ଦୀପାବଳି ପାଇଁ ସଜେଇ ହୋଇଛି ଅଯୋଧ୍ୟା : ୩ଲକ୍ଷ ଦୀପ ପ୍ରଜ୍ୱଳନ ନେଇ ପ୍ରସ୍ତୁତି ଜୋରଦାର

156

କନକ ବ୍ୟୁରୋ : ଦୀପାବଳୀ ପାଇଁ ଚଳଚଂଚଳ ରାମନଗରୀ ଅଯୋଧ୍ୟା । ଆଜି ଦୀପର ଆଲୋକମାଳରେ ସୁସଜିତ ହେବ ଅଯୋଧ୍ୟା । ଦୀପାବଳୀ ଉତ୍ସବକୁ ଧୁମଧାମରେ ପାଳିତ କରିବା ପାଇଁ ୟୁପି ସରକାର ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅଯୋଧ୍ୟା ତଟରେ ଆଜି ୩ ଲକ୍ଷ ଦୀପ ପ୍ରଜ୍ଜୋଳନ କରାଯିବ । ଯାହା ବିଶ୍ୱ ରେକର୍ଡ଼ର ସ୍ଥାନ ପାଇବ । ସରୋଇ ନଦୀ ଘାଟରେ ଭଗବାନ ରାମ, ହନୁମାନଙ୍କ ମୂର୍ତି ନିର୍ମାଣ କରାଯାଇଛି । ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ସ୍ଥାନକୁ ତୋରଣ ସାହାର୍ଯ୍ୟରେ ନିର୍ମାଣ କରାଯାଇଛି ।

୪ ତାରିଖରୁ ଏଠାରେ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବାହାର ରାଜ୍ୟରୁ କଳାକାର ଆସି ଆୟୋଜିତ ସମାରୋହରେ ନୃତ୍ୟ ପରିବେଶଣ କରିଛନ୍ତି । ଏହି ଭବ୍ୟ ଆୟୋଜନର ମୁଖ୍ୟ ଅତିଥି ଅଛନ୍ତି ଅଛନ୍ତି ଦକ୍ଷିଣ କୋରିଆର ପ୍ରଥମ ମହିଳା କିମ ଜଙ୍ଗ ସୁକ । ଲକ୍ଷେ୍ନøରେ ଗତକାଲି ସଂଧ୍ୟାରେ ପହଂଚିସାରିଛନ୍ତି କିମ ଜଙ୍ଗ ସୁକ । ସେଠାରେ ୟୁପି ସରକାର ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଛନ୍ତି । ଦୀପତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବେ କିମ ଜଙ୍ଗ ସୁକ । କିମ ଜଙ୍ଗ ସୁକ ସ୍ୱାଗତ ପାଇଁ ମଧ୍ୟ ସହରକୁ ରଙ୍ଗୀନ ଆଲୋକରେ ସଜା ଯାଇଛି । ଏହା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

ସେପଟେ ଚୀନ ସୀମାରେ ନିୟୋଜିତ ଥିବା ଯବାନମାନଙ୍କ ସହ ଦିପାବଳୀ ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତରାଖଣ୍ଡ ହର୍ଷିଲ ସୀମାରେ ନିୟୋଜିତ ଥିବା ଯବାନଙ୍କ ସହ ମୋଦି ପାଳିବେ ଦୀପାବଳି । ଖାଲି ମୋଦି ନୁହଁନ୍ତି ସ୍ଥଳସେନା ମୁଖ୍ୟ ବିପିର ରାୱତ ଓ ଅନ୍ୟ ସେନା ଅଧିକାରୀ ମଧ୍ୟ ସାମିଲ ହେବେ । ଆସନ୍ତାକାଲି ମୋଦି ଉତରାଖଣ୍ଡ ଗସ୍ତ କରୁଛନ୍ତି । ତେବେ ସେଠାରେ ଚାଲିଥିବା କାମର ସମୀକ୍ଷା କରିବା ସହ ଯବାନମାନଙ୍କ ସହ ଆଲୋଚନା କରିବେ । ତେବେ ହର୍ଷିଲ ସୀମା ଭାରତ-ଚୀନ ସୀମାଠାରୁ ପାଖାପାଖି ୪୫ କିଲୋମିଟର ଦୂର । ଯବାନଙ୍କୁ ଭେଟିବା ସହ ମୋଦି କେଦାରନାଥ ମନ୍ଦିର ଯିବେ । କଦାରନାଥ ପୀଠରେ ଚାଲିଥିବା ପୁନଃରୁଦ୍ଧାର କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ । ୨୦୧୪ରୁ ମୋଦି ଲଗାତର ଭାବେ ପ୍ରତିବର୍ଷ ଯବାନମାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି ।