ମୃତ୍ୟୁର ୫୫ ଦିନ ପରେ ମା’ ଗର୍ଭରୁ ଜନ୍ମ ନେଲା ଶିଶୁ

41

ଗତ କିଛିଦିନ ତଳେ ଆମେରିକାରେ ମା’ପେଟରୁ ଏକ ଶିଶୁ ଦୁଇ ଥର ଜନ୍ମ ନେଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏବେ ପୋଲାଣ୍ଡରୁ ଆଉ ଏକ ଆଲୌକିକ ଘଟଣା ସାମ୍ନାକୁ ଆସିଛି । ମୃତ୍ୟୁର ୫୫ ଦିନ ପରେ ମା’ ପେଟରୁ ଜନ୍ମ ନେଇଛି ଏକ ଶିଶୁ । ହୁଏତ ଏହା ଆପଣଙ୍କୁ ଅବିଶ୍ୱସନୀୟ ଲାଗୁ ଥାଇପାରେ । କିନ୍ତୁ ଘଟଣାଟି ସତ ।
ସୂଚନା ଅନୁସାରେ, ବ୍ରେନ୍ ଟ୍ୟୁମରରେ ପୀଡିତା କାର୍ଲା ପିରେଜ୍ ନାମକ ଜଣେ ମହିଳା ଯେତେବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସେହି ସମୟରେ ସେ ୧୭ ସପ୍ତାହର ଗର୍ଭବତୀ ଥିଲେ । ହେଲେ କିଛିଦିନ ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ବୋଲି ଘୋଷଣା କରିଥିଲେ । ଏହା ସହ ମହିଳାଙ୍କର ବଂଚିବାର ଆଶା ମଧ୍ୟ କ୍ଷୀଣ ହୋଇ ଯାଇଥିଲା ।

ତେବେ ଆଶ୍ଚର୍ଯ୍ୟର କଥା ଥିଲା କି ଗର୍ଭ ଭିତରେ ଥିବା ପିଲାଟିର ହୃସ୍ପନ୍ଦନ କିନ୍ତୁ ଚାଲିଥିଲା । ହେଲେ ପିଲାଟି ଦୁନିଆକୁ ଆସିବାକୁ ହେଲେ ମହିଳାଙ୍କୁ ଅନ୍ତଃତ ୨ ମାସ ବଂଚି ରହିବା ନିହାତି ଆବଶ୍ୟକ ଥିଲା । ତେଣୁ ଏଥିପାଇଁ ଦିନ ରାତି ଏକ କରିଦେଇଥିଲେ ଡାକ୍ତରଖାନାର ବିଭିନ୍ନ ବିଭାଗର ଡାକ୍ତର । ମା’ ଶରୀରରେ ଯେପରି କୌଣସି ସଂକ୍ରମଣ ନହୁଏ ଏବଂ ଏହା ସହ ପିଲାଟିର ସ୍ଥିତି ଠିକ୍ ରଖିବା ପାଇଁ ବିଶେଷ ଧ୍ୟାନ ଦେଉଥିଲେ ସେମାନେ । ଶେଷରେ ଡାକ୍ତରମାନଙ୍କର ଏହି ମିଳିତ ଉଦ୍ୟମ ସଫଳ ହୋଇଥିଲା । ଆଉ ଅସ୍ତ୍ରୋପଚାର ପରେ ଦୁନିଆର ଆଲୋକ ଦେଖିଥିଲା ଏହି ଅଲୌକିକ ଶିଶୁ ।