ପ୍ରସିଦ୍ଧ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଉପରେ ଲାଗିଲା ଯୌନ ଶୋଷଣ ଅଭିଯୋଗ, ମହିଳା କଲେ ଚାଂଚଲ୍ୟକର ଖୁଲାସା

171

ମୁନ୍ନା ଭାଇ, ଥ୍ରି ଇଡିଅଟ୍ ଓ ପିକେ ଭଳି କେତେକ ଦମଦାର ଫିଲ୍ମ ଦେଇସାରିଥିବା ରାଜକୁମାର ହିରାନୀଙ୍କ ଉପରେ ଜଣେ ମହିଳା ଯୌନ ଶୋଷଣ ମାମଲା ଆଣିଛନ୍ତି । ମହିଳାଙ୍କ ମୁତାବକ, ଫିଲ୍ମ ‘ସଂଜୁ’ର ପ୍ରଡକ୍ସନ ପରେ ୬ମାସ ମଧ୍ୟରେ ତାଙ୍କର ଶୋଷଣ ହୋଇଛି । ବିରୋଧ କଲେ ହିରାନୀ ତାଙ୍କୁ ଫିଲ୍ମରୁ ବାହାର କରିବାର ଧମକ ଦେଇଥିଲେ ବୋଲି ମହିଳା କହିଛନ୍ତି ।

ହିରାନୀଙ୍କ ସହିତ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଥିବା ପୀଡିତା କହିଛନ୍ତି କି, ସେହି ସମୟରେ ସେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ କାହିଁକିନା ତାଙ୍କୁ ନିଜର ଚାକିରୀ ବଂଚାଇବାର ଥିଲା । ଯଦି ସେ ଏହାର ବିରୋଧ କରିଥାନ୍ତେ । ତେବେ ହିରାନୀ ତାଙ୍କୁ ଇଣ୍ଡଷ୍ଟ୍ରୀରେ ବଦନାମ କରିଦେଇଥାନ୍ତେ ।

ପୀଡିତା କହିଛନ୍ତି କି, ସେ ସଂଜୁର ପ୍ରଡ୍ୟୁସର ବିଧୁ ବିନୋଦ ଚୋପଡାଙ୍କୁ ରାଜୁ ହିରାନୀଙ୍କ ଅଭିଯୋଗ ଏକ ଇମେଲ ଜରିଆରେ କରିଥିଲେ । ଏହି ଘଟଣା ପରେ ବିଧୁ ବିନୋଦ ଚୋପଡା ରାଜୁ ହିରାନୀଙ୍କ ଠାରୁ ସମସ୍ତ ସମ୍ବନ୍ଧ ଶେଷ କରିବାର ଫଇସଲା ନେଇଛନ୍ତି ।

ସୂଚନାଯୋଗ୍ୟ, ରାଜକୁମାର ହିରାନୀ ଓ ବିଧୁ ବିନୋଦ ଚୋପଡା ଫିଲ୍ମ ‘ଏକ ଲଡକି କୋ ଦେଖା ତୋ ଐସା ଲଗା’ର ପ୍ରଯୋଜକ । କୁହାଯାଉଛି କି ଏହି ଅଭିଯୋଗ ପରେ ରାଜୁ ହିରାନୀଙ୍କ ନାମ କ୍ରେଡିଟ୍ସରୁ ହଟାଇଦିଆଯିବ । ଏହି କଥାକୁ ହିରାନୀ ମିଛ କହିଛନ୍ତି । ତାଙ୍କ ଓକିଲ ଆନନ୍ଦ ଦେସାଇ କହିଛନ୍ତି କି, ସମସ୍ତ ଆରୋପ ମିଛ ଓ ନିରାଧାର । ଏହି ଆରୋପ ଛବି ଖରାପ କରିବା ଉଦ୍ଦେଶ୍ୟରେ କରାଯାଇଛି ।