ଭାରତରେ ବଢୁଛି ମୋମୋ ଚ୍ୟାଲେଞ୍ଜ ଆତଙ୍କ ! ଯୁବବର୍ଗଙ୍କୁ ଟାର୍ଗେଟ କରୁଛି ଏହି ଭୟଙ୍କର ମୃତ୍ୟୁର ଖେଳ ।

32

ଭାରତରେ ଦିନକୁ ଦିନ ବଢିଚାଲିଛି ମୋମୋ ଚ୍ୟାଲେଞ୍ଜର ଆତଙ୍କ । ଭାରତରେ ଧିରେ ଧିରେ କାୟାବିସ୍ତାର କରୁଛି ଏହି ମୃତ୍ୟୁର ଖେଳ । ପ୍ରତିଦିନ ଗେମ୍ ସମ୍ବନ୍ଧୀୟ କିଛିନା କିଛି ମାମଲା ସାମ୍ନାକୁ ଆସୁଛି । ପଶ୍ଚିମ ବଙ୍ଗଳାରେ ମୋମୋ ଚ୍ୟାଲେଞ୍ଜ ନିଜର ପ୍ରଭାବ ବିସ୍ତାର କରୁଥିବା ଦେଖିବାକୁ ମିଳିଛି । ବିଶେଷକରି ଯୁବବର୍ଗମାନଙ୍କୁ ଏହି ଗେମ୍ ଟାର୍ଗେଟ କରୁଥିବା ଜଣାପଡିଛି । ଏହାକୁ ନଜରରେ ରଖି ସିଆଇଡି ସତର୍କ ହେବା ସହ ସଚେତନତା ଅଭିଯାନ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଲିପୁରଦ୍ୱାରର ଜଣେ ଛୋଟ ପିଲାର ମୋବାଇଲରେ ମୋମୋ ଚ୍ୟାଲେଞ୍ଜ ଲିଙ୍କ୍ ଆସିଥିଲା । ଏହି ପିଲାଟିର ନାଁ ହେଉଛି ନେହାଲ ହୁସେନ୍ । ନେହାଲଙ୍କ କହିବା ଅନୁଯାୟୀ, ତାଙ୍କ ନମ୍ବରକୁ ମୋମୋ ଚ୍ୟାଲେଞ୍ଜର ଏକ ଭୟାନକ ଡିପି ଥିବା ଏକ ଅଜ୍ଞାତ ନମ୍ବରରୁ ମେସେଜ ଆସିଥିଲା । ଏବଂ ଏଥିରେ ଗେମ୍ ଖେଳିବା ପାଇଁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଏହା ପରେ ନେହାଲ ଉକ୍ତ ନମ୍ବରଟିକୁ ବ୍ଲକ କରିଦେଇଥିଲେ । ତେବେ ମେସେଜରେ ଲେଖାଥିଲା ଯେ, ହାଏ ଆଇ ଏମ୍ ମୋମୋ ! ଓି୍ୱଲ ୟୁ ପ୍ଲେ ଏ ଗେମ୍ ?

ଏହିପରି ଅନେକ ମାମଲା ଧିରେ ଧିରେ ସାମ୍ନାକୁ ଆସୁଥିବା ବେଳେ ମୋମୋ ଚ୍ୟାଲେଞ୍ଜ ଭାରତରେ ନିଜର କାୟା ବିସ୍ତାର କରୁଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । ତେବେ ଏଥିପାଇଁ ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି । ମୋମୋ ଚ୍ୟାଲେଞ୍ଜ ବିଶେଷ କରି ଯୁବ ବର୍ଗର ପିଲାମାନଙ୍କୁ ନିଜ କବଳରେ ନେଉଥିବା ଜଣାପଡିଛି । ତେଣୁ କୌଣସି ଅଜ୍ଞାତ ନମ୍ବରରୁ ମେସେଜ ଆସିଲେ ଏହାକୁ ଅଣଦେଖା କରିବା ସହ ଉକ୍ତ ନମ୍ବରକୁ ବ୍ଲକ କରିଦିଅନ୍ତୁ ।