ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ! ପ୍ରଘଟ କରାଯିବ ନାହିଁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ପୀଡ଼ିତାଙ୍କ ନାମ ଓ ପରିଚୟ

157

କନକ ବ୍ୟୁରୋ : ଦୁଷ୍କର୍ମ ଓ ଯୌନଉ ତ୍ପୀଡ଼ନର ପୀଡ଼ିତାମାନଙ୍କ ନାମ ଓ ପରିଚୟ ପ୍ରକାଶ କରାଯିବା ଅନୁଚିତ ବୋଲି ମଙ୍ଗଳବାର ଦିନ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଦୁଷ୍କର୍ମ ଓ ଯୌନଉତ୍ପୀଡ଼ନର ସରବ୍ୟ ହୋଇଥିବା ପୀଡ଼ିତାମାନଙ୍କ ନାମ ଆଦୌ ପ୍ରଘଟ କରିବେ ନାହିଁ ବୋଲି ଜଷ୍ଟିସ୍‌ ମଦନ ବି ଲୋକୁରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି ।

image courtesy – www.indiatoday.in

 

ଶୀର୍ଷ ଅଦାଲତ କହିଛନ୍ତି ଯେ ଦୁଷ୍କର୍ମ ଓ ଯୌନଉତ୍ପୀଡ଼ନ ମାମଲାରେ ଦାଏର କରାଯାଇଥିବା ଏଫ୍‌ଆଇଆର୍‌ଗୁଡ଼ିକୁ ମଧ୍ୟ ପୁଲିସ ପବ୍ଲିକ୍‌ ଡୋମେନ୍‌ରେ ପ୍ରକାଶ କରିବେ ନାହିଁ । ନାବାଳିକାଙ୍କ କ୍ଷେତ୍ରରେ ଘଟିଥିବା ମାମଲା ପ୍ରତି ମଧ୍ୟ ସମାନ ନିୟମ ଲାଗୁ ହେବ । ଶୀର୍ଷ ଅଦାଲତ କହିଛନ୍ତି ଯେ ସମାଜରେ ଦୁଷ୍କର୍ମ ପୀଡ଼ିତାମାନଙ୍କୁ ଅସ୍ପୃଶ୍ୟ ଭାବେ ବ୍ୟବହାର କରିବା ଦୁଃଖର ବିଷୟ ।