ଦୁଇ ଦିନ ହେବ ଛାତ୍ରୀଙ୍କୁ ଦିଆଯାଉନି ମଧ୍ୟାନ୍ନ ଭୋଜନ : ଭୋକରେ ଆଉଟ ପାଉଟ କସ୍ତୁରବା ବାଳିକା ବିଦ୍ୟାଳୟର କୁନିକୁନି ପିଲା

21

କନକ ବ୍ୟୁରୋ : ଦୁଇ ଦିନ ହେବ ସ୍କୁଲରେ ଛାତ୍ରୀଙ୍କୁ ଦିଆଯାଉନି ମଧ୍ୟାନ୍ନ ଭୋଜନ । ଭୋକରେ ଆଉଟ ପାଉଟ ହେଉଛନ୍ତି କୁନିକୁନି ପିଲା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ସଦରମହକୁଠାରୁ ୧୦ କିମି ଦୂର ସିନ୍ଧ୍ରିମାଳ କସ୍ତୁରବା ବାଳିକା ବିଦ୍ୟାଳୟରେ ।

ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ବୈଠକରେ ଯୋଗାଦେବାକୁ ଯାଇଥିବାରୁ ଏ ସାଂଘାତିକ ପରିସ୍ଥିତି ଉପୁଜିଛି । ସବୁଠାରୁ ବଡ କଥା ହେଉଛନ୍ତି କସ୍ତୁରିବା ବାଳିକା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉନଥିବା ନେଇ ଖବର ପ୍ରଚାର ହେବା ପରେ ୧୦୦ ପିଲାଙ୍କ ପାଇଁ ତିଆରି ହୋଇଥିବା ଖାଦ୍ୟ ୨୦୦ ପିଲାଙ୍କ ମଧ୍ୟରେ ବଂଟା ଯାଇଛି  । ଏହାସହ ଛାତ୍ରୀଙ୍କୁ ଖାଲି ଭାତ ଓ ଲଙ୍କାଲୁଣ ଖାଇବାକୁ ଦିଆଯାଇଛି ।