ଚାରି ବୋକା ଚୋରଙ୍କ କାହାଣୀ

50

ଚୋର ଯେତେ ଚାଲାକ ହେଉ ନା କାହିଁକି କିଛି ନା କିଛି ଭୂଲ୍ କରି ବସିଥାଏ । ମାତ୍ର ଚୋର ଯଦି ବୋକା ହୋଇଥାଏ ତେବେ କଥା ସରିଲା । ଦେଖନ୍ତୁ ଏମିତି କିଛି ବୋକା ଚୋରଙ୍କ କାହାଣୀ ଆପଣଙ୍କୁ ହସାଇ ହସାଇ ବେଦମ୍ କରିବ।

ବେସବଲ୍ ବ୍ୟାଟ ନେଇ ବନ୍ଧୁକ ଷ୍ଟୋରରୁ ବନ୍ଧୁକ ଚୋରୀ କରିବାର ସାହସ ମହଙ୍ଗା ପଡ଼ିଛି ଜଣେ ଚୋରକୁ । ବନ୍ଧୁକ ତ ପାଇଲେନି ମାତ୍ର ବନ୍ଧୁକ ମୁନର ଶିକାର ହେଲେ ଏହି ଚୋର ଜଣଙ୍କ । ଦୋକାନ ମାଲିକ ଜଣକ ଓଲଟା ତାକୁ ବନ୍ଧୁକ ଦେଖାଇ ପୁଲିସକୁ ଖବର ଦେଲେ ।

ଚୋରୀ କରିବାକୁ ଆସି ୯୩ ବର୍ଷୀୟ ବୃଦ୍ଧାଙ୍କ ପାଖରେ ହାର ମାନି ଜେଲର ହାୱା ଖାଉଛି ଅନ୍ୟ ଏକ ଚୋର। ଘଟଣାଟି ବେଶ୍ କୋତୁହଳଜନକ । ବୃଦ୍ଧା ଜଣଙ୍କ ଚୋରକୁ ନିଜର ପୁଅର ସାଙ୍ଗ ଓ ତାକୁ ଜାଣିଥିବା କହି ତାର ମନ ଜିଣିବାରେ ସକ୍ଷମ ହୋଇଥିଲା । ଆଉ ପେଟେ ଖାଇ ପିଇ ଚୋର ଜଣକ ବୃଦ୍ଧାଙ୍କ ଘରେ ଆରାମରେ ଶୋଇଯାଇଥିଲା । ବାସ୍ ତା ପରେ ଜେଲର ଚାରି କାନ୍ଥ ଭିତରେ ଶୋଇବାକୁ ପଡ଼ୁଛି ଏହି ଚୋରକୁ।

ସେହିପରି କାନାଡ଼ାରେ ଏକ ପେଟ୍ରୋଲ ପମ୍ପରେ ଦୁଇ ଚୋର ଲୁଟ୍ କରି କିଛି ବାଟ ଗଲା ପରେ ରାସ୍ତା ଭୂଲି ଯାଇଥିଲେ । ପୁର୍ନବାର ଠିକ ରାସ୍ତା ପଚାରିବାକୁ ଆସିଥିଲେ ସେହି ପେଟ୍ରୋଲ ପମ୍ପକୁ । ମାତ୍ର ସେଠାରେ ପୁଲିସ୍ ଆସି ପହଂଚି ଯାଇଥିଲା ଆଉ ଧରି ନେଇଥିଲେ ସେମାନଙ୍କୁ । ବାସ୍ ନିଜର ବୋକାମୀ ପାଇଁ ଏବେ କାଳକୋଠରୀରୁ ବାହାରକୁ ଆସିବାର ରାସ୍ତା ଖୋଜୁଛନ୍ତି ଏହି ଦୁଇ ବୋକା ଚୋର ।

ସେହିଭଳି ଅନ୍ୟ ଏକ ଚୋର କାର କଂପାନୀ ମାଲିକକୁ ୧୦ କୋଟି ଟଙ୍କା ମାଗିବା ସହ ଧମକ ମଧ୍ୟ ଦେଇଥିଲା। ମାତ୍ର ଚୋର ଏତେ ବୋକା ଥିଲା ଯେ ଧମକ ଦେଇଥିବା ଚିଠିରେ ନିଜର ଫୋନ୍ ନମ୍ବର ସହ ବ୍ୟାଙ୍କ ଆକାଉଂଟ ନମ୍ବରରେ ମଧ୍ୟ ଲେଖିଥଲା । ଆଉ ତାପରେ ପୁଲିସ୍ ଫୋନ୍ ନମ୍ବରକୁ ଟ୍ରେସ୍ କରି ସହଜରେ କାବୁ କରିଥିଲା ଏହି ଚୋରକୁ।