ବଦଳିବ ମୋବାଇଲ ନମ୍ବର ! ୧୦ ଅଙ୍କ ନୁହେଁ ଆସନ୍ତାକାଲି ଠାରୁ ୧୩ ଅଙ୍କ ବିଶିଷ୍ଟ ହେବ ଆପଣଙ୍କ ନମ୍ବର ।

30

ଭାରତରେ ଜୁଲାଇ ୧ ତାରିଖରୁ ମୋବାଇଲ ନମ୍ବରକୁ ନେଇ ଏକ ଇଙ୍ଗ ପରିବର୍ତ୍ତନ ହେବାକୁ ଯାଉଛି । ୨୦୧୮ ଜୁଲାଇ ୧ ତାରିଖରୁ ମୋବାଇଲ ନମ୍ବର ୧୩ ଅଙ୍କ ବିଶିଷ୍ଟ ହୋଇଯିବ । ଅର୍ଥାତ ଆସନ୍ତାକାଲି ଠାରୁ ନୂଆ ନମ୍ବର ନେଉଥିବା ଗ୍ରାହକଙ୍କୁ ୧୩ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଦିଆଯିବ । ଏଥିପାଇଁ ପ୍ରସ୍ତୁତି ପାଖାପାଖି ପୁରା ହୋଇସାରିଲାଣି । ଏଥିପାଇଁ ସରକାର ସମସ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଜାରି କରିସାରିଲେଣି ।

ଭାରତରେ ମୋବାଇଲ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୪୭.୮ କୋଟି ପର୍ଯ୍ୟନ୍ତ ପହଞ୍ଚିଯିବା ଆଶା କରାଯାଉଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏକ ବୈଠକରେ ଦୂରସଂଚାର ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଆଉ ଜାରି କରାଯିବ ନାହିଁ । ପୂର୍ବରୁ ମଧ୍ୟ ୧୦ ଅଙ୍କରୁ ଅଧିକ ନମ୍ବର ବିଶିଷ୍ଟ ମୋବାଇଲ ନମ୍ବର ବ୍ୟବହାର କରିବାର ଆବଶ୍ୟକତା ଦୃଷ୍ଟିରୁ ନୂଆ ସିରିଜ ଆରମ୍ଭ କରିବା ପାଇଁ ଚର୍ଚ୍ଚା ହୋଇଥିଲା । ଏହା ପରେ ଏହାକୁ ୧୩ ଅଙ୍କ ବିଶିଷ୍ଟ ନମ୍ବର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଦୂରସଂଚାର ବିଭାଗ ଅନୁଯାୟୀ, ମୋବଇଲ ନମ୍ବରର ନୂଆ ସିରିଜ ଆସିବା ଦ୍ୱାରା ସମସ୍ତ ଟେଲିକମ୍ ଅପରେଟରଙ୍କୁ ନିଜ ସିଷ୍ଟମ ଅପଡେଟ କରିବାକୁ ପଡିବ । ଏହି ସମ୍ବନ୍ଧରେ ସମସ୍ତ ସର୍କଲର ଦୂରସଂଚାର କମ୍ପାନୀ ଗୁଡିକୁ ଆଦେଶ ଜାରି କରାଯାଇଛି । ଭାରତ ସଂଚାର ନିଗମ ଲିମିଟେଡର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ୨୦୧୮ ଡିସେମ୍ବର ମାସ ସୁଦ୍ଧା ସମସ୍ତ ପୁରୁଣା ନମ୍ବର ଗୁଡିକ ମଧ୍ୟ ପ୍ରକ୍ରିୟାରେ ଅପଡେଟ୍ ହେବ । କିନ୍ତୁ ଏପର୍ଯ୍ୟନ୍ତ ସେପରି କିଛି ନିଆଯାଇନାହିଁ ଯେ, କିପରି ପୁରୁଣା ନମ୍ବରଗୁଡିକ ଅପଡେଟ୍ ହେବ । ତେବେ ଏହି ପ୍ରକ୍ରିୟା ଅକ୍ଟୋବର ମାସରେ ଆରମ୍ଭ ହୋଇ ଡିସେମ୍ବରରେ ଶେଷ ହେବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୧୦ ଅଙ୍କ ହିସାବରେ ମୋବାଇଲ ସଫ୍ଟୱେୟାର ତିଆରି କରାଯାଇଥିଲା । ଆଗାମୀ ସମୟରେ ୧୩ ଅଙ୍କ ମୋବାଇଲ ନମ୍ବର ହିସାବରେ ମୋବାଇଲ ସଫ୍ଟୱେୟାର ଅପଡେଟ କରାଯିବ ଯେପରିକି ବ୍ୟବହାରକାରୀଙ୍କୁ ଯୋଗାଯୋଗ କରିବାରେ କୌଣସି ଅସୁବିଧା ନହୁଏ ।