କ୍ରିକେଟ ମୈଦାନରେ ‘ନାଗିନ’ ଡ୍ୟାନ୍ସ ! ଶ୍ରୀଲଙ୍କାକୁ ହରାଇବା ପରେ ଅଣ୍ଟା ହଲାଇ ପଡିଆରେ ନାଗିନ ଡ୍ୟାନ୍ସ କଲେ ମୁସଫିକୁର, ସୋସିଆଲ ମିଡିଆରେ ମଜା ଉଡାଇଲେ କ୍ରିକେଟପ୍ରେମୀ

42

କ୍ରିକେଟ ମୈଦାନରେ ନାଗିନ୍ ଡ୍ୟାନ୍ସ କଲେ ବାଂଲାଦେଶ କ୍ରିକେଟର ମୁସଫିକୁରଙ୍କ ରହିମ । ଅଣ୍ଟା ହଲାଇ ନାଗିନ ଢଙ୍ଗରେ ନାଚିଲେ ବାଲାଂଦେଶ ଟିମର ୱିକେଟକିପର ମୁସିଫକର । ଏଭଳି ଦୃଶ୍ୟ ଗତକାଲିର ମ୍ୟାଚରେ ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କେବଳ ଏତିକି ନୁହେଁ କ୍ରିକେଟପ୍ରେମୀ ମଧ୍ୟ ରହିମଙ୍କ ଏହି ଡ୍ୟାନ୍ସ ଷ୍ଟାଇଲକୁ ବେଶ ପସନ୍ଦ କରିବା ସହ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି ।

ନିଦାସ ଟ୍ରଫିର ତୃତୀୟ ଟି-୨୦ ମ୍ୟାଚରେ ରୋମାଞ୍ଚକାର ମୁକାବିଲାରେ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି ବାଂଲାଦେଶ । ମୁସଫିକରଙ୍କ ଦମଦାର ୭୨ ରନର ଇନିଂସ ବଳରେ ବାଂଲାଦେଶ ୨୧୫ ରନର କଷ୍ଟସାଧ୍ୟ ଲକ୍ଷ୍ୟକୁ ଶେଷ ଓଭରରେ ହାସଲ କରି ନେଇଥିଲା । ଆଉ ଏହାପରେ ପଡିଆରେ ଆରମ୍ଭ ହୋଇଥିଲା ସେଲିବ୍ରେସନ । ବିଜୟ ସୂଚକ ରନ ନେବା ପରେ ଖୁସିରେ ଆତ୍ମହରା ହୋଇଯାଇଥିଲେ ମୁସିଫକୁର । ପଡିଆରେ ଆରମ୍ଭ କରିଥିଲେ ନାଗିନ ଡ୍ୟାନ୍ସ । ଅଣ୍ଟା ହଲାଇ କିଛି ସେକେଣ୍ଡ ପର୍ଯ୍ୟନ୍ତ ନାଗିନ ହୋଇ ଯାଇଥିଲେ ମୁସିଫକର । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୁସଫିକରଙ୍କ ନାଗିନ ଷ୍ଟାଇଲ ଏବେ କ୍ରିକେଟପ୍ରେମୀଙ୍କ ମନକୁ ବେଶ ଛୁଇଁଛି । ଟ୍ୱିଟରରେ କିଛି ୟୁଜର୍ସ ମୁସଫିକରଙ୍କ ଡ୍ୟାନ୍ସ ଦେଖି ନାଗିନ ସିରିଏଲରେ ଅଭିନୟ କରିବାକୁ କହିଛନ୍ତି ।