କେବେ ଆସିବ ‘ଅଛେ ଦିନ୍’ ! ମୋଦି ସରକାରଙ୍କ ୩ ବର୍ଷ, ଜନତାଙ୍କ ୩୦ ପ୍ରଶ୍ନ

55

ମୋଦି ସରକାରକୁ ପୁରା ହୋଇଛି ତିନି ବର୍ଷ । ଅନେକ ସ୍ୱପ୍ନ ଓ ପ୍ରତିଶ୍ରୁତି ଦେଖାଇ ମୋଦି କହିଥିଲେ ‘ଅଛେ ଦିନ୍ ଆୟେଙ୍ଗେ’ । ତେବେ ଏହି ତିନି ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କୁ ରହିଛି ୩୦ ପ୍ରଶ୍ନ । ଯାହାର ଉତ୍ତର ଅପେକ୍ଷାରେ ସାଧାରଣ ଜନତା ।

• ସରକାର ପ୍ରତିବର୍ଷ ୨ କୋଟି ଲୋକଙ୍କୁ ଚାକିରୀ ଦେବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ କୁଆଡେ ଗଲା ପ୍ରତିଶ୍ରୁତି ।

• ମୋଦି ସରକାରଙ୍କ କେଉଁ ଯୋଜନା ୩ବର୍ଷ ଭିତରେ ସଫଳ ହୋଇଛି ।

• ଜମ୍ମୁ କଶ୍ମୀରରେ କେବେ ଶାନ୍ତି ଆସିବ । ଏଥିପାଇଁ କଣ କରୁଛନ୍ତି ସରକାର ।

• ଉଚ୍ଚ ଶିକ୍ଷାକୁ ଉନ୍ନତ କରିବା ପାଇଁ କଣ ରହିଛି ସରକାରଙ୍କ ନୀତି ।

• ବିପକ୍ଷରେ ଥିବା ସମୟରେ ମୋଦି ତତ୍କାଳୀନ ସରକାର ଉପରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ହେଲେ ଏଯାଏଁ କାହାକୁ ଦଣ୍ଡ ମିଳିନାହିଁ ।

• ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧାକୁ ଉନ୍ନତ କରିବା ପାଇଁ କଣ କରିଛନ୍ତି ସରକାର ।

• ପାକିସ୍ତାନକୁ ଜବାବ ଦେବା ପାଇଁ କଣ କରିଛନ୍ତି ସରକାର ।

• ମୋଦି ସରକାର ଯୁବପିଢୀଙ୍କ ପାଇଁ ଏଯାଏଁ କଣ କରିଛନ୍ତି ।

• ସରକାର ଯେମିତି ସ୍ମାର୍ଟ ସିଟି ବିଷୟରେ ଆଲୋଚନା କରୁଛନ୍ତି ସେମିତି ସ୍ମାର୍ଟ ଗାଁ କଥା କାହିଁକି କହୁନାହାଁନ୍ତି ।

• ପ୍ରଧାନମନ୍ତ୍ରୀ ମୋଦି ନିଜେ କହିଥିଲେ ୮୦ ପ୍ରତିଶତ ଗୋରକ୍ଷକ ଅପରାଧ । ତେବେ ଏଯାଏଁ କାହିଁକି କିଛି କରିନାହାଁନ୍ତି ମୋଦି ।

• ସରକାର ବିଦେଶରୁ କଳାଧନ ଆଣିବାରେ କାହିଁକି ବିଫଳ ।

• ଗୋରକ୍ଷା କଥା କହୁଥିବା ଲୋକମାନଙ୍କ ହାତରେ ନିର୍ଦ୍ଦୋଷ ଲୋକଙ୍କ ହତ୍ୟା ପରେ ବି କାହିଁକି ଚୁପ୍ ସରକାର ।

• ମେକ୍ ଇନ୍ ଇଣ୍ଡିଆ ଏବଂ ଡିଜିଟାଲ୍ ଇଣ୍ଡିଆ ବିଷୟରେ ଏତେ କଥା କହିଲେ ସରକାର । ହେଲେ ଏହାର ପ୍ରଭାବ ଏଯାଏଁ ଦେଶରେ ଦେଖାଯାଇନାହିଁ ।

• ବିମୁଦ୍ରାକରଣ କରି କଣ ପାଇଲେ ସରକାର ଆଉ ଜନତା ।

• ମୋଦି ଅନେକ ବିଦେଶ ଯାତ୍ରା କରୁଛନ୍ତି । ହେଲେ ଏହାର ଫଳ କଣ ମିଳୁଛି ।

• ସରକାର ରାମ ମନ୍ଦିର ନିର୍ମାଣ କେବେ ସୁଦ୍ଧା କରିବେ ।

• ଗୋମାଂସ ରପ୍ତାନୀ ଉପରେ ଏଯାଏଁ କାହିଁକି ରୋକ୍ ଲାଗିନି ।

• ବଡ ବଡ କମ୍ପାନୀ ପାଇଁ ବହୁତ କିଛି କରିଛନ୍ତି ସରକାର ହେଲେ ଗରିବ ମାନଙ୍କ ପାଇଁ କଣ କରିଛନ୍ତି ।

• ସୀମାରେ ଲଗାତାର ସୈନିକ ମାନଙ୍କ ହେଉଥିବା ହତ୍ୟାକୁ ରୋକିବା ପାଇଁ କଣ କରୁଛନ୍ତି ମୋଦି ।

• ଆତଙ୍କବାଦୀଙ୍କୁ ରୋକିବା ପାଇଁ କେଉଁ କଠୋର ପଦକ୍ଷେପ ନେଇଛନ୍ତି ମୋଦି ।

• ଚୀନର ଚାଲାକିକୁ ରୋକିବା ପାଇଁ କଣ ରହିଛି ମୋଦିଙ୍କ ରଣନୀତି ।

• ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କାହିଁକି ମୋଦି କିଛି କରୁ ନାହାଁନ୍ତି ।

• କେବଳ ପ୍ରଚାରରେ ରହି ଯାଇଛି ସ୍ୱଚ୍ଛ ଭାରତ ଅଭିଯାନ । ଏହାର କୌଣସି ପ୍ରମାଣ ଏଯାଏଁ ଲପଲବ୍ଧ ହୋଇନାହିଁ ।

• ରେଲୱେର କେବଳ ଭଡା ଏବଂ ଅନ୍ୟାନ୍ୟ ଶୁଳ୍କ ବଢୁଛି । କିନ୍ତୁ ଅବସ୍ଥାରେ କୌଣସି ସୁଧାର ଆସୁନାହିଁ ।

• ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ନେପାଳ ସହ ସଂପର୍କ ବିଗିଡି ଯାଇଛି । ନେପାଳ ଏବେ ଚୀନ ସହ ଭଲ ସଂପର୍କ ରଖୁଥିବାର ନଜର ଆସୁଛି । ସରକାର ଏହି ଦିଗରେ କଣ କରୁଛି ।

• ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ କଣ ଦୁର୍ନୀତି କମିଛି ।

• ଦଳିତ ମାନଙ୍କ ସହ ହେଉଥିବା ଲଗାତାର ହିଂସାକୁ ରୋକିବା ପାଇଁ ଏଯାଏଁ କଣ କରିଛି ସରକାର ।

• ମୁସଲମାନ୍ ମାନଙ୍କ ପାଇଁ ଦେଶର ବାତାବରଣକୁ ସୁରକ୍ଷିତ କରିବା ପାଇଁ ସରକାର ଏଯାଏଁ କାହିଁକି କୌଣସି ପଦକ୍ଷେପ ନେଇନାହିଁ ।

• ସରକାର ସ୍କିଲଡ ଇଣ୍ଡିଆର କଥା କହୁଛନ୍ତି । ହେଲେ ଯେଉଁ ମାନେ ସ୍କିଲଡ ଅଛନ୍ତି ସେମାନଙ୍କ ପାଇଁ କିଛି ହୋଇପାରିନାହିଁ ନୂଆ ପ୍ରତିଭା ମାନଙ୍କର କଣ କରିବେ ।

• ମୁସଲିମ୍ ମହିଳା ମାନଙ୍କୁ ତିନି ତଲାକରୁ ବଂଚାଇବା ପାଇଁ ଚେଷ୍ଟା କରୁଛି । ହେଲେ ଏହି ମୁସଲମାନ ମହିଳାଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ କଣ କରୁଛନ୍ତି ।