ଚାପୁଡା ମାରିଲେ ଭୁଲ ମାଗିଲେ ! ନବରଙ୍ଗପୁର ମୁଖ୍ୟ ଚିକତ୍ସାଳୟରେ ମେଡିସିନ କିଣାକୁ ନେଇ ରୋଗୀଙ୍କ ସଂପର୍କୀୟଙ୍କୁ ଡାକ୍ତରଙ୍କ ମାଡ

27

କନକ ବ୍ୟୁରୋ : ରୋଗୀଙ୍କ ସଂପର୍କୀୟଙ୍କୁ ଡାକ୍ତରଙ୍କ ମାଡ଼ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରୁ । ମେଡିସିନ କିଣିବାକୁ ନେଇ ଯୁକ୍ତିତର୍କରୁ ଡାକ୍ତର ମାଡ ମାରିଥିଲେ । ଡାକ୍ତର ଚିନ୍ମୟ ବଳଙ୍କ ନାଁରେ ଏଡିଏମଓଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଛି । ତେବେ ମାଡ ମାରିବା ପରେ ଡାକ୍ତର ଜଣକ ଭୁଲ ମାଗିଥିବା ଜଣାପଡିଛି ।

ଡାକ୍ତର ରୋଗୀଙ୍କ ସଂପର୍କୀୟଙ୍କୁ ମାଡ ମାରିବାକୁ ନେଇ ଡାକ୍ତରଖାନାରେ ଅନେକ ଲୋକ ରୁଣ୍ଡ ହୋଇଥିଲେ । ଡାକ୍ତର କ୍ଷମା ମାଗନ୍ତୁ ବୋଲି ରୋଗୀଙ୍କ ସଂପର୍କୀୟ କହିଥିଲେ । ସଂପୃକ୍ତ ଡାକ୍ତର ମଧ୍ୟ ନିଜ ଭୁଲ ସ୍ୱୀକାର କରିଥିଲେ । ଯୁକ୍ତିତର୍କ ଯୋଗୁ ଏପରି ଘଟଣା ଘଟିଗଲା ବୋଲି ସେ କହିଥିଲେ । ଆଉ ଏପରି ଭବିଷ୍ୟତରେ କରିବେ ନାହିଁ ବୋଲି ଗଣମାଧ୍ୟମ ଆଗରେ ନିଜର ମତ ରଖିଥିଲେ ।