ନୋଏଡାରୁ ବହୁ ଅସ୍ତ୍ରଶସ୍ତ୍ର ସହ ୬ ମାଓବାଦୀ ଗିରଫ : ଏକ ଆପାର୍ଟମେଂଟରୁ ଗିରଫ କଲା ୟୁପିର ଆଂଟି ଟେରୋରିଷ୍ଟ ସ୍କ୍ୱାର୍ଡ

32

କନକ ବ୍ୟୁରୋ : ନୋଏଡାରୁ ୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଗତକାଲି ରାତିରେ ଏକ ଆପାର୍ଟମେଂଟରୁ ବହୁ ଅସ୍ତ୍ରଶସ୍ତ୍ର ସହ ୬ ଜଣ ନକ୍ସଲଙ୍କୁ ଗିରଫ କରିଛି ଆଂଟି ଟେରୋରିଷ୍ଟ ସ୍କ୍ୱାର୍ଡ । ମାସେ ହେବ ନୋଏଡାର ୧୦୨ ନମ୍ବର ଫ୍ଲାଟର ବି-୨୩ ଆପାର୍ଟମେଂଟରେ ରହି ଆକ୍ରମଣର ଯୋଜନା ଚଳାଇଥିଲେ ଏମାନେ । ଏନସିଆରରେ ଆକ୍ରମଣ କରିବା ନେଇ ମାଓବାଦୀମାନେ ଉଦ୍ୟମ କରୁଥିବା ଖବର ପାଇଁ ଉତରପ୍ରଦେଶର ଆଂଟି ଟେରୋରିଷ୍ଟ ସ୍କ୍ୱାର୍ଡ ଏହି ଆପାର୍ଟମେଂଟରେ ଚଢାଉ କରିଥିଲା । ତେବେ ଘର ଭିତରୁ ୬ ମାଓବାଦୀମାନଙ୍କୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଏଟିଏସ ଇନିସପେକ୍ଟର ଜେନେରାଲ ଅଶିମ୍ ଅରୁନ । ତେବେ ପ୍ରଦୀପଙ୍କୁ ଧରାଇ ଦେବା ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ପୁଲିସ ।