କନ୍ୟା ସନ୍ତାନ ଜନ୍ମ ହେବାରୁ ବୋହୂକୁ ଦାମୀ କାର୍ ଉପହାର କଲେ ଶାଶୁ

61

ଯେଉଁଠି ଦେଶରେ କନ୍ୟା ଭୃଣ ହତ୍ୟା ଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି ସେଠି ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହମିରପୁର ଜିଲ୍ମାରେ । ଖୁସବୁ ନାମକ ଜଣେ ମହିଳା କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ ଶାଶୁ ଖୁସି ହୋଇ ତାଙ୍କୁ ଏକ ଦାମୀ କାର ଉପହାର ଦେଇଛନ୍ତି । ଏହା ସହ ଖୁସବୁଙ୍କ ଶାଶୁ ପ୍ରେମା ଦେବୀ ନାତୁଣୀର ଜନ୍ମ ପରେ ଏକ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ । ପୁଅଙ୍କ ଅପେକ୍ଷା ଝିଅମାନେ ଅଧିକ ଭଲବୋଲି ଭାବନ୍ତି ସ୍ୱାସ୍ଥ୍ୟ ବିଭାଗର ପୂର୍ବତନ କର୍ମଚାରୀ ପ୍ରେମା ଦେବୀ ।

ସମାଜର ସବୁ କ୍ଷେତ୍ରରେ ନାରୀ ନିଜକୁ ସାମିଲ କରିଥିଲେ ମଧ୍ୟ ସେ ରହିଯାଉଛି ପରଦା ପଛରେ , ଅବହେଳିତ ଅବସ୍ଥାରେ । ଆଉ ଏପରି କ୍ଷେତ୍ରରେ ପ୍ରେମା ଦେବୀଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବରେ ପ୍ରେରଣାଦାୟୀ ।