ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଇଥାଏ । ଆମ୍ବ ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟକର ମଧ୍ୟ । ସେହିପରି ଆମ୍ବ ପତ୍ରରେ ଭିଟାମିନ୍ ଏ, ବି ଓ ସି ଭରପୂର ମାତ୍ରାରେ ରହିଥାଏ । ଏଥିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ବି ମହଜୁଦ ଥାଏ।
୧. ଯଦି ଆପଣଙ୍କ କୌଣସି ସ୍ଥାନ ପୋଡି ଯାଇଛି, ସେହି ସ୍ଥାନରେ ଆମ୍ବପତ୍ରର ପାଉଁଶ ଲଗାନ୍ତୁ । ପୋଡା କମିଯିବ ।
୨. ମଧୁମେହ ରୋଗୀଙ୍କ ପାଇଁ ଆମ୍ବପତ୍ର ରାମବାଣ ସଦୃଶ । ଆମ୍ବ ପତ୍ରକୁ ଶୁଖାଇ ଗୁଣ୍ଡ କରି ରଖନ୍ତୁ । ଏହାକୁ ପ୍ରତିଦିନ ଗୋଟିଏ ଚାମଚ ସେବନ କରନ୍ତୁ ।
୩. ଆମ୍ବପତ୍ରକୁ ଭଲ ଭାବେ ପରିଷ୍କାର କରିବା ପରେ ଏକ ପାତ୍ରରେ କିଛି ପାଣି ନେଇ ସେଥିରେ ଚାରି ପାଞ୍ଚଟି ଆମ୍ବପତ୍ର ପକାଇ ଫୁଟାନ୍ତୁ । କିଛିସମୟ ଫୁଟିବା ପରେ ଥଣ୍ଡା ହେବା ପର୍ୟ୍ୟନ୍ତ ରଖନ୍ତୁ । ଥଣ୍ଡା ହୋଇ ସାରିବା ପରେ ଏହି ପାଣିକୁ ଛାଣି ଖାଲି ପେଟରେ ପିଅନ୍ତୁ । ନିୟମିତ ଭାବେ ଏପରି କରିବା ଦ୍ୱାରା ପେଟ ସହିତ ଜଡ଼ିତ ଥିବା ସମସ୍ତ ସମସ୍ୟାରୁ ଆରାମ ମିଳିଥାଏ ।
ଆଗକୁ ପଢନ୍ତୁ
୪. ଏଥିସହିତ ଆମ୍ବପତ୍ର ଉକ୍ତ ରକ୍ତଚାପ ପାଇଁ ବି କାମରେ ଆସିଥାଏ।
୫. ହେକୁଡି ଓ ଗଳା ସମସ୍ୟା ଥିଲେ ଆମ୍ବପତ୍ରକୁ ଜଳାଇ ତାହାର ଧୁଆଁରେ ନିଶ୍ୱାସ ନିଅନ୍ତୁ। କାନ ସମସ୍ୟା ଥିଲେ ଆମ୍ବପତ୍ରକୁ ବାଟି ତାର ରସ କାନରେ ପକାନ୍ତୁ ଏହାଦ୍ୱାରା କାନରେ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ। ମନେରଖନ୍ତୁ ଛାଣିକି ହିଁ ଏହାର ରସକୁ ବ୍ୟବହାର କରିବେ।
୬. ଗୋଟିଏ ଗ୍ଲାସ ପାଣିରେ ଆମ୍ବପତ୍ର ପାଉଡର ପକାଇ ରାତିସାରା ରଖନ୍ତୁ। ସକାଳେ ଛାଣି ପିଅନ୍ତୁ କିଡନୀରେ ପଥର ହୋଇଥିଲେ ମୁକ୍ତି ପାଇ ପାରିବେ।
Comments are closed.