ସେଲଫି ନିଶାରେ ସାଧାରଣ ଜ୍ଞାନ ଭୁଲିଲେ ବିଦେଶୀ ମଡେଲ୍ ! ଲୋକଙ୍କ ଟ୍ରୋଲର ହେଲେ ଶିକାର । 

47

ସର୍ବିଆର ମଡ଼େଲ ଏବଂ ଗୀତିକାର ଜୋଲିକା ଲୁମ୍ବାସେକ୍ ନିଜ ଇନଷ୍ଟାଗ୍ରାମରେ ଫଟୋ ଅପ୍ଲୋଡ଼ କରି ବିବାଦରେ ଛନ୍ଦି ହୋଇ ଯାଇଛନ୍ତି । ଏହି ଫଟୋ ଅପ୍ଲୋଡ଼ ହେବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ନିଜକୁ ମଡ଼େଲ ବୋଲି କହୁଥିବା ଜୋଲିକା ନିଜର ମୃତ ପିତାଙ୍କ ସହ ସେଲ୍ଫି ନେବା ସହ ତାକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଏହି ଫଟୋ ସେୟାର ହେବା ପରେ ତାଙ୍କ ଫଲୋଅର୍ସମାନେ ଏଭଳି କାମକୁ ନିନ୍ଦା କରିବା ସହ ତାଙ୍କୁ ଅପମାନିତ କରିଛନ୍ତି । ନିଜ ପିତାଙ୍କ ବିୟୋଗର ଦୁଃଖକୁ ଏଭଳି ଭାବରେ ପ୍ରକାଶ କରିବାର ମାଧ୍ୟମକୁ ତାଙ୍କ ପ୍ରଶଂସକମାନଙ୍କୁ ପସନ୍ଦ ଆସି ନାହିଁ ।

ସୂଚନା ମୁତାବକ,ଜୋଲିକା ନିଜ ପିତାଙ୍କ ଫଟୋ ଅପ୍ଲୋଡ଼ କରି ଧନ୍ୟବାଦ୍ ଜଣାଇଥିଲେ । ଫଟୋ ଅପ୍ଲୋଡ଼ କରି ଲେଖିଥିଲେ, ମୁଁ ଯେତିକି କରି ପାରିଥାନ୍ତି,ସେତିକି କରିବା ପାଇଁ ଚେଷ୍ଟା କରିଛି । ଜନ୍ମ ମରଣ ଦୁନିଆର ନୀତି ହୋଇଥିଲେ ମଧ୍ୟ ଏହାକୁ ମୁଁ ଗ୍ରହଣ କରି ପାରୁନାହିଁ । ଏତେ ଶୀଘ୍ର ତୁମେ ଚାଲିଯିବ ମୁଁ ଭାବି ନଥିଲି । ଆଜି ପର୍ୟ୍ୟନ୍ତ ତୁମେ ଯାହା ମୋ ପାଇଁ କରିଛ ସେଥିପାଇଁ ତୁମକୁ ଧନ୍ୟବାଦ୍ । ଭଗବାନ୍ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ ।

ଜୋଲିକାଙ୍କ ଭାବନା ଠିକ୍ ଥିବା ବେଳେ ତାକୁ ବ୍ୟକ୍ତ କରିବାର ମାଧ୍ୟମ ସେ ଭୁଲ ବାଛିଥିବା ଲୋକେ କହିବା ଆରମ୍ଭ କରିଛନ୍ତି ।