ଫେକ୍ ନ୍ୟୁଜ୍ ରେ ବିଶ୍ୱାସ କରି ଫସିଲେ ସାମ୍ବାଦିକ ! ଷ୍ଟାଚ୍ୟୁ ଅଫ୍ ୟୁନିଟି ଉପରେ ଦେଲେ ଭ୍ରାନ୍ତ ମନ୍ତବ୍ୟ,ହେଲେ ଟ୍ରୋଲର ଶିକାର ।
‘ମିଛ ଖବର’ ବା ‘ଫେକ ନ୍ୟୁଜ୍’କୁ ଅନେକ ସମୟରେ ସତ ଖବର ବୋଲି ବିବେଚନା କରି ସୋସିଆଲ ମିଡିଆରେ ଅଧିକରୁ ଅଧିକ ସେୟାର କରି ପରବର୍ତ୍ତୀ ସମୟରେ ଲୋକହସା ହେବା ସହ ଲୋକଙ୍କ ଠାରୁ ଗାଳିଗୁଲଜ ଶୁଣିଥିବା ଲୋକଙ୍କ ସଂଖ୍ୟା କିଛି କମ୍ ନୁହେଁ। ତେବେ, ପ୍ରବୀଣ ସାମ୍ବାଦିକ ତଥା ରାଜ୍ୟସଭା ସାଂସଦ ପ୍ରୀତୀଶ ନନ୍ଦୀ ନିକଟରେ ଏଭିଳି ଏକ ‘ଫେକ୍ ନ୍ୟୁଜ୍’ର ମାୟାଜାଲରେ ପଡ଼ି ତାକୁ ସତ ବୋଲି ଭାବି ତା’ଉପରେ ନିଜସ୍ୱ ମତ ରଖି ଟୁଇଟରରେ ପୋଷ୍ଟ କରିବା ପରେ ଏବେ ପଡ଼ି ଯାଇଛନ୍ତି ହରଡ଼ଘଣାରେ।
କାରଣ, ପ୍ରୀତୀଶ ନନ୍ଦୀଙ୍କ ପରି ଜଣେ ପୋଖତ ସାମ୍ବାଦିକ ‘ଫେକ୍ ନ୍ୟୁଜ୍’ର ମାୟାଜାଲରେ ପଡ଼ିବା ଓ ତାହାର ସତ୍ୟତା ପରୀକ୍ଷା କରିବା ପୂର୍ବରୁ ତା’ ଉପରେ ନିଜସ୍ୱ ମତ ରଖିବା ଘଟଣାକୁ ଦେଶର ବୁଦ୍ଧିଜୀବୀ ମହଲ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏବଂ ନନ୍ଦୀଙ୍କର ଏପ୍ରକାରର ଅଜ୍ଞତା ପାଇଁ ସୋସିଆଲ ମିଡିଆରେ ତାଙ୍କର କଟୁ ସମାଲୋଚନା କରିବାକୁ ସୁଦ୍ଧା କୁଣ୍ଠିତ ହୋଇ ନାହାନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
The statue of Sardar Patel is so tall that you can hardly see his face. If you did you will notice there is no resemblance to the real man. pic.twitter.com/G53rznNd0a
— Pritish Nandy (@PritishNandy) December 9, 2018
ଘଟଣାଟି ଏହିପରି; ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତମୂର୍ତ୍ତି, ବିଶ୍ୱର ସର୍ବବୃହତ ଷ୍ଟାଚ୍ୟୁ ଅଫ୍ ଲବଟିକୁ ନେଇ ଏବେ ଦେଶ ବିଦେଶରେ ଖୁବ୍ ଚର୍ଚ୍ଚା ଓ ଆଲୋଚନା ଚାଲିଛି। ଏହି ପରିପ୍ରେକ୍ଷୀରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଏକ ୧୦ ବର୍ଷ ତଳର ପୁରୁଣା ଅନ୍ୟ ଏକ ପ୍ରତିମୂର୍ତ୍ତିର ଫଟୋ ଇଣ୍ଟନେଟ୍ରେ ଘୂରି ବୁଲିଛି। ଯେଉଁ ପ୍ରତିମୂର୍ତ୍ତି ମୁହଁର ସାମଞ୍ଜସ୍ୟ ସର୍ଦ୍ଦାର ପଟେଲଙ୍କ ସହ ନାହିଁ। ତେବେ, ସର୍ଦ୍ଦାର ପଟେଲଙ୍କ ଏହି ମୁହଁକୁ ଷ୍ଟାଚ୍ୟୁ ଅଫ୍ ଲିବଟିର ମୁହଁ ବୋଲି କୁହାଯାଇ ଏକ ‘ଫେକ୍ ନ୍ୟୁଜ୍’ ସୋସିଆଲ ମିଡିଆରେ ଘୂରି ବୁଲୁଛି। ତେବେ, ଏହି ଫେକ୍ ନ୍ୟୁଜ୍ର ମାୟାଜାଲରେ ପଡ଼ି ପ୍ରୀତୀଶ ନନ୍ଦୀ ଏହାର ସତ୍ୟତା ପରୀକ୍ଷା ନ କରି ଏହା ଉପରେ ତାଙ୍କର ନିଜସ୍ୱ ମତ; ‘ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିଟି ଏତେ ଉଚ୍ଚ ହୋଇଛି ଯେ ତା’ର ମୁହଁ ଦେଖା ଯାଉନାହିଁ। ଆଉ ଯଦିବା ଜଣେ କଷ୍ଟ କରି ଦେଖିବାକୁ ଚେଷ୍ଟା କରେ ତେବେ ସେଥିରେ ସର୍ଦ୍ଦାର ପଟେଲଙ୍କ ମୁହଁର କୌଣସି ସାମଞ୍ଜସ୍ୟ ନଥିବା ଦେଖିବ’ ବୋଲି ଲେଖି ଟୁଇଟରରେ ପୋଷ୍ଟ କରିଥିଲେ। ତେବେ, ଟୁଇଟର ବ୍ୟବହାରକାରୀମାନେ ନନ୍ଦୀଙ୍କ ଏହି ଟୁଇଟ୍କୁ ଟ୍ରୋଲ କରିବା ସହ ତାଙ୍କର ଅଜ୍ଞତାକୁ ନେଇ କଟୁ ସମାଲୋଚନା କରିଛନ୍ତି।