ମାଲକାନଗିରି ଜିଲ୍ଲାରେ ଯୁବକଙ୍କ ଉନ୍ମତ କାଣ୍ଡ : ଟାୱାର ଉପରେ ଚଢି ପୁଲିସ ଓ ଅଗ୍ନିଶମ ବିଭାଗକୁ କଲେ ନାକେଦମ

12

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଯୁବକଙ୍କ ଉନ୍ମତ କାଣ୍ଡ । ମୋବାଇଲ ଟାୱାର ଉପରେ ଚଢି ତିନି ଘଂଟା ଧରି ପୁଲିସ ଓ ଅଗ୍ନିଶମ ବିଭାଗକୁ ନାକେଦମ କଲେ ଯୁବକ । ଯୁବକ ଜଣକ ପେଟ୍ରୋଲ ଗନ୍ଧକୁ ନେଇ ନିଶା କରୁ ଥିବା ଜଣା ପଡିଛି । ତେବେ ସେ ପେଟ୍ରୋଲ ବୋତଲ ଧରି ଟାୱାର ଉପରେ ଚଢି ପେଟ୍ରୋଲ ଗନ୍ଧ ନେଉଥିବା ଜଣା ପଡିଛି ।

ଯୁବକ ଜଣକ ହେଉଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗାଁର ଜଗନ୍ନାଥ ବୋପାରୀ । ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ୟୁନିଟ ଆସି ଯୁବକ ଜଣକଙ୍କୁ ଟାୱାର ଉପରୁ ଉଦ୍ଧାର କରିଛନ୍ତି । ମାଲକାନଗିରି ପୋଲିସ ଯୁବକଙ୍କୁ ନେଇ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :