ଚାଷ କରୁଥିବା ସମୟରେ କୈାଣସି ଦୁର୍ଘଟଣାର ଶିକାର ହେଲେ ଚାଷୀଙ୍କୁ ମିଳିବ ୨ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି : ଜାଣନ୍ତୁ କେମିତି

83

ଚାଷ କରୁଥିବା ସମୟରେ ଦେଖାଯାଏ କି କୃଷକମାନେ ଧାରୁଆ ଉପକରଣ ଏବଂ ଇଲେକ୍ଟ୍ରୋନିକ କୃଷି ଯନ୍ତ୍ର ଦ୍ୱାରା ଆହତ ହୋଇଯାଆନ୍ତି । ଅନେକ ଥର ପଶୁ ପାଳକଙ୍କୁ ବି କାମ କରିବା ସମୟରେ ଗାଈ –ମଇଁଷି ସିଙ୍ଗ ମ।ରି ଦିଅନ୍ତି । ଚାଷ ସମୟରେ କୈାଣସି ଶାରୀରିକ ଆଘାତ ପାଇଲେ କୃଷକ ନିଜର ଚିକିତ୍ସା ପାଇଁ ମଣ୍ଡି ପରିଷଦରୁ ଆର୍ଥିକ ସହୟତା ନେଇପାରିବ । ଏହି ଯୋଜନା ଉତ୍ତର ପ୍ରଦେଶର ସମସ୍ତ କୃଷକ, ଚାଷ କରୁଥିବା ମଜୁରିଆ ଏବଂ ମଣ୍ଡି ସମିତିର ମଜୁରିଆଙ୍କ ପାଇଁ ଲାଗୁ କରାଯାଇଛି । ଏହି ଯୋଜନା ଅଧିନରେ କୃଷି କାର୍ଯ୍ୟ ଅନ୍ତର୍ଗତ କୃଷି ଉପକରଣ ର ସଂଚାଳନ, ବିଜୁଳି ଉପକରଣର ସଂଚାଳନ, ଟ୍ରେକର ଟ୍ରଲିର ସହାୟତାରେ କୃଷି ଉତ୍ପାଦର ସଫେଇ କରୁଥିବା ସମୟରେ ବିକଳାଙ୍ଗ ବା ପୁଣି ମୃତ୍ୟୁ ହୋଇଗଲେ ସେହି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ସାମୁହିକ ଜନତା ବ୍ୟକ୍ତିଗତ ଦୁର୍ଘଟଣା ସହାୟତା ଯୋଜନା ଅଧିନରେ କୃଷି ଉପକରଣ, ଖତ, ସାର, ଶଗଡ ଗାଡି, ଟ୍ରେକର ଟ୍ରଲିର ଉପଯୋଗ ସହିତ ଗାଈ ଏବଂ ବଳଦ ଦ୍ୱାରା ସିଙ୍ଗ ମାରିବା ଏବଂ କୃଷି କାର୍ଯ୍ୟ କରୁଥିବା ସମୟରେ ବିଷାକ୍ତ ଜନ୍ତୁ କାମୁଡିବା ଦ୍ୱାରା ହେଉଥିବା ମୃତ୍ୟୁରେ କୃଷକଙ୍କୁ ଆର୍ଥିକ ସହାୟତା ଦିଆଯିବ । ନିଜ ଶରୀର ଉପରେ ଜାଣିଶୁଣି ଆଘାତ ପହଂଚାଇଲେ, ନିଶାସକ୍ତ ଅବସ୍ଥ।ରେ ଦୁର୍ଘଟଣା ବା ମୃତ୍ୟୁ ହେବା, ଭୁମିକମ୍ପ, ଯୁଦ୍ଧର ଘଟଣା, ଶତ୍ରୁଙ୍କ ଦ୍ୱାରା କରାଯାଇଥିବା ମାରପିଟ୍ , ଚାଷ ଜମିରେ ଝଗଡା ଦ୍ୱାରା ହୋଇଥିବା ରୁ ଏହି ଯୋଜନାର ଲାଭ ଉଠାଇପାରିବେନି କୃଷକ । କୃଷକମାନେ ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ନିଜର ନିକଟତମ ମଣ୍ଡି ସମିତିର କାର୍ଯ୍ୟାଳୟକୁ ଯାଇ ଯୋଜନାର ଲାଭ ଉଠାଇପାରିବେ ।

ଯୋଜନା ବିଷୟରେ : ଦୁର୍ଘଟଣା ଗ୍ରସ୍ତ ହେଲେ ହେଉଥିବା କ୍ଷତିରେ ଦିଆଯାଉଥିବା ସହାୟତା ପାଇଁ କୃଷକର ବୟସ ସୀମା ୧୮ରୁ ୬୦ ବର୍ଷ ହେବା ଆବଶ୍ୟକ ।

• ଛୋଟ ଆଙ୍ଗୁଠିର କ୍ଷତି ହେଲେ – ୩୦୦୦ ଟଙ୍କା

• ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ଗୋଟିଏ ହାତର ଦୁଇଟି ଆଙ୍ଗୁଠି କ୍ଷତ ହେଲେ – ୧୨,୦୦୦ ଟଙ୍କା

• ଆଙ୍ଗୁଠି କ୍ଷତ ହେଲେ -୧୮,୦୦୦ ଟଙ୍କା

• ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ଗୋଟିଏ ହାତର ତିନିଟି ଆଙ୍ଗୁଠି କ୍ଷତ ହେଲେ – ୨୦,୦୦୦ ଟଙ୍କା

• ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ଗୋଟିଏ ହାତର ଚାରିଟି ଆଙ୍ଗୁଠି କ୍ଷତ ହେଲେ – ୨୮,୦୦୦ ଟଙ୍କା

• ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ଗୋଟିଏ ହାତ, ଗୋଡ ବା ଆଖି କ୍ଷତ ହେଲେ – ୩୦,୦୦୦ ଟଙ୍କା

• ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ଦୁଇଟି ହାତ, ଗୋଡ ବା ଆଖି କ୍ଷତ ହେଲେ – ୬୦,୦୦୦ ଟଙ୍କା

• ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲେ – ୨ ଲକ୍ଷ ଟଙ୍କା