ଡାକ୍ତର ଓ ରୋଗୀଙ୍କୁ ଅବସାଦମୁକ୍ତ ରଖିବା ପାଇଁ ଏକ ନୂଆ ପ୍ରୟାସ : ହସପିଟାଲରେ କରାଯିବ ମ୍ୟୁଜିକ୍ ସିଷ୍ଟମର ବ୍ୟବସ୍ଥା

49

ହସ୍ପିଟାଲରେ ଚିକିତ୍ସିତ ରୋଗୀ ଓ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଅବସାଦ ମୁକ୍ତ କରିବା ପାଇଁ ଝାରଖଣ୍ଡର ଜାମସେଦପୁରର ଖାସମହଲ ସ୍ଥିତ ସଦର ହସପିଟାଲରରେ ଜିଲ୍ଲାର ସିଭିଲ ସର୍ଜନ ଏକ ଅନନ୍ୟ ବ୍ୟବସ୍ଥା କରିଛନ୍ତି । ବଡ ସହର ଭାବରେ ହସପିଟାଲର ଅପରେସନ୍ ଥିଏଟର ଓ ଲେବର ରୁମ୍ ରେ ସଂଗୀତ ପାଇଁ ମ୍ୟୁଜିକ ସିଷ୍ଟମ ବ୍ୟବସ୍ଥା କରିଛନ୍ତି ।

ଅପରେସନ୍ ସହିତ ସଂଗୀତ କଥା ଶୁଣି ଆପଣଙ୍କୁ ଅଖାଡୁଆ ଲାଗୁଥିବ ନିଶ୍ଚୟ । କିନ୍ତୁ ଜାମସେଦପୁରରେ ପ୍ରଥମ ଥର ଅପରେସନ୍ ଥିଏଟରରେ ସଂଗୀତ ସହିତ ଜଟିଳରୁ ଜଟିଳ ଅପରେସନ୍ ଡାକ୍ତରଙ୍କ ଦ୍ୱାରା କରାଯାଉଛି ।

ଔଷଧ ସହିତ ଦିଆଯିବ ମ୍ୟୁଜିକ୍ ଥେରାପି : ମ୍ୟୁଜିକ୍ ସିଷ୍ଟମରୁ ଧୀର ସ୍ୱରରେ ଇଷ୍ଟଅୁମେଣ୍ଟାଲ ମ୍ୟୁଜିକ୍ ବାଜେ । ଅପରେସନ୍ କୋଠରୀରେ କାମ କରୁଥିବା ଡାକ୍ତର ଓ ନର୍ସ ମଧ୍ୟ ଏହି ନୂଆ ବ୍ୟବସ୍ଥା ଦ୍ୱାରା ବହୁତ ସନ୍ତୁଷ୍ଟ ଅଛନ୍ତି । ଲେବର ରୁମ୍ ଦାୟିତ୍ୱରେ ଥିବା ମହିଳା ଡାକ୍ତରଙ୍କ କହିବାନୁସାରେ ଚିକିତ୍ସା ପାଇଁ ଔଷଧ ବ୍ୟତୀତ ଟଚ୍ ଥେରାପି, ଟକିଙ୍ଗ ଥେରାପି ବ୍ୟତୀତ ମ୍ୟୁଜିକ୍ ଥେରାପି ମଧ୍ୟ ଅଛି । ଏହା ଜରିଆରେ ରୋଗୀଙ୍କ ମନ ବଦଳୁଥାଏ ଓ ତାଙ୍କୁ କିଛି ଆଶ୍ୱସ୍ଥି ମଧ୍ୟ ମିଳେ । ସଂଗୀତ ଦ୍ୱାରା ସେମାନେ ମଧ୍ୟ ଅବସାଦ ମୁକ୍ତ ରହନ୍ତି ।

ଝାରଖଣ୍ଡରେ ଏହା ପ୍ରଥମ ପ୍ରୟୋଗ କରାଯାଇଛି, ଯାହାକୁ ମ୍ୟୁଜିକ୍ ଥେରାପି ମଧ୍ୟ କହିପାରିବା । ଜିଲ୍ଲାର ସଦର ହସପିଟାଲ ରେ ଲାଗିଥିବା ଏହି ମ୍ୟୁଜିକ୍ ସିଷ୍ଟମ ଠାରୁ ୨୪ ଘଣ୍ଟା ଧୁନ୍ ବାଜେ । ରାତି ସମୟରେ କିଛି ସମୟ ପାଇଁ ଏହାକୁ ବନ୍ଦ କରିଦିଆଯାଏ । ଜାମସେଦପୁରରେ ପ୍ରଥମ ଥର ଏହା ହେଉଛି । ସିଭିଲ ସର୍ଜନଙ୍କ ଏଭଳି ଅନନ୍ୟ ବ୍ୟବସ୍ଥା ଦ୍ୱାରା ରୋଗୀ ଓ ତାଙ୍କ ପରିଜନ ବହୁତ ଖୁସି ।