ସାବଧାନ୍ ! ସରକାରୀ ଯୋଜନା ନାଁରେ କୋଟି କୋଟି ଟଙ୍କାର ଠକେଇ, ହଜାର ହଜାର ଲୋକେ ହେଲେ ଏହାର ଶିକାର, ତେବେ ଏହି ତାଲିକାରେ ନାହିଁ ତ ଆପଣଙ୍କର ନାଁ

130

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାସ ଯୋଜନା ସ୍କିମରର ଶୁଭାରମ୍ଭ କରିଥିଲେ । ଯେଉଁଥିରେ ଗରିବଙ୍କୁ ଉପଯୁକ୍ତ ସୁବିଧା ତଥା ପକ୍କା ଘର ଖଣ୍ଡେ ସୁବିଧାରେ ମିଳିପାରିବ । ହେଲେ କିଛି ଲୋକ ଏଭଳି ବି ଅଛନ୍ତି ଯେଉଁମାନେ କି ଏହାକୁ ଜରିଆ କରି ନୀରିହ ଗରିବ ଲୋକଙ୍କୁ ଠକିବାରେ ଲାଗି ପଡିଛନ୍ତି । ଏକଥା ଆମେ କହୁନାହୁଁ ବରଂ ନିକଟରେ ଏଭଳି ଏକ ମାମଲା ଆସିଛି, ଯେଉଁଥିରେ ହଜାର ହଜାର ଲୋକଙ୍କଠାରୁ ପାଖାପାଖି ୩ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି ।

ଏପରିକି ରାଷ୍ଟ୍ରୀୟ ଆବାସ ଦିବସ ନାଁରେ ଆଡ ଏଜେନ୍ସିଙ୍କଠାରୁ ବି ପାଖାପାଖି କୋଟିଏ ଟଙ୍କାର ଚୂନା ଲଗାଇବା କ୍ରାଇମ ବ୍ରାଂଚ ତଦନ୍ତରୁ ଜଣାପଡିଛି । କ୍ରାଇମ ବ୍ରାଂଚ କହିଛି କି, ଧରାପଡିଥିବା ଅଭିଯୁକ୍ତ ନିଜ ୱେବସାଇଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଇ ଲୋକଙ୍କୁ ଚୂନା ଲଗାଉଥିଲେ ।

ସୂଚନା ମୁତାବକ, ପୁଲିସ କ୍ରାଇମବ୍ରାଂଚର ସମ୍ବଧିତ ମନ୍ତ୍ରାଳୟର ଅଧିକାରୀମାନେ ଲିଖିତ ଅଭିଯୋଗ ଦାଖଲ କରି ଏହି ମାମଲା ସଂପର୍କରେ ଜଣାଇଥିଲେ । ଏହି ପୂରା ମାମଲାର ସମାଧାନ ପାଇଁ ଦିଲ୍ଲୀ ପୁଲିସ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରିଥିଲେ । ପୁଲିସ ଅଭିଯୁକ୍ତଙ୍କୁ ଧରିବା ପୂର୍ବରୁ ସେମାନଙ୍କ ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଆଉ ଯାଂଚରେ ପୁଲିସ ଜାଣିବାକୁ ପାଇଥିଲା କି ଅଭିଯୁକ୍ତ ଆବାସ ଯୋଜନା ଅନୁସାରେ ଗରିବଙ୍କୁ ଘର ଦେବା ନାଁରେ ଠକେଇ କରୁଥିଲେ । ପୁଲିସ ଜାଣିବାକୁ ପାଇଛି କି ଅଭିଯୁକ୍ତ ନିଜ ପ୍ରୋଜେକ୍ଟର ବିଜ୍ଞାପନ ପାଇଁ ଦାୟିତ୍ୱ ଦେଇଥିବା ତିନୋଟି ଏଜେନ୍ସିଠାରୁ ବି ୧ କୋଟି ପର୍ଯ୍ୟନ୍ତ ଚୂନା ଲଗାଇଛନ୍ତି । ତେବେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।