ଟଙ୍କା ଜମା କଲେ ମିଳିବ ସୁନା ! ମୋଦି ସରକାର ଆଣିଲେ ନୂଆ ବ୍ୟାଙ୍କ ଆକାଉଣ୍ଟ ।

37

ବ୍ୟାଙ୍କିଙ୍ଗ ବ୍ୟବସ୍ଥାଠାରୁ ଦୁରେଇ ରହୁଥିବା ନାଗରିକମାନଙ୍କୁ ଏଥିରେ ଯୋଡିବା ପାଇଁ ମୋଦି ସରକାର ଜନ ଧନ ଯୋଜନା ଆରମ୍ଭ କରିଥିଲେ । ଜନ ଧନ ଯୋଜନା ପରେ ଏବେ ମାଦି ସରକାର ଏକ ନୂଆ ପ୍ରକାରର ବ୍ୟାଙ୍କ ଆକାଉଣ୍ଟ ଆଣିବାକୁ ଯାଉଛନ୍ତି ।

ମୋଦିଙ୍କ ଦ୍ୱାରା ଆରମ୍ଭ ହେବାକୁ ଯାଉଥିବା ଆକାଉଣ୍ଟ ଅନ୍ୟ ଆକାଉଣ୍ଟ ଭଳି ସାଧାରଣ ବ୍ୟାଙ୍କରେ ଖୋଲାଯାଇ ପାରିବ । ସେଭିଂ ଆକାଉଣ୍ଟ ଭଳି ଏଥିରେ ମଧ୍ୟ ସୁଧ ମିଳିବ । କିନ୍ତୁ ସେଭିଂ ଆକାଉଣ୍ଟ ଠାରୁ ଅନେକ କେତେକ ମାମଲାରେ ଅଲଗା ରହିବ ଏହି ନୂଆ ଆକାଉଣ୍ଟ । ଗତ କିଛିଦିନ ତଳେ ନିତି ଆୟୋଗ ଅର୍ଥମନ୍ତ୍ରଣାଳୟକୁ ଗୋଲ୍ଡ ସେଭିଂଗ୍ସ ଆକାଉଣ୍ଟର ନୂଆ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ସୂଚନା ମୁତାବକ, ଗୋଲ୍ଡ ସେଭିଂଗ୍ସ ଆକାଉଣ୍ଟରେ ଟଙ୍କା ଜମା କଲେ ଗ୍ରାହକଙ୍କ ପାସବୁକରେ ଟଙ୍କା ବଦଳରେ ସୁନାର ମାତ୍ରା ଧାର୍ଯ୍ୟ କରାଯିବ । ନିତି ଆୟୋଗ ତରଫରୁ ପ୍ରସ୍ତୁତ କରାଯାଇଥିବା ଦସ୍ତାବିଜ ମୁତାବିକ ଗ୍ରାହକମାନଙ୍କୁ ଅତି କମରେ ଏକ ଗ୍ରାମ ସୁନା ମୁଲ୍ୟର ଟଙ୍କା ଆକାଉଣ୍ଟରେ ଜମା କରିବାକୁ ପଡିବ ।

ମିଳିବ ସୁନା ଏବଂ ଟଙ୍କା

ନିତି ଆୟୋଗ ତରଫରୁ ଗୋଲ୍ଡ ସେଭିଂଗ୍ସ ଆକାଉଣ୍ଟ ରେ ଟଙ୍କା ଜମା କରିଥିବା ଗ୍ରାହକ ଜରୁରି କାଳିନ ପରିସ୍ଥିତିରେ ଚାହିଁଲେ ଟଙ୍କା ଉଠାଇ ପାରିବେ କିମ୍ବା ଚାହିଁଲେ ସୁନା ମଧ୍ୟ ଉଠାଇପାରିବେ । ଅର୍ଥାତ ଯଦି ଆପଣଙ୍କ ଖାତାରେ ୩୦ ହଜାର ଟଙ୍କାର ସୁନା ଅଛି ତେବେ ଆପଣ ଚାହିଁଲେ ଟଙ୍କା ଉଠାଇପାରିବେ କିମ୍ବା ବଜାର ଦର ହିସାବରେ ସୁନା ମଧ୍ୟ ଉଠାଇପାରିବେ । ଏହି ଆକାଉଣ୍ଟରେ ଟଙ୍କା ଜମା କରିବା କିମ୍ବା ଟଙ୍କା ଉଠାଇବା ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ । ସବୁଠାରୁ ବଡ କଥା ହେଉଛି ଗ୍ରାହକ ଚାହିଁଲେ ତାଙ୍କ ଖାତାରେ ଥିବା ସୁନାକୁ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ମଧ୍ୟ କରିପାରିବେ ।

ଯଦି ଆପଣ ହୋମ ଡେଲିଭରି ନେବା ପାଇଁ ଇଚ୍ଛା କରୁଛନ୍ତି ତେବେ ଆପଣ ଏହାଠାରୁ ଅଧିକ ସୁନା ନେବା ପାଇଁ ପଡିବ । ଯେତେବେଳେ ଆପଣ ଏହାକୁ ନେବେ ସେହି ସମୟରେ ଟ୍ୟାକ୍ସ ଓ ଇମପୋର୍ଟର ଚାର୍ଜ ମଧ୍ୟ ନିଆଯିବ । ଏହସହ ଅନ୍ୟ ଟ୍ୟାକ୍ସ କାଟିବା ପାଇଁ ପ୍ରସ୍ତାବ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣ ସେହି ଏକାଉଣ୍ଟ ଚଳାଇବାପାଇଁ କୈାଣସି ସମୟ ସୀମା ଧାର୍ଯ୍ୟ ହୋଇନାହିଁ । ଏହା ସମ୍ପୂର୍ଣ୍ଣ ଭାବରେ ଗ୍ରାହକଙ୍କ ଉପରେ ନିର୍ଭର କରେ ସେ ଏହାକୁ କେତେ ଦିନ ପର୍ଯ୍ୟନ୍ତ ଚଳାଇବେ । ଏହାସହ ଏହି ଏକାଉଣ୍ଟ ଟ୍ରାନ୍ସଫର ମଧ୍ୟ ହୋଇ ପାରିବ ।