ବିମାନ ଯାତ୍ରା ସମୟରେ ନିଅନ୍ତୁ ଇଣ୍ଟରନେଟ୍ ର ମଜା : ଏଣିକି ବିମାନରେ ମୋବାଇଲ୍ ଓ ଇଣ୍ଟରନେଟର ବ୍ୟବହାର କରିପାରିବେ ଯାତ୍ରୀ !

37

ଏଣିକି ବିମାନରେ ଯାତ୍ରୀଙ୍କୁ ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର କରିବାକୁ ନେଇ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ତେବେ ଯାତ୍ରୀଙ୍କୁ ମୋବାଇଲରେ ଇଣ୍ଟରନେଟ ବ୍ୟବହାର କରିବାର ଅନୁମତି ମିଳିବ କିନ୍ତୁ ସୁରକ୍ଷା କାରଣରୁ କେହି ବି ଯାତ୍ରୀ ବିମାନ ଯାତ୍ରା ସମୟରେ କଲ କରି ପାରିବେ ନାହିଁ। ସେ ନେଇ ପ୍ରତିବନ୍ଧକ ରହିଛି।

ଟେଲିକମ୍ ବିଭାଗର ସଚିବ ଅରୁଣା ସୁନ୍ଦରରାଜନଙ୍କ ପକ୍ଷରୁ ପ୍ରକାଶ, ବିମାନରେ ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ଫାଇଲ୍ ନୋଟିଫିକେସନ୍ ନିୟମ ମନ୍ତ୍ରାଳୟକୁ ପଠାଇଛନ୍ତି। ଥରେ ତାହାର ଚୟନ ହୋଇଗଲେ ସମସ୍ତଙ୍କୁ ଜଣାଇ ଦିଆଯିବ କି କେବେଠାରୁ ଏହା ଲାଗୁ ହେବ। ଏଥିସହିତ ସେ ଏହା ବି କହିଛନ୍ତି କି, ବିମାନରେ ବର୍ତ୍ତମାନ କେହି ବି ଯାତ୍ରୀ ଯେପରି ଭଏସ୍ କଲ ନକରନ୍ତୁ ସେ ନେଇ ଅଙ୍କୁଶ ଲଗାଯାଇଛି। ଭଏସ୍ କଲକୁ ନେଇ ଏବେ ଗେଟୱେ ଇସ୍ୟୁ ରହିଛି। ଏଥିପାଇଁ ଭାରତରେ ପ୍ରଥମେ ମୋବାଇଲ ଭଏସ୍ ଗେଟୱେର ଆବଶ୍ୟକତା ରହିଛି।