ଗର୍ଭବତୀ ମହିଳାଙ୍କୁ ମୋଦି ସରକାରଙ୍କ ଉପଦେଶ ! ଯୌନସମ୍ମନ୍ଧ ଓ ମାଂସ ସେବନରୁ ଦୂରେଇ ରୁହନ୍ତୁ, ଧାର୍ମିକ ବିଚାର ରଖନ୍ତୁ

52

ମୋଦି ସରକାରଙ୍କ ମନ୍ତ୍ରାଳୟ ଗର୍ଭବତୀ ମହିଳାଙ୍କୁ କିଛି ଉପଦେଶ ଦେଇଛନ୍ତି ଏବଂ ସେହି ଉପରେ ବିବାଦ ଉଠିିବାର ସମ୍ଭାବନା ମଧ୍ୟ ରହିଛି । ଆୟୁଷ ମନ୍ତ୍ରାଳୟଙ୍କ କହିବା ଅନୁସାରେ ଗର୍ଭଧାରଣ ପରେ ମହିଳାମାନେ ଯୌନସମ୍ମନ୍ଧରୁ ଦୂରେଇ ରହିବା ଉଚିତ୍ । ଏହାସହ ସେମାନେ ମାଂସ ଆଦି ସେବନରୁ ମଧ୍ୟ ଦୂରେଇ ରହିବା ଉଚିତ ।

ଏହାସହ ଗର୍ଭଧାରଣ ସମୟରେ ମନରେ ଧାର୍ମିକ ବିଚାର ରଖିିବା ପାଇଁ ଉପଦେଶ ଦେଇଛନ୍ତି । ଅୟୁଷ ମନ୍ତ୍ରାଳୟ ‘ମଦର ଆଣ୍ଡ ଚାଇଲ୍ଡ’ ବୁକଲେଟ ରେ ଏହି ଉପଦେଶ ଦେଇଛନ୍ତି । ହିନ୍ଦୁସ୍ତାନ ଟାଇମ୍ସ ଖବର ଅନୁସାରେ ଆୟୁଷ ରାଜ୍ୟ ମନ୍ତ୍ରୀ ନିକଟରେ ଏକ ବୁକଲେଟର ରିଲିଜ କରିଛନ୍ତି । ଉକ୍ତ ବୁକଲେଟ ଏହି ବିବରଣୀ ପ୍ରଦାନ କରାଯାଇଛି । କିନ୍ତୁ ଏହି ଉକ୍ତିକୁ ଡାକ୍ତର ବେକାର କରୁଛନ୍ତି ।

ଡାକ୍ତରଙ୍କ କ’ଣ ରହିଛିି ରାୟ ?
ଆପୋଲୋ ହେଲଥ୍ କେୟାର ଗ୍ରୁପର ଜଣେ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଗର୍ଭବତୀ ମହିଳାଙ୍କୁ ପ୍ରୋଟିନ ଡେଫିସିଏନ୍ସି ହୁଏ । ଏମିତିରେ କ୍ଷୀର ଓ ମାଂସ ତାଙ୍କୁ ପ୍ରୋଟିନ ଓ ଆଇରନ ଯୋଗାଇଥାଏ । ଏହାସହ ଯୌନ ସମ୍ମନ୍ଧ ଉପରେ ଡାକ୍ତର କହିଛନ୍ତି ଯଦି ଗର୍ଭଧାରଣ ସ୍ୱଭାବିକ ଅଛି, ତେବେ ଯୌନ ଜୀବନରେ ଏହା କୌଣସି ପ୍ରଭାବ ପକାଇବ ନାହିଁ ।
                                                         ସୌଜନ୍ୟ- ଆଜତକ