ମାଙ୍କଡ଼ର ଅଜବ ସଉକ ! ମୋଟରସାଇକେଲରୁ ଚୋରାଇ ପିଉଛି ପେଟ୍ରୋଲ

44

ପେଟ୍ରୋଲ ଦର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ପେଟ୍ରାଲ ସ ଡିଜେଲ ମୂଲୃ କ୍ରମାଗତ ବୃଦ୍ଧି ହେଉଥିବା ଯୋଗୁଁ ଲୋକଙ୍କ ମବନରେ ତୀବ୍ର ଅସନ୍ତୋଷ ଦେଖାଦେଉଛି । ଏପରି ଅସନ୍ତୋଷ ମଧ୍ୟରେ ଯଦି ଆଣଙ୍କ ପେଟ୍ରୋଲ କିଏ ଚୋରୀ କରି ନେଇଯାଏ, ତେବେ ଆପଣଙ୍କୁ କିପରି ଲାଗିବ । ତେବେ ବତ୍ତର୍ମାନ ଖବର ଆସିଛି ପେଟ୍ରୋଲ ଚୋରୀ କରୁଛି ମାଙ୍କଡ଼ । ଆପଣ ଭାବୁଥିବେ ମାଙ୍କଡ଼ ପେଟ୍ରୋଲ ଚୋରି କରୁଛି କାହିଁକି ଓ ଚୋରୀ ପେଟ୍ରୋଲର କରୁଛି କ’ଣ ?

ମାଙ୍କଡ଼ଙ୍କ ଉପଦ୍ରବ କଥା ସମସ୍ତେ ଜାଣନ୍ତି । କେବେ ଲୋକଙ୍କ ହାତରୁ ଜିନିଷ ଛଡ଼଼ାଇବା ଆଉ କେବେ ଘରେ ପଶି ଫ୍ରିଜରୁ ଜିନିଷ ଚୋରାଇବା ମାଙ୍କଡ଼ ମାନନଙ୍କର ଅଭ୍ୟାସ । ଆଜିକାଲି ମାଙ୍କଡ଼ମାନେ ମୋବାଇଲ ଫୋନ୍ ମଧ୍ୟ ଛଡ଼଼ାଇ ନେଇ ଯାଉଛନ୍ତି । ତେବେ ବତ୍ତର୍ମାନ ଏକ ମାଙ୍କଡ଼ ତା’ର ଅଜବ ପ୍ରକୃତି ଯୋଗୁଁ ଚର୍ଚ୍ଚାର କେନ୍ଦ୍ରବିନ୍ଧୁ ପାଲଟିଛି । ପ୍ରକୃତ କଥା ହେଲା ମାଙ୍କଡ଼ଟି ବହୁତ ଦୁଷ୍ଟ । ଏହି ମାଙ୍କଡ଼ଟି ହରିୟାଣା ପାନିପଥର ଏବଂ ମାଙ୍କଡଟି ପେଟ୍ରୋଲ ପିଇବା ପାଇଁ ବହୁତ ପସନ୍ଦ କରେ । ସୂଚନା ଅନୁସାରେ ମାଙ୍କଡ଼ଟି ସବୁବେଳେ ସୁଯୋଗ ଅପେକ୍ଷାରେ ଥାଏ, ଯେତେବେଳେ ସୁଯୋଗ ମିଳେ ସେ ଗାଡିରୁ ପେଟ୍ରୋଲ ବାହାର କରି ପିଇଯାଏ ।

ପାନୀପଥ ସହରରେ ଇନସାର ବଜାରରେ ଏହି ମାଙ୍କଡ଼ ବହୁତ ଚର୍ଚ୍ଚାରେ । ଏହି ମାଙ୍କଡ଼ ଯେତେବେଳ କୌଣସି ବାଇକକୁ ଦେଖେ, ଦୌଡ଼ି ବାଇକ ପାଖରେ ପହଞ୍ଚିଯାଏ । ଏବଂ ଦାନ୍ତରେ ପାଇପ କାଟି ପେଟ୍ରୋଲ ପିଇଯାଏ । ସବୁ ମୋଟରସାଇକିଲ ଉପରେ ଥାଏ ଏହି ମାଙ୍କଡ଼ର ନଜର । ଦୁଷ୍ଟ ମାଙ୍କଡ଼ଟି ଚାହିଁଥାଏ କେବେ କେଉଁ ବାଇକ ଚାଳକ ଆସିବ ଓ ସେ ପେଟ୍ରୋଲ ପିଇବ । ଲୋକ ଦୁଷ୍ଟ ମାଙ୍କଡ଼ର ଏପରି ଅଜବ ସଉକ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଅନେକ ସମୟରେ ମାଙ୍କଡ଼କୁ ଘଉଡାଇଲେ ମଧ୍ୟ ସମୟ ସୁଯୋଗ ଦେଖି ସେ ପେଟ୍ରୋଲ ପିଇବା ପାଇଁ ପହଞ୍ଚିଯାଏ । ପେଟ୍ରୋଲ ପିଉଥିବା ଏହି ମାଙ୍କଡ଼ର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି ।