୨ ବର୍ଷୀୟ ପୁଅକୁ ଆଇଫୋନ ଧରାଇବା ହେଲା କାଳ : ୪୭ ବର୍ଷ ପାଇଁ ଫୋନ ଲକ !

53

ଶୀର୍ଷକ ପଢ଼ି ଆଶ୍ଚଯ୍ୟ ହେଉଥିବେ; ମାତ୍ରଏହା ସତ । କୁହାଯାଏ ଅଜ୍ଞାନ ଶିଶୁଙ୍କୁ ସବୁବେଳେ ଫୋନଠୁ ଦୂରେଇ ରଖିବା କଥା । କିନ୍ତୁ ଅନେକ ସମୟରେ ସେମାନଙ୍କ ଜିଦ ସାମନାରେ ଅଭିଭାବକ ଉପାୟଶୂନ୍ୟ ହୋଇ ହାରିଯାଆନ୍ତି । ଆଉ ତା’ପରେ ଯେଉଁ ଗମ୍ଭୀର ସମସ୍ୟା ସୃଷ୍ଟି ହୁଏ, ତାହା ବେଳେବେଳେ କଳ୍ପନା ବାହାରକୁ ଚାଲିଯାଏ ।

ଏଭଳି ଏକ ଘଟଣା ଘଟିଛି ଚୀନରେ । ଏଠାରେ ଜଣେ ମହିଳା ନିଜ ବର୍ଷକର ପୁଅକୁ ଏକ ଆଇଫୋନ ଖେଳିବାକୁ ଧରାଇ ଦେଇଥିଲେ । କିନ୍ତୁ ପିଲାଟି କୈାଣସି ଉପାୟରେ ଅଜାଣତରେ ଫୋନ ଲକ ଫିଟାଇବାକୁ ଅନେକ ଥର ଚେଷ୍ଟା କରିଥିଲା । ଫଳରେ ତାହା ୨ କୋଟି ୫୦ ମିନିଟ ଲକ୍ଷ ମିନିଟ ଅର୍ଥାତ ୪୭ ବର୍ଷ ପାଇଁ ଲକ ହୋଇଯାଇଛି ।

 

ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ପରିସରକୁ ଆସିଛି । ମହିଳା ଦୀର୍ଘ ଦୁଇ ମାସ ଧରି ଲକ ଫିଟାଇବାକୁ ପ୍ରୟାସ କରିବା ପରେ ବି ସଫଳ ହୋଇପାରି ନଥିଲେ । ସାଙ୍ଘାଇର ଆପଲ ଷ୍ଟୋରର ଜଣେ ଟେକନିସିଆନକୁ ଜଣାଇବା ପରେ ସେ କହିଛନ୍ତି, ଲକ ଫିଟାଇବାକୁ ଦୁଇଟି ଉପାୟ ରହିଛି । ଗୋଟିଏ ୪୭ ବର୍ଷ ଅପେକ୍ଷା ଅନ୍ୟଟି ପୂରା ଫୋନର ଡାଟାକୁ ଫର୍ମାଟ କରିବା । ଏବେ ମହିଳା ଜଣକ ଛୋଟ ପିଲାଙ୍କୁ କୈାଣସି ପରିସ୍ଥିତିରେ ଦାମୀ ଫୋନ ନଦେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆମେ ଜଣାଇ ଦେଉଛୁ ଯେ, ୬ ଥର ଭୁଲ ପାସୱାର୍ଡ ଦେଲେ ଆଇଓଏସ ଡିଭାଇସ ଲକ ହୋଇଯାଏ ।