କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ୭ କୋଟି ଲୋକଙ୍କୁ ମିଳିଛି ରୋଜଗାର ! କାଣନ୍ତୁ କ’ଣ ରହିଛି ବାସ୍ତବତା

41

ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ଦେଶରେ ପ୍ରତି ବର୍ଷ ୨ କୋଟି ଚାକିରି ଦେବେ ବୋଲି କହିଥିଲେ, କିନ୍ତୁ ଆଜି ଏହାର ସତ୍ୟତା ଅନେକ ଦୂରରେ ନଜର ଆସୁଛି । ଏହି ମାମଲା ନେଇ ପ୍ରଶ୍ନ କଲେ ସରକାର ମୁଦ୍ରା ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ସରକାରଙ୍କ ୩ ବର୍ଷ ପୂର୍ତ୍ତି ଅବସରରେ ଶାସକ ଦଳର ମନ୍ତ୍ରୀମାନେ ୩ ବର୍ଷର କାମକୁ ଜନତାଙ୍କ ସାମ୍ନାରେ ରଖିଥିଲେ । କିନ୍ତୁ ବେରୋଜଗାରଙ୍କୁୁ ଚାକିରି ଦେବା ମାମଲାରେ ବହୁତ ପଛରେ ସରକାର ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିକଟରେ ଦାବି କରିଛନ୍ତି କି ବିଜେପି ଶାସନକୁ ଆସିବାର ୨ ବର୍ଷ ଭିତରେ ମୁଦ୍ରା ଯୋଜନା ଅନୁସାରେ ସରକାର ୭.୨୮ କୋଟି ଲୋକଙ୍କୁ ରୋଜଗାର ପାଇଁ ଲୋନ ଦେଇଛି । ମୁଦ୍ରା ଯୋଜନା ଅନୁସାରେ ସରକାର ଏବେ ପର୍ଯ୍ୟନ୍ତ ଛୋଟ ଉଦ୍ୟୋଗକାରୀଙ୍କୁ ୩.୧୭ ଲକ୍ଷ କୋଟି ଟଙ୍କାର ଲୋନ ଦେଇସାରିଛନ୍ତି । ଏହି ଯୋଜନା ଅନୁସାରେ ୫୦,୦୦୦ ଠାରୁ ଆରମ୍ଭ କରି ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ ମିଳୁଛି ।

ସରକାର ୨ ବର୍ଷରେ ୭ କୋଟି ଲୋକଙ୍କୁ ରୋଜଗାର ଦେବାର କଥା ବହୁତ ଆଶ୍ଚର୍ଯ୍ୟକର ଥିଲା । କାରଣ ଦେଶରେ ପ୍ରତି ବର୍ଷ ପାଖାପାଖିି ୧.୨ କୋଟି ରୋଜଗାର ସୃଷ୍ଟି କରିବାର ଆବଶ୍ୟକତା ରହିଛି କିନ୍ତୁ ସରକାରଙ୍କ ରିପୋର୍ଟ ଅନୁସାରେ ତା’ଠାରୁ ୩ ଗୁଣ ଅଧିକ ରୋଜଗାର ସୃଷ୍ଟି କରିଛନ୍ତି । କିନ୍ତୁ ସରକାରଙ୍କ ଏହି ଦାବି କେବଳ କାଗଜକଲମରେ ହିଁ ସୀମିତ ରହିଯାଇଛି ।

ତେବେ ବାସ୍ତବିକତା କ’ଣ ରହିଛି –
ମୁଦ୍ରା ୱେବସାଇଟରେ ଜାରି ହୋଇଥବା ରିପୋର୍ଟ ଓ ଅଧ୍ୟକ୍ଷ ଅମିତ ଶାହଙ୍କ ରିପୋର୍ଟରେ ଅନେକ ସମାନତା ରହିଛି । ୱେବସାଇଟରେ ଜାରି ହୋଇଥିବା ୨୦୧୫ ଓ ୨୧୦୬ର ଡାଟା ହିସାବରେ ୭.୪୫ କୋଟିରୁ ୩ ଲକ୍ଷ କୋଟି ଟଙ୍କା ଏହି ଯୋଜନା ଆସିବା ପରେ ଦିଆଯାଇଛି ।

ବାସ୍ତବରେ ମୁଦ୍ରା ଯୋଜନା ଅନୁସାରେ ଯେଉଁ ଲୋନ ଦିଆଯାଉଛି ତାହା ବ୍ୟାଙ୍କ ଓ ମାଇକ୍ରୋଫାଇନାନ୍ସ(ଏମଏଫଆଇ) ମାଧ୍ୟମରେ ଦିଆଯାଉଛି । ଏଥିରେ ୬୫ ପ୍ରତିଶତ ବ୍ୟାଙ୍କ୍ ଓ ୩୫ ପ୍ରତିଶତ (ଏମଏଫଆଇ)ର ଭାଗୀଦାରୀ ଥାଏ । ଏମଏଫଆଇ ଅନୁସାରେ ୨୧୦୫ରେ ଦିଆଯାଇଥିବା ଲୋନ ଅକ୍ଷେକ୍ଷା ଏହା ୨୦୧୬ରେ ୨୩.୮ ପ୍ରତିଶତ ବୃଦ୍ଧି ପାଇଛି । ତଥ୍ୟ ଅନୁସାରେ ୨୧୦୬ରେ ୫୬,୮୩୭ କୋଟି ଟଙ୍କା ପର୍ଯ୍ୟନ୍ତ ଲାନ ନେଇଛନ୍ତି ଲୋକେ । ଏହାସହ ବ୍ୟାଙ୍କରେ ଏହି ବୃଦ୍ଧି ୪୯ ପ୍ରତିଶତ ହୋଇଛି । ୨୧୦୫ରେ ଯେଉଁଠି ୮୬,୦୦୦ କୋଟି ଟଙ୍କା ଥିଲା, ତାହା ୨୧୦୬ରେ ୧.୨୮ଲକ୍ଷ କୋଟି ପର୍ଯ୍ୟନ୍ତ ପହଞ୍ଚିଛି ।

ମୁଦ୍ରାର ସିଇଓ ଜିଜି ମେନନଙ୍କ ଅନୁସାରେ ବ୍ୟାଙ୍କ ଓ ଏମଏଫଆଇ ଦ୍ୱାରା ସୂକ୍ଷ୍ମ କ୍ଷେତ୍ରରେ ଋଣ ଦେବା ନୂଆ କଥା ନୁହଁ । କିନ୍ତୁ ଏହି ବୃଦ୍ଧି ପଛରେ ମୁଦ୍ରା ଯୋଜନାର ରିଫାଇନାନ୍ସ ସୁବିଧା ରହିଛି । ମୁଦ୍ରା ଯୋଜନାର ନିଜର ରିପୋର୍ଟ ଅନୁସାରେ ନା ବ୍ୟାଙ୍କ ନା ଏମଏଫଆଇ ଏହି ସୁବିଧାର ଲାଭ ଉଠାଇଛନ୍ତି । ୨୧୦୫ରେ ବ୍ୟାଙ୍କଗୁଡ଼ିିକ ମୁଦ୍ରା ଯୋଜନାରୁ କେବଳ ୨,୬୭୧ କୋଟି ଟଙ୍କା ଲୋନ ନେଇଛନ୍ତିି । ଏହିପ୍ରକାରେ ଏମଏଫଆଇ ମଧ୍ୟ କେବଳ ୧.୩୪ ପ୍ରତିଶତ ମୁଦ୍ରା ଯୋଜନାର ରିଫାଇନାନ୍ସ କରିଛି ।

ସୂଚନା ଅନୁସାରେ ମୁଦ୍ରା ଯୋଜନା ଯୋଗୁଁ ପୂର୍ବରୁ ହିଁ ଏମଏଫଆଇରରୁ ଗରିବଙ୍କୁ ଲୋନ ଦିଆଯାଉଥିଲା ଏବଂ ଏମଏଫଆଇ ଚାର୍ଟରେ ଗରିବଙ୍କୁ ଲୋନ ଦିଆଯିବାର ପ୍ରାଥମିକତା ରଖାଯାଇଥିଲା । ରିପୋର୍ଟ ଅନୁସାରେ ୨୧୦୪ରେ ଲୋନର ପରିମାଣ ପାଖାପାଖି ୨୩,୫୦୦ କୋଟି ଟଙ୍କା ଥିଲା , ଯାହା ୨୧୦୬ରେ ୩୭,୫୦୦ କୋଟି ଟଙ୍କା ହୋଇଗଲା । ଏଥିରୁ ସ୍ପଷ୍ଟ ଜଣାପଡ଼ଉଛି ଏହି ବୃଦ୍ଧି ୫୫ ପ୍ରତିଶତ ହୋଇଛି । ମୁଦ୍ରା ଯୋଜନା ପୂର୍ବରୁ ବ୍ୟାଙ୍କ ଦ୍ୱାରା ଦିଆଯାଉଥିବା ଲୋନର ତଥ୍ୟ ଏବେ ଉପଲବ୍ଧ ନାହିଁ ।

ଯେଉଁଠି ଚାକିରି ସୃଷ୍ଟି କରିବାର ପ୍ରଶ୍ନ ଉଠୁଛି ମୁଦ୍ରାର ସିଇଓ କହିଛନ୍ତି ଆମ ପାଖରେ ସେପରି ସ୍ପଷ୍ଟ ଡାଟା ନାହିଁ କି କେତେ ଚାକିରି ସୃଷ୍ଟି ହୋଇଛି । ସେ କହିଛନ୍ତି ଏନେଇ ଆମେ କୌଣସିି ଅନୁମାନ କରିପାରିବୁ ନାହିଁ । ଆମ ପାଖର ଏହାର କୌଣସି ରିପୋର୍ଟ ନାହିଁ କିନ୍ତୁ ମୋତେ ଲାଗୁଛି ନିତୀ ଆୟାଗ ଏ ଦିଗରେ ଚେଷ୍ଟା କରୁଛିି ।