ମୋଦିଙ୍କ ବିମୁଦ୍ରାକରଣ ନିଷ୍ପତିକୁ ବିପୁଳ ସମର୍ଥନ : ଏନ୍ଏମ୍ ଆପରେ ୯୦ ପ୍ରତିଶତରୁ ଅଧିକ ଦେଲେ ଫୋର୍ ଷ୍ଟାର ରେଟି

39

କନକ ବ୍ୟୁରୋ : ମୋଦି ସରକାରଙ୍କ ବିମୁଦ୍ରାକରଣକୁ ସମର୍ଥନ କଲେ ଦେଶର ୯୩ ପ୍ରତିଶତ ଲୋକ । ନିଷ୍ପତି ସଂପର୍କରେ ପ୍ରଧାନମନ୍ତ୍ରୀ ଏନ୍ଏମ୍ ଆପରେ ୧୦ଟି ପ୍ରଶ୍ନ ପଚାରିଥିଲେ । ଏ ସଂପର୍କରେ ପ୍ରାୟ ୫ଲକ୍ଷ ଲୋକ ମତାମତ ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରେ ପ୍ରକାଶ କରାଯାଇଛି । ଏଥିରେ ମାତ୍ର ୨ ପ୍ରତିଶତ ଲୋକ ବିମୁଦ୍ରାକରଣ ନିଷ୍ପତିକୁ ବିରୋଧ କରିଥିବା କୁହାଯାଇଛି ।

ଚିତ୍ର ମାଧ୍ୟମରେ ଲୋକଙ୍କ ମତାମତ ସଂପର୍କରେ ତଥ୍ୟ ଦିଆଯାଇଛି । ଏଥିରେ କୁହାଯାଇଛି ପ୍ରତି ମିନିଟରେ ପ୍ରାୟ ୪ଶହ ଲୋକ ଏନ୍ଏମ୍ ଆପ୍ସ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି । ଦେଶର ପ୍ରାୟ ୨ହଜାର ଅଂଚଳରୁ ଏସବୁ ମତାମତ ହସ୍ତଗତ ହୋଇଛି । ପ୍ରଧାନମନ୍ତ୍ରୀ ପ୍ରଶ୍ନ ପଚାରିବାର ୧୫ ଘଂଟା ମଧ୍ୟରେ ଏହି ୫ ଲକ୍ଷ ଲୋକ ସେମାନଙ୍କ ପ୍ରତିକ୍ରିୟା ଦେଇଛନ୍ତି । କଳାଧନ ଓ ଦୁର୍ନୀତି ବିରୋଧରେ ମୋଦି ସରକାରଙ୍କ ଲଢେଇକୁ ୯୨ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି । ଏଭଳି ସର୍ଭେରେ ଐତିହାସିକ ସଂଖ୍ୟାରେ ଲୋକଙ୍କ ଭାଗିଦାରୀକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।