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଗୟାର ଜିଲ୍ଲାଧିକାରୀଙ୍କ କହିବା ମୁତାବକ ମୃତ୍ୟୁବରଣ କରିଥିବା ୧୨ ରୁ ୭ ଜଣ ଲୋକ ଗୟାର ଥିବାବେଳେ ୨ ଜଣ ଔରଙ୍ଗାବାଦ,ଜଣେ ଛାତ୍ର,ଜଣେ ଶେଖପୁରା ଏବଂ ଜଣେ ନବାଦା ରହିଛନ୍ତି ।

ତେବେ ୬ ଜଣ ବରିଷ୍ଠ ଡାକ୍ତର ଏବଂ ୧୦ ଜଣ ଇଣ୍ଟର୍ଣ୍ଣକୁ ସେଠାରେ ରୋଗୀଙ୍କୁ ଚିକିତ୍ସା ପାଇଁ ରଖାଯାଇଛି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ । ଯେଉଁ ପରିବାର ବିପିଏଲ୍ ଶ୍ରେଣୀରେ ଆସୁଛନ୍ତି ସେମାନଙ୍କୁ ଅନ୍ତେ୍ୱଷ୍ଟି କ୍ରିୟା ପାଇଁ ୨୦ ହଜାର ଟଙ୍କା ଅନୁକମ୍ପା ଦିଆଯିବ । ଆପଣଙ୍କୁ କହିରଖୁଛୁ ୧୫ ବର୍ଷରୁ କମ୍ ବୟସ୍କ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି ।