ଅନେକ ଗମ୍ଭୀର ସମସ୍ୟାରୁ ମୁକ୍ତି ଦିଏ ଶିଶୁ ଗଛ ପତ୍ର ! ଜାଣନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ . . .

459

ଶିଶୁ ଗଛର ଘର ତିଆରି କରିବାରେ କିମ୍ବା ଘରର ଆସବାବପତ୍ର ତିଆରିରେ ବହୁଳ ବ୍ୟବହାର ହୁଏ । ଏହା ବ୍ୟତୀତ ଶିଶୁ ଗଛରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ସାରା ଭାରତରେ ଶିଶୁ ଗଛ ଦେଖିବା ପାଇଁ ମିଳେ । ଏହା ଏକ ସାଧାରଣ ଗଛ ହେଲେ ମଧ୍ୟ ଏଥିରେ ଅନେକ ଉପକାରୀ ଓ ଔଷଧୀୟ ଗୁଣ ରହିଛି । ଶିଶୁ ଗଛର ପାଟିକୁ କଡ଼ା ତଥା କଷା ଲାଗେ । ତେବେ ଆସନ୍ତୁ ଜାଣିବା ଶିଶୁ ଗଛର ଔଷଧୀୟ ଗୁଣ ବିଷୟରେ . . . ।

ଜ୍ୱର ପାଇଁ – କୌଣସି ବି ପ୍ରକାର ଜ୍ୱର ପାଇଁ ୩୨୦ ମିଲିଲିଟର ପାଣି, ୧୬୦ ମିଲିଲିଟର କ୍ଷୀରରେ ୨୦ ଗ୍ରାମ୍ ଶିଶୁ ପତ୍ରର ରସ ମିଶାନ୍ତୁ । ତା’ପରେ ଏହି ମିଶ୍ରଣକୁ ଭଲରେ ଫୁଟାଇ ଦିଅନ୍ତୁ । ଗୋଟଇଏ ଦିନରେ ରୋଗିକୁ ୩ ଥର ଏହାକୁ ପିଇବା ପାଇଁ ଦିଅନ୍ତୁ ।

ତ୍ୱଚା ସମ୍ମନ୍ଧୀୟ ସମସ୍ୟା ପାଇଁ – ସ୍ୱିଟ୍ ତେଲରେ କିଛି ଶିଶୁ ପତ୍ରକୁ ମିଶାନ୍ତୁ । ଏହି ମିଶ୍ରଣକୁ ପ୍ରଭାବିତ ଅଞ୍ଚଳରେ ଲଗାନ୍ତୁ । କିମ୍ବା ରୋଗୀକୁ ଶିଶୁ ପତ୍ରର କାଢ଼ା ତିଆରି କରି ଦିନରେ ଦୁଇ ଥର ୫୦-୧୦୦ ମିଲିମିଟର ଲେଖାଏଁ ପିଇବା ପାଇଁ ଦିଅନ୍ତୁ ।

ମାସିକ ଧର୍ମ ସମୟରେ – ୮ରୁ୧୦ ଟି ଶିଶୁ ପତ୍ରକୁ ୨୫ ଗ୍ରାମ ଚିନିରେ ଏକାଠି ବାଟନ୍ତୁ । ଏହି ମିଶ୍ରଣକୁ ରୋଗୀକୁ ଦିନରେ ଦୁଇ ଥର ପିଇବା ପାଇଁ ଦିଅନ୍ତୁ । କିଚି ଦିନ ଏପରି ବ୍ୟବହାର କରିବା ଦ୍ୱାରା ଏହି ରୋଗରୁ ମୁକ୍ତ ମିଳିବ ।

ଅଲସର ପାଇଁ – ପ୍ରଭାବିତ ସ୍ଥାନରେ ଶିଶୁ ତେଲକୁ ଅଳ୍ପ ଉଷୁମ କରି ଲଗାନ୍ତୁ । ଏହାଦ୍ୱାରା ଅଲସର ଠିକ୍ ହେବାରେ ସାହାଯ୍ୟ ମିଳେ ।