ମାୟାନଗରୀର ମାୟା ତୁଟିଗଲା ପରେ ! ଚର୍ଚ୍ଚିତ ନାୟିକା ପାଲଟିଗଲେ ନିଖୋଜ କାହାଣୀର ଚରିତ୍ର . . ଜାଣନ୍ତୁ କଣ କରୁଛନ୍ତି ମୟୁରୀ

86

୯୦ ଦଶକର ସୁପରହିଟ୍ ସିନେମା ଥିଲା ‘ପାପା କେହେତେ ହେଁ’ । ଏହି ସିନେମା ରିଲିଜ୍ ପରେ ରାତା ରାତି ଷ୍ଟାର୍ ପାଲଟି ଯାଇଥିଲେ ନାୟିକା ମୟୁରୀ କଙ୍ଗୋ । ହେଲେ ଏବେ କେଉଁଠି ଅଛନ୍ତି ଏହି ଅଭିନେତ୍ରୀ । ଜାଣି ଆଶ୍ଚର୍ଯ୍ୟ ହେବେ ସିନେମାରୁ ସନ୍ୟାସ ନେଇ ଏବେ ମୟୁରୀ ଏକ ସାଧାରଣ ଜୀବନ ଯାପନ କରୁଛନ୍ତି । ଏକ ଏମିତି ଜୀବନ ଯେଉଁଥିରେ ନା ତାଙ୍କର ଅଛନ୍ତି କେହି ବଲିଉଡ୍ ସାଙ୍ଗ । ନା ଅଛି ମାୟାନଗରୀର ମାୟା ।

ଏବେ ଜାଣନ୍ତୁ ମୟୁରୀଙ୍କ କେମିତି ସାଜିଲେ ନିଖୋଜ କାହାଣୀର ନାୟିକା । ହେଲେ ତା ପୂର୍ବରୁ ନଜର ପକାନ୍ତୁ ମୟୁରୀଙ୍କ କ୍ୟାରିୟର୍ ଗ୍ରାଫ୍ ଉପରେ । ‘ପାପା କେହେତେ ହେଁ’ ସିନେମା ତିଆରି ବେଳେ ମହେଶ ଭଟ୍ଟ ଏକ ନୂଆ ଚେହେରା ଖୋଜୁଥିଲେ । ମହେଶଙ୍କ ଏହି ତଲାସ୍ ମୟୁରୀଙ୍କ ପାଖରେ ସରିଥିଲା ।

ସିନେମା ରିଲିଜ୍ ପରେ ଜବରଦସ୍ତ ହିଟ୍ ହେଲା । ଆଉ ରାତାରାତି ମୟୁରୀ କଙ୍ଗୋଙ୍କ ନାଁ ଶ୍ରେଷ୍ଠ ଅଭିନେତ୍ରୀଙ୍କ ତାଲିକାରେ ସାମିଲ୍ ହୋଇଗଲା । ଏହି ସିନେମା ଏତେ ସୁପରହିଟ୍ ରହିଲା ଯେ ଇଣ୍ଡଷ୍ଟ୍ରିିରେ ଅନ୍ୟ ନାୟିକାଙ୍କୁ କଡା ଟକ୍କର ଦେବାକୁ ମୟୁରୀ ପାଲଟି ଯାଇଥିଲେ ନୂଆ ଚେହେରା । ହେଲେ ନିୟତିର ନିଷ୍ପତି ଥିଲା କିଛି ଅଲଗା ।
ମୟୁରୀଙ୍କ ପ୍ରଥମ ସିନେମା ଯଦିଓ ସୁପରହିଟ୍ ରହିଲା ହେଲେ ତାଙ୍କୁ ମନପସନ୍ଦର ଚରିତ୍ର ଆଉ ମିଳିଲା ନାହିଁ । ଫଳରେ ଛୋଟ ଛୋଟ ଭୂମିକାରେ ଅଭିନୟ ଆରମ୍ଭ କଲେ । ତେବେ ମୟୁରୀଙ୍କ ବିଶ୍ୱାସ ଥିଲା ତାଙ୍କ ଭଲ ଭୂମିକା ନିଶ୍ଚୟ ମିଳିବ । ହେଲେ ତାଙ୍କ ଅପେକ୍ଷା ଲମ୍ବା ହେବାକୁ ଲାଗିଲା । ଏତେ ଲମ୍ବା ଯେ ସେ ଅଭିନୟ ଜଗତରୁ ଦୂରେଇ ଗଲେ । ଏହା ସହ ମୟୁରୀଙ୍କ ଭାଗ୍ୟ ଏତେ ଖରାପ ଥିଲା ଯେ ତାଙ୍କ ଅଭିନୀତ ଅଧାରୁ ଅଧିକ ସିନେମା ରିଲିଜ୍ ହେଲା ନାହିଁ ।

ଏଥିରେ ହତାଶ ହୋଇ ମୟୁରୀ ଜଣେ ଏନଆରଆଇଙ୍କୁ ବିବାହ କରି ସିନେମା ଦୁନିଆକୁ ସବୁଦିନ ପାଇଁ ବାଏ ବାଏ କହିଦେଲେ । ଏହାପରେ ନ୍ୟୁୟର୍କରେ ମାର୍କେଟିଙ୍ଗରେ ଏମବିଏ କରି ଏବେ ଗୁଡଗାଓର୍ରେ ଏକ କମ୍ପାନୀରେ ମ୍ୟାନେଜର୍ ଅଛନ୍ତି । ମୟୁରୀଙ୍କ ଗୋଟିଏ ପୁଅ ମଧ୍ୟ ଅଛି । ଏବେ ସେ ନିଜ କ୍ୟାରିୟର ଏବଂ ପରିବାରକୁ ନେଇ ବେଶ୍ ଖୁସି ଅଛନ୍ତି ।