ଚାର୍ଜରେ ଲାଗିଥିଲା ଫୋନ, କୁନି ପୁଅ ସନ୍ଦିପ ଖେଳୁଥିଲା ଗେମ ! ହଠାତ ଫାଟିଲା ମୋବାଇଲ, ଜଳିଗଲା ହାତ ଗୋଡ ।

39

ଚଳିତ ସମୟରେ ମୋବାଇଲ ଫୋନ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଯାଇଛି । ମୋବାଇଲ ଫୋନର ବ୍ୟବହାର ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି । ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ ମୋବାଇଲ ଫୋନ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି । ତେବେ ବେଳେବେଳେ ମୋବାଇଲ କେତେ ଭୟଙ୍କର ହୋଇପାରେ ସେନେଇ ଅନେକ ଘଟଣା ଆପଣ ପୂର୍ବରୁ ଶୁଣିଥିବେ । ତେବେ ଏଥର ମୋବାଇଲ ଫୋନ ବ୍ୟବହାର କରିବା ଏକ ଛୋଟ ପିଲା ପାଇଁ ବିପଦ ସାଜିଛି ।

ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲାର ଗୁରନାବଦା ଗାଁର ଏହି ଘଟଣା । ଏଠାରେ ସାତ ବର୍ଷୀୟ ସନ୍ଦିପ ଶୁକ୍ରବାର ସକାଳେ ମୋବାଇଲ ଫୋନକୁ ଚାର୍ଜରେ ବସାଇ ଗେମ ଖେଳୁଥିଲା । ଆଉ ଠିକ ଏହି ସମୟରେ ମୋବଇଲ ଫୋନ ବିସ୍ଫୋରଣ ହୋଇଥିଲା ଆଉ ସେଥିରେ ନିଆଁ ଲାଗିଯାଇଥିଲା । ଏଥିରେ ମୋବାଇଲ ଫୋନରେ କରେଣ୍ଟ ମଧ୍ୟ ଆସିଥିଲା । ମୋବାଇଲରେ କରେଣ୍ଟ ଫ୍ଲୋ ହେବା ଦ୍ୱାରା ଆଉ ସେଥିରେ ନିଆଁ ଲାଗିଯିବା ଦ୍ୱାରା ସନ୍ଦିପର ହାତ ଗୋଡ ଜଳିଯାଇଥିଲା ଏବଂ ସେ ବେହୋସ ହୋଇଯାଇଥିଲା । ଏହାପରେ ପରିବାରବର୍ଗ ତୁରନ୍ତ ତାକୁ ଜିଲ୍ଲା ହସ୍ପିଟାଲକୁ ନେଇଯାଇଥିଲେ । ତେବେ ସନ୍ଦିପ ବାପାଙ୍କ ଅଭିଯୋଗ ଯେ, ହସ୍ପିଟାଲରେ ସନ୍ଦିପର ସଠିକ ଭାବେ ଚିକିତ୍ସା କରାଗଲାନାହିଁ । ଏପରିକି ହସ୍ପିଟାଲରେ ଭର୍ତ୍ତି ହେବା ପରେ ବେଡ ମଧ୍ୟ ମିଳିନଥିଲା । ତଳେ ଚଟାଣରେ ହିଁ ସନ୍ଦିପର ଚିକିତ୍ସା କରାଯାଇଥିଲା ।

ମୋବଇଲ ବିସ୍ଫୋରଣ ହେବାର ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ତେବେ ପ୍ରକୃତ କଥା ହେଉଛି ଆଣ୍ଡ୍ରଏଡ ଫୋନର ବ୍ୟାଟେରୀ ଲିଥିୟମରେ ତିଆରି ହୋଇଥାଏ । ଯାହାକି ଗରମ ହୋଇଯାଇଥାଏ ଏବଂ ଫାଟିଯିବାର ଅନେକ ସମ୍ଭାବନା ରହିଥାଏ ।