ଅଟଳଙ୍କ ପରେ ଅର୍ଥବ୍ୟବସ୍ଥାରେ ଆଖିଦୃଶିଆ ସୁଧାର ଆଣିଲେ ମୋଦି ସରକାର ! ୧୩ ବର୍ଷ ପରେ ମୁଡ଼ିଜ୍ ବଢ଼ାଇଲା ରେଟିଂ

31

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଲଗାତାର କଠୋର ନିଷ୍ପତ୍ତି ନେଉଛନ୍ତି । ତେବେ ମୋଦିଙ୍କ ଏପରି କିଛି ନିଷ୍ପତ୍ତି ପାଇଁ ଦେଶରେ ବିଭିନ୍ନ ସମୟରେ ବିରୋଧ ମଧ୍ୟ ଦେଖିବା ପାଇଁ ମିଳୁଛି । କିନ୍ତୁ ଦୁନିଆର ଅନେକ ଏଜେନ୍ସି ଏହି ନିଷ୍ପତ୍ତିି ପାଇଁ ମୋଦିଙ୍କର ବହୁତ ପ୍ରଶଂସା କରୁଛନ୍ତି । ଅନ୍ତରାଷ୍ଟ୍ରୀୟ ରେଟିଂ ଏଜେନ୍ସି ମୁଡ଼ିଜ୍ ନିକଟରେ ତାଜା ରାଙ୍କିଂ ଜାରି କରିଛି । ମୁଡ଼ିଜ୍, ଭାରତର ରେଟିରେ ପରିବର୍ତ୍ତନ କରି ସକରାତ୍ମକ ସୁଧାର ଆଣିଛି । ଭାରତ ଏବେ BAA3 ଗ୍ରୁପରୁ BAA୨କୁ ଉନ୍ନୀତ ହେବାରେ ସଫଳ ହୋଇଛି । ମୋଦି ଭାରତର ଆର୍ଥିକ ସୁଧାର ପାଇଁ ନେଇଥିବା ନିଷ୍ପତ୍ତି ଯୋଗୁଁ ମୁଡ଼ିଜର ରାଙ୍କିଂରେ ସୁଧାର ଆସିଛି । ପାଖାପାଖି ୧୩ ବର୍ଷ ପରେ ରେଟିଂରେ ପରିବର୍ତ୍ତନ ହୋଇଛି । ଏହା ପୂର୍ବରୁ ୨୦୦୪ରେ ଭାରତର ରେଟିଂ BAA୩ ଥିଲା । ଏବଂ ୨୧୦୫ରେ ରେଟିଂକୁ ସକରାତ୍ମକ ବିଭାଗରେ ରଖାଯାଇଥିଲା ।

ତେବେ ମୁଡ଼ିଜ୍ ଦ୍ୱାରା ରେଟିଂରେ ଉନ୍ନତି ତଥା ପରିବର୍ତ୍ତନ ମୋଦିଙ୍କ ସଫଳ ଇତିହାସରେ ଆଉ ଏକ ଫର୍ଦ ଯୋଡ଼ି ହୋଇଛି । ଦେଶର ହିତ ପାଇଁ ମୋଦି ଲଗାତାର ପ୍ରୟାସ ଚଳାଇଛନ୍ତି । ତେବେ ଏଥିରେ ସେ ସଫଳ ହୋଇପାରିଛନ୍ତି ବୋଲି ଏହି ରେଟିଂ ଦେଖିଲେ ଅନୁମାନ କରାଯାଉଛି । ତେବେ ରେଟିଂରେ ଉନ୍ନତି ଯୋଗୁଁ ଟ୍ୱିଟରରେ ମୋଦି ସରକାରଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ମୁଡ଼ିଜ୍ ଦ୍ୱାରା ରେଟିଂ ବଢ଼ାଇବା ପରେ ପଧାନମନ୍ତ୍ରୀଙ୍କ ସବକା ସାଥ୍ ସବକା ବିକାଶ୍ ଉପରେ ପୁରା ବିଶ୍ୱର ମୋହର ଲାଗିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହି ତାଜା ରେଟିଂ ଜାରି ପରେ ମୋଦିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ତାଙ୍କ ସରକାରଙ୍କ ଭଲ କାମ ଯୋଗୁଁ ରାଙ୍କିଂରେ ସୁଧାର ଆସିଛି ।

ଏହି ରେଟିଂର ଅର୍ଥ କ’ଣ?

ମୁଡ଼ିଜ୍ ଅନୁସାରେ BAA୩ ରେଟିଂର ଅର୍ଥ ଭାରତରେ ନିବେଶ ଅବସ୍ଥାରେ ସୁଧାର ଅସିଛି । ଏଥିପାଇଁ ରେଟିଂକୁ BAA୩ ରୁ ବଢ଼ାଇ BAA୨ କରାଯାଇଛି । ସରକାର ଦେଶର ଅର୍ଥବ୍ୟବସ୍ଥା ଉପରେ କିପରି ନିର୍ଣ୍ଣୟ ନେଉଛନ୍ତି, ସେହି ଆଧାରରେ ମୁଡିଜର ରେଟିଂ କରାଯାଏ । ଭାରତ ସରକାର ବିଗତ କିଛି ସମୟ ଧରି ସ୍ୱାଗତଯୋଗ୍ୟ ପଦକ୍ଷେପ ନେଉଛନ୍ତି । ମୋଦି ସରକାର ସରକାରୀ ଋଣ କମ୍ କରିବା ପାଇଁ ମଧ୍ୟ ଉଦ୍ୟମ କରିଛନ୍ତି ।

ବଢ଼ିବ ନିବେଶ ସ୍ଥିତି –
ମୁଡ଼ିଜ୍ ରିପୋର୍ଟ ଅନୁସାରେ ସରକାର ଯେଉଁ ପ୍ରକାର ପଦକ୍ଷେପ ନେଇଛନ୍ତି, ଏହାଦ୍ୱାରା ସରକାରୀ ଋଣ କମ୍ ହେବାରେ ଲାଗିଛି । ମୋଦି ସରକାର ଏବେ ବି ଶାସନରେ ଅଛନ୍ତି । ଯେଉଁଠୁ ଜଣାପଠୁୁଛି ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଆଉ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରନ୍ତି ସରକାର । ସରକାରଙ୍କ ଦ୍ୱାରା ଯେଉଁ ନିଷ୍ପତ୍ତି ନିଆଯାଇଛିି, ତାହାଦ୍ୱାରା ଦେଶରେ ନିବେଶ ଓ ବ୍ୟବସାୟରେ ସୁଧାର ଆସିବ । ମୁଡ଼ିଜ୍ ଅନୁସାରେ ମୋଦି ସରକାରଙ୍କକ ଦ୍ୱାରା ଯେଉଁ ପ୍ରକାର ପଦକ୍ଷେପ ନିଆଯାଇଛି, ଏଥିରେ ପୁରା ବିଶ୍ୱ ଆଶ୍ଚର୍ଯ୍ୟାନ୍ୱିତ । ଜିଏସଟି ଯୋଗୁଁ ଦେଶରେ ଅନ୍ତରାଷ୍ଟ୍ରୀୟ ବ୍ୟବସାୟରେ ଅନେକ ସୁବିଧା ମିଳିବ ।

ବଢ଼ିବ ଦେଶର ଅଭିବୃଦ୍ଧି ହାର –
ମୁଡ଼ିଜ୍ ଅନୁସାରେ ମୋଦି ସରକାରଙ୍କ ଦ୍ୱାରା କରାଯାଇଥିବା ସୁଧାର ପରେ, ଏହାର ପ୍ରଭାବ ଲମ୍ବା ସମୟ ପରେ ଦେଖାଯିବ । ସୂଚନାଯୋଗ୍ୟ ଜିଏସଟି ଓ ନୋଟବନ୍ଦୀ ପରେ ଦେଶର ଅଭିବୃଦ୍ଧି ହାରରେ ହ୍ରାସ ପାଇଥିଲା । ଏବଂ ଏନେଇ ମୋଦି ସରକାଙ୍କୁ ବେଶ୍ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ତେବେ ବର୍ତ୍ତମାନ ମୁଡ଼ିଜ୍ ଅନୁସାରେ ଭାରତର ଅଭିବୃଦ୍ଧି ହାର ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ୬.୭ ପ୍ରତିଶତ ରହିବ । ଏହାସହ ୨୧୦୯ ପର୍ଯ୍ୟନ୍ତ ଅଭିବୃଦ୍ଧି ହାର ୭.୫ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନୁମାନ ହେଉଛି ।