ଜଣେ ସାଧାରଣ ମଣିଷକୁ ଭୋକ ଲାଗିଲେ ସେ କ’ଣ ଖାଇବ? ଏଥିରେ ଭାବିବାର କିଛି ନାହିଁ ଖାଦ୍ୟ । ଏ ପ୍ରଶ୍ନ ପଢି ଆପଣ ପ୍ରଶ୍ନ କରୁଥିବା ଲୋକଟି ଉପରେ ହସୁଥିବେ ନିହାତି । ତେବେ ଭୁଲ୍ ପ୍ରଶ୍ନର କିମ୍ବା ପ୍ରଶ୍ନ କଲାବାଲାର ନୁହଁ ଆଜ୍ଞା ଏହି ଖବରଟି ପଢିଲେ ଆପଣ ସବୁକିଛି ବୁଝିପାରିବେ । ମଧ୍ୟପ୍ରଦେଶର ଜଣେ ଏଭଳି ବ୍ୟକ୍ତି ଅଛନ୍ତି ଯେ ଖାଦ୍ୟ ସ୍ୱରୁପ ଭାତ, ଡାଲି,ତରକାରୀ ନଖାଇ କାଚ ଖାଉଛନ୍ତିି । ଆଜ୍ଞା ହଁ , ଆପଣ ଠିକ୍ ଶୁଣିଛନ୍ତି କାଚ । ତେବେ ଗୋଟିଏ କି ୨ ଦିନ ନୁହଁ ଦୀର୍ଘ ୪୦ ବର୍ଷରୁ ଏହି ବ୍ୟକ୍ତି ଜଣକ କାଚ ଖାଇ ଆସୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମଧ୍ୟପ୍ରଦେଶ ଡିଣ୍ଡୋରୀରେ ରହୁଥିବା ଦୟାରାମ୍ ସାହୁ ଦୀର୍ଘ ୪୦ ରୁ ୪୫ ବର୍ଷ ଧରି କାଚ ଖାଇବାର ଅଭ୍ୟାସଟି ରଖିଛନ୍ତିି । ପେସାରେ ଜଣେ ଓକିଲ ଥିବା ଏହି ବ୍ୟକ୍ତିଜଣଙ୍କ ପାଇଁ କାଚ ଖାଇବା ଏକ ଅଭ୍ୟାସ ପାଲଟିଗଲାଣି ଯେଉଁଥିପାଇଁ ତାଙ୍କ ଦାନ୍ତ ବି ଖରାପ ହୋଇସାରିଲାଣି । ମୁଢି ଆଉ ଚୁଡା ଚୋବାଇଲା ଭଳି କାଚ ଖଣ୍ଡଗୁଡାକୁ କାଡୁମାଡୁ କରି ଚୋବାଇ ପକାଉଛନ୍ତି ଦୟାରାମ୍ । ୧୪ -୧୫ ବର୍ଷରୁ କାଚ ଖାଉଥିବା ଏହି ମଣିଷ ପ୍ରଥମେ ପ୍ରଥମେ ଦିନକୁ ୧ କିଲୋ କାଚ ଖଣ୍ଡ ଚୋବାଇ ଖାଉଥିଲେ କିନ୍ତୁ ଏବେ ଦାନ୍ତ ଖରାପ ହେବାରୁ କମ୍ କାଚ ଖାଉଛନ୍ତି । ଏହି ଅଜବ ଅଭ୍ୟାସକୁ ଦେଖି ତାଙ୍କ ସ୍ତ୍ରୀ ମଧ୍ୟ ବେଳେବେଳେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।