ର‌୍ୟାଗିଙ୍ଗ୍ ରୋଗରେ ଜୀବନ ହାରିଲେ ଡାକ୍ତରୀ ଛାତ୍ରୀ ! ସିନିୟର୍ ଡାକ୍ତରଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ ଡାକ୍ତରୀ ଛାତ୍ରୀ

335

ମହାରାଷ୍ଟ୍ରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାକାର ଏକ ସରକାରୀ ହସପିଟାଲରେ ପଢୁଥିବା ଜଣେ ଡାକ୍ତରୀ ଛାତ୍ରୀଙ୍କ କଥିତ ରୁପରେ ର‌୍ୟାଗିଙ୍ଗ୍ କରିବା ଏବଂ ମାନସିକ ନିର୍ଯାତନା ଦେବା କାରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଛାତ୍ରୀ ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୀଡିତାଙ୍କ ପରିବାର ଲୋକେ ହସ୍ପିଟାଲ୍ ଡିନ୍ ,ପୋଲିସ୍ ଏବଂ ରାଜ୍ୟମନ୍ତ୍ରୀଙ୍କୁ ମଧ୍ୟ ଏନେଇ ଗୁହାରୀ କରିଥିଲେ ଏବଂ ଲିଖିତ ଆକାରରେ ଏତଲା ମଧ୍ୟ ଦେଇଥିଲେ । କିନ୍ତୁ କେହିବି ର‌୍ୟାଗିଙ୍ଗ୍ କୁ ନେଇ ଶକ୍ତ ପଦକ୍ଷେପ ନେଇନଥିଲେ ।

ତିନିଜଣ ଲୋକଙ୍କ ନାଁରେ ଦିଆଯାଇଥିଲା ଏତଲା : ସୁଚନାନୁସାରେ , ଛାତ୍ରୀଙ୍କ ଆତ୍ମହତ୍ୟା ସହ ଜଡିତ ଥିବା ଏହି କଲେଜ୍ ଟି ହେଉଛି ମୁମ୍ବାଇର ସରକାରୀ ବିବାଇଏଲ୍ ନାୟର ହସ୍ପିଟାଲ୍ । ଛାତ୍ରୀଙ୍କ ପରିବାରର ଏତଲା ପରେ ହସ୍ପିଟାଲର ୩ ଜଣ ସିନିୟର୍ ଡାକ୍ତରଙ୍କୁ ପୋଲିସ୍ ଗିରଫ କରିଛି । ପରିଜନଙ୍କ କହିବାନୁସାରେ ଅଭିଯୁକ୍ତ ଡାକ୍ତର ଛାତ୍ରୀଙ୍କ ମାନସିକ ଉତ୍ପୀଡନ କରିବା ସହ ଜାତିଗତ ଟିପ୍ପଣୀ ମଧ୍ୟ କରୁଥିଲେ । ସିନିୟରଙ୍କ ଏଭଳି ଟିପ୍ପଣୀରେ ଛାତ୍ରୀ ଜଣକ ଖୁବ୍ ଚିନ୍ତାରେ ରହୁଥିଲେ । ତେବେ ଆତ୍ମହତ୍ୟା ପୂର୍ବରୁ ସେ ୩ ଟି ସର୍ଜରୀ ମଧ୍ୟ କରିଥିଲେ । ଡାକ୍ତର ପାୟଲ୍ ତଙ୍ଗବୀ ଏହି କଲେଜରେ ଏମ୍.ଡି ପାଠ ପଢୁଥିଲେ । ତାଙ୍କର ଦ୍ୱିତୀୟ ବର୍ଷ ଚାଲୁଥିଲା । ମିଡିଆ ରିପୋର୍ଟ ଅନୁସାରେ ଆତ୍ମହତ୍ୟା ପୂର୍ବରୁ ସେ ୩ ଟି ସର୍ଜରୀ କରିଥିଲେ ଏହାର କିଛି ଘଣ୍ଟା ପରେ ତାଙ୍କ କୋଠରୀରୁ ତାଙ୍କ ମୃତଦେହ ବାହାରିଥିଲା ।