ଅକ୍ଟୋବର ୩୧କୁ ଘୁଂଚିଲା ଏମ.ଜେ. ଆକବରଙ୍କ ମାନହାନୀ ମୋକଦ୍ଦମାର ଶୁଣାଣି ! ‘ମି ଠୁ’ କ୍ୟାମ୍ପେନରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ସାମ୍ବାଦିକା ପ୍ରିୟା ରମାନି ।

35

କନକ ବ୍ୟୁରୋ : ଆକବରଙ୍କ ମାନହାନି ମୋକଦ୍ଦମାର ଶୁଣାଣି ଅକ୍ଟୋବର ୩୧ କୁ ଘୁଂଚିଯାଇଛି । ଆଜି ଶୁଣାଣି ହେବାକୁ ଥିବା ବେଳେ ଦିଲ୍ଳୀ ପଟିଆଲା ହାଉସ୍ କୋର୍ଟ ଶୁଣାଣି ତାରିଖକୁ ଘୁଂଚାଇ ଦେଇଛନ୍ତି । ‘ମିଠୁ’ କ୍ୟାମ୍ପେନରେ ସାମ୍ବାଦିକା ପ୍ରିୟା ରମାନି ପୂର୍ବତନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏମ.ଜେ. ଆକବରଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ । ଆଉ ଏହା ପରେ ପ୍ରିୟାଙ୍କ ବିରୋଧରେ ମାନହାନି ମାମଲା ଦାଏର କରିଥିଲେ ଆକବର ।

ଏପରିକି ଜଣକ ପରେ ଜଣେ ପ୍ରାୟ ୨୦ ଜଣ ମହିଳା ଆକବରଙ୍କ ବିରୋଧରେ ଅଭିଯୋଗ ଆଣି ସାରିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ବିଭିନ୍ନ ପ୍ରତିଷ୍ଠିତ ଖବର କାଗଜର ସମ୍ପାଦକ ରହିଥିଲେ ଏମ.ଜେ. ଆକବର । ସେହି ସମୟରେ ସେ ଅନେକ ସାମ୍ବାଦିକାଙ୍କୁ ଯୌନ ଶୋଷଣ କରିଥିବା ସାମ୍ବାଦିକା ମାନେ ଅଭିଯୋଗ ଆଣିବାରେ ଲାଗିଛନ୍ତି । ତେବେ କେନ୍ଦ୍ର ମନ୍ତ୍ରୀ ପଦରେ ଥିବା ଯୋଗୁ ତଦନ୍ତକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ଇସ୍ତଫା ଦେବାକୁ ଆକବରଙ୍କ ଉପରେ ଚାପ ବଢିବାକୁ ଲାଗିଥିଲା । ଶେଷରେ ବାଧ୍ୟ ହୋଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏମ୍.ଜେ. ଆକବର ।