ଥମୁନି ଜାପାନୀ ଜ୍ୱର ଆତଙ୍କ : ୮୮ ପହଁଚିଲାଣି ମୃତ୍ୟୁସଂଖ୍ୟା

26

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱର ଯୋଗୁ ଶିଶୁ ମୃତ୍ୟୁ ଥମିବାର ନାଁ ଧରୁ ନ ଥିବା ବେଳେ ଏବେ ଏନସେଫାଲାଇଟିସ ସାଙ୍ଗକୁ ମ୍ୟାଲେରିଆ ଓ ଡେଙ୍ଗୁ ସ୍ୱାସ୍ଥ ବିଭାଗର ନିଦ ହଜେଇଛି । କୁନି କୁନି ପିଲାଙ୍କ ପରେ ଏବେ ଜଣେ ଯୁବତୀଙ୍କ ରକ୍ତ ନମୁନାରେ ଜାପାନୀ ଏନସେଫାଲାଇଟିସ୍ ଜୀବାଣୁ ଥିବା ଖବର ଏବେ ସମଗ୍ର ଜିଲ୍ଲାବାସୀଙ୍କୁ ଆତଙ୍କିତ କରିଛି ।

ତେବେ ଜାପାନୀ ଜ୍ୱର ହେଉ କିମ୍ବା ମ୍ୟାଲେରିଆ, ମାଲକାନଗିରି ଡାକ୍ତରଖାନାରେ ପୁଣି ୪ ଶିଶୁ ପ୍ରାଣ ହରାଇ ଥିବା ବେଳେ ମୃତ୍ୟୁ ସଖ୍ୟା ଏବେ ୮୮ ଛୁଇଁଛି । ତଥାପି ସ୍ୱାସ୍ଥ୍ୟ ବିଭାଗ କହୁଛି ଚିନ୍ତାର କାରଣ ନାହିଁ ।

ଦେଖନ୍ତୁ ଏହି ଭିଡିଓ –